ମେନ ଡୋର କିପରି ହେଲେ ଟାଣି ଆଣେ ଧନଲକ୍ଷ୍ମୀ- Vastu Tips

ନମସ୍କାର ବନ୍ଧୁଗଣ ସମସ୍ତେ ନିଜ ଘରକୁ ଧନ ଆଣିବା ପାଇଁ ଚାହିଁ ଥାଆନ୍ତି । ସର୍ଵଦା ଚେଷ୍ଟା କରନ୍ତି କି କିଭଳି ତାଙ୍କ ଘରକୁ ଧନ ର ଲାଭ ହେବ କିମ୍ବା ମାତା ଲକ୍ଷ୍ମୀ ତାଙ୍କ ଘରକୁ ବିରାଜିବେ । ସେଥିପାଇଁ ଅନେକ ଚେଷ୍ଟା ମଧ୍ୟ କରିଥାନ୍ତି । ଶାସ୍ତ୍ର ଅନୁସାରେ ଘରର ଅନ୍ୟ ଦ୍ୱାର ଅପେକ୍ଷା ଘରର ମୁଖ୍ୟ ଦ୍ୱାର କୁ ସୁସଜ୍ଜିତ ଏବଂ ସଫା ରଖିବା ଉଚିତ । ଘରକୁ ସୁଖ ଶାନ୍ତି ଏବଂ ସମୃଦ୍ଧ ଆଣିବା ପାଇଁ ତାହାକୁ ସଜାଇ ରଖିବା ଉଚିତ କାରଣ ଏହା ଦେଖି ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଆପଣଙ୍କ ଉପରେ ଆଶୀର୍ବାଦ କରିଥାନ୍ତି ଏବଂ ଘରକୁ ପ୍ରଵେଶ କରିଥାନ୍ତି ।

ଯାହା ଯୋଗୁଁ ଆପଣଂକୁ କେବେବି ଧନ ର ଅଭାବ ହେବ ନାହିଁ ଏବଂ ଆପଣ ମାନେ ସର୍ଵଦା ସୁଖ ଶାନ୍ତି ଓ ଖୁସି ରେ ରହିବେ । ତେବେ ଆସନ୍ତୁ ଜାଣି ନେବା କି କିଭଳି ଭାବରେ ଘରର ମୁଖ୍ୟ ଦ୍ୱାର କୁ ସଜାଇ ରଖିବା ଏବଂ ତାକୁ ସଫା ଏବଂ ଆକର୍ଷିତ କରିବା ।

ସକାଳ ର ସୂର୍ଯ୍ୟ କିରଣ ପଡିବା ପୂର୍ବରୁ ନିଜର ମୁଖ୍ୟ ଦ୍ୱାର ଖୋଲା ରଖନ୍ତୁ । ଘରେ ଠାକୁର ପୂଜା କରୁଥିବା ସମୟରେ ମଧ୍ୟ ଘରର ମୁଖ୍ୟ କବାଟ କୁ ଖୋଲା ରଖନ୍ତୁ । ରାତିରେ ଏକ ତମ୍ବା ପାତ୍ରରେ ପାଣି ରଖି ଘରର ଐସାଣ କୋଣ ରେ ରାତି ସାରା ରଖନ୍ତୁ ଏବଂ ସକାଳେ ଘରର ମୁଖ୍ୟ ଦ୍ବାର ସହିତ ବିଭିନ୍ନ କୋଣ ଏବଂ ସ୍ଥାନରେ ପାଣି ପକାନ୍ତୁ । ଏହି ଜଳ ରେ ଯଦି କିଛି ହଳଦୀ କିଛି ଅଗୁର ଏବଂ କିଛି ଗୋଲାପ ଜଳ ମିଶେଇବେ ତେବେ ଏହା ଆହୁରି ଉନ୍ନତକର ହୋଇଥାଏ ।

ଘରର ମୁଖ୍ୟ ଦ୍ୱାର ର ଭିତର ପଟକୁ ଉପରେ ମାତା ଲକ୍ଷ୍ମୀ ଙ୍କର ଫୋଟୋ ଟାଙ୍ଗି ଦିଅନ୍ତୁ ଏବଂ କୌଣସି ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ସେହି ମାତା ଲକ୍ଷ୍ମୀ ଙ୍କ ଫୋଟୋ ଦେଖି ଯାଆନ୍ତୁ । ଏହି ପରି କଲେ ଆପଣଙ୍କ ର ସମସ୍ତ କାର୍ଯ୍ୟ ଅତି ଭଲ ଏବଂ ସୁରୁଖୁରୁରେ ହୋଇ ଯିବ ।

ଘରର କଲିଂ ବେଲ କୁ ଘରର ଡାହାଣ ପଟରେ ରଖନ୍ତୁ । ଯେମିତିକି ଡାହାଣ ହାତରେ ବେଲ ମାରି ପାରିବେ । ଏହା ଛଡ଼ା ଘରକୁ କିଏ ଅତିଥି ଆସିଲେ ସେମାନେ ଯଦି ନିଜ ଚପଲ କିମ୍ବା ଜୋତାକୁ ଘରର ଦୁଆର ମୁହଁରେ ରଖିଛନ୍ତି ତେବେ ଆପଣ ସେଥି ପ୍ରତି ଦୃଷ୍ଟି ଦେବା ଉଚିତ ଏବଂ ସେହି ଚପଲ ଏବଂ ଜୋତା କୁ ଏକ ଅଲଗା ସ୍ଥାନରେ ରଖିବା ଉଚିତ ।

ଆପଣଙ୍କ ଘରର ମୁଖ୍ୟ ଦ୍ୱାର ରେ ହଳଦୀ ଏବଂ କୁଂକୁମ ରେ ଏକ ସ୍ୱସ୍ତିକ ଚିହ୍ନ କରିବା ଉଚିତ । କିମ୍ବା ଓଁ ମଧ୍ୟ ଆଙ୍କି ପାରିବେ । ଏହା ଦ୍ୱାରା ଘରକୁ କୌଣସି ନକରାତ୍ମକ ଶକ୍ତି କିମ୍ବା ଉର୍ଜା ଆସି ପାରିବ ନାହିଁ । ଏହା ଦ୍ୱାରା ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ମଧ୍ୟ ମିଳି ଥାଏ ଏବଂ ଘରେ ସର୍ଵଦା ଧନ ର ବୃଦ୍ଧି ମଧ୍ୟ ହୋଇ ଥାଏ । ଘରର ମୁଖ୍ୟ ଦ୍ୱାର ରେ ସର୍ଵଦା ମୁରୁଜ ହେଉ କିମ୍ବା ଚାଉଳ ଚୁନା ରେ ଝୋଟି ଆଙ୍କିବା ଉଚିତ ଏହା ଦ୍ୱାରା ମାତା ଲକ୍ଷ୍ମୀ ଆକର୍ଷିତ ଏବଂ ପ୍ରସନ୍ନ ହୋଇ ଥାନ୍ତି ଏବଂ ଆପଣଙ୍କ ଘରେ ମଧ୍ୟ ପ୍ରବେଶ କରିଥାନ୍ତି । ଏହି ସବୁ ଉପାୟ ଦ୍ୱାରା ଆପଣ ମାନେ ମାତା ଲକ୍ଷ୍ମୀ ଙ୍କ ର ଆଶୀର୍ବାଦ ପାଇଁ ପାରିବେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *