ରିୟା ଚକ୍ରବର୍ତୀଙ୍କୁ ନେଇ ମୁମ୍ବାଇ ପୋଲିସ ବଦଳାଇଲେ ନିଜର ବୟାନ, ଅଡୁଆରେ ଫସିଲା ରିୟା

ବନ୍ଧୁଗଣ ଭାରତୀୟ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଏକ ଲୋକପ୍ରିୟ ଅଭିନେତା ଥିଲେ । ସୁଶାନ୍ତଙ୍କୁ ପିଲା ବେଳରୁ ଅଭିନୟ କରିବାରେ ରୁଚି ଥିଲା । ବହୁତ କଷ୍ଟରେ ସେ ନିଜ ପରିବାର ଲୋକଙ୍କୁ ବୁଝାଇ ମୁମ୍ବାଇ ଆସିଥିଲେ । ନିଜ ସ୍ଵପ୍ନକୁ ପୂରଣ କରିବା ପାଇଁ ସୁଶାନ୍ତ ବହୁତ କଷ୍ଟ ଓ ସଂଘର୍ଷ କରିଥିଲେ । ନିଜର ଅପାର କଷ୍ଟ ଓ ସଂଘର୍ଷ ଦ୍ଵାରା ସୁଶାନ୍ତ ବଲିଉଡରେ ସଫଳତା ହାସଲ କରିଥିଲେ । ହେଲେ ଦୁର୍ଭାଗ୍ୟ ବଶତଃ ଏହି ଅଭିନେତା ଜଣକ ୧୪ ଜୁନ ୨୦୨୦ରେ ନିଜ ପ୍ରାଣତ୍ୟାଗ କରିଥିଲେ ।

ସୁଶାନ୍ତଙ୍କ ମାମଲାକୁ ନେଇ ଏମିତି ବହୁତ ବଡ ବଡ ଖୁଲାସା ସାମ୍ନାକୁ ଆସିଛି । ହେଲେ ବର୍ତ୍ତମାନ ସମସ୍ତଙ୍କ ଟାର୍ଗେଟରେ ଅଛନ୍ତି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ବର୍ତ୍ତମାନ ରିୟା ED ର ଯାଞ୍ଚରେ ଫସିଯାଇଛନ୍ତି । ମୁମ୍ବାଇ ପୋଲିସ ମଧ୍ୟ ରିୟାଙ୍କୁ ନେଇ ବହୁତ ବଡ ବୟାନ ଜାରି କରିଛନ୍ତି । ମୁମ୍ବାଇ ପୋଲିସର ଡିସିପି ଅଭିଷେକ ତ୍ରିମୁଖେ ରିୟାଙ୍କ ସହ ଫୋନରେ ୫ ଥର କଥା ବାର୍ତ୍ତା କରିଥିଲେ । ବର୍ତ୍ତମାନ ରିୟା ଇଡି ତଥା ନିଜର କୋଟି କୋଟି ଟଙ୍କାର ସମ୍ପତ୍ତି ପାଇଁ ଫସିଯାଇଛନ୍ତି ।

ରିୟାଙ୍କ ପାଖରେ ନିଜ ସମ୍ପତ୍ତିକୁ ନେଇ କୌଣସି ଉତ୍ତର ନାହିଁ । ଏହା ସହିତ ତାଙ୍କର ସାଙ୍ଗ ଶ୍ରୁତି ମୋଦୀ ମଧ୍ୟ ବହୁତ ବଡ ବଡ ଖୁଲାସ କରିଛନ୍ତି । କେମିତି ସୁଶାନ୍ତଙ୍କର ସମସ୍ତ ଆର୍ଥିକ ନିଷ୍ପତ୍ତିକୁ ରିୟା ହଡପ କରି ନେଉଥିଲେ ସେହି ବିଷୟରେ ଶୃତି ଖୁଲାସା କରିଛନ୍ତି । ମୁମ୍ବାଇ ପୋଲିସ ମତରେ ରିୟାଙ୍କୁ ସୁଶାନ୍ତଙ୍କ କେସରେ କ୍ଳିନଚିଟ ଦିଆଯାଇ ନାହିଁ, ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସେ ସସ୍ପେକ୍ଟ ଅଛନ୍ତି ।

ଆଜି ଏକ ବଡ ନିଷ୍ପତ୍ତି ପ୍ରଶାସନ ପକ୍ଷରୁ ହେବାକୁ ଯାଉଛି, ଆଜି ଜଣା ପଡିଯିବ ଯେ, ସୁଶାନ୍ତଙ୍କ କେସକୁ ସିବିଆଇ ଯାଞ୍ଚ କରିବ ନା ମୁମ୍ବାଇ ପୋଲିସ । ED ର ଯାଞ୍ଚ ପାଇଁ ସୁଶାନ୍ତଙ୍କ ଭଉଣୀଙ୍କୁ ମଧ୍ୟ ପଚରା ଉଚରା କରାଯାଇଥିଲା । ଏହା ସହିତ ରିୟାଙ୍କର ସମସ୍ତ ଡକ୍ୟୁମେଣ୍ଟ ମୁମ୍ବାଇ ପୋଲିସ ନେଇ ସାରିଛି । ରିୟାଙ୍କର ଅନ୍ୟ ଏକ ଫୋନ ନମ୍ବର ମଧ୍ୟ ଥିଲା ତାକୁ ମଧ୍ୟ ପୋଲିସ ଜବତ କରିଛି ।

ଏହା ସହିତ ରିୟା ନିଜର ଯେଉଁ ସବୁ ହ୍ଵାଟ୍ସଆପ୍ ଚାଟକୁ ଡିଲିଟ କରିଦେଇଥିଲେ, ତାକୁ ମଧ୍ୟ ମୁମ୍ବାଇ ପୋଲିସ ରିକଭର କରିସାରିଛନ୍ତି । ଚାରି ପକ୍ଷରୁ ରିୟା ଟାର୍ଗେଟ ହୋଇସାରିଛନ୍ତି । ବହୁତ ଶୀଘ୍ର ଏହି ମାମଲାଟି ସମାଧାନ ହେବାର ଆଶା ରହିଛି । ଏ ବିଷୟରେ ଅଧିକ ଖବର ପାଇଁ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *