ରାଜ୍ୟକୁ ପୁଣି ଫେରିଲା ସଟଡାଉନ, ଏହି 10 ଟି ଜିଲ୍ଲାରେ ଲାଗୁ ହେବ ସଟଡାଉନ ଓ କଡାକଡି ପାଳନ ହେବ ଏହି ସବୁ ଗାଇଡଲାଇନ୍ସ

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଦେଶରେ କରୋନା ମହାମାରୀର କୋପ ବର୍ତ୍ତମାନ ପର୍ଯ୍ୟନ୍ତ କମିନାହିଁ । କାରଣ ଗତ କିଛି ଦିନ ମଧ୍ୟରେ ଦେଶରେ ହଜାର ହଜାର ଲୋକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ବନ୍ଧୁଗଣ ଏହି ଭାଇରସଟି ଗତ ବର୍ଷ ଏହି ସମୟ ବେଳେ ସାରା ଦେଶରେ ବ୍ୟାପୀଥିଲା । ଏହି ଭାଇରସ ଠାରୁ ବଞ୍ଚିତ ହେବା ପାଇଁ ଭାରତ ସରକାର ସଂପୂର୍ଣ୍ଣ ଦେଶରେ ସଟ୍ ଡାଉନ କରିଦେଇଥିଲେ ଯାହାଫଳରେ ଦେଶର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ହୋଇଗଲା । ବନ୍ଧୁଗଣ ଗତ ବର୍ଷ ପାଖା ପାଖି ୬ ମାସ ପର୍ଯ୍ୟନ୍ତ ଦେଶରେ ସଟ୍ ଡାଉନ କରଯାଇଥିଲା ।

ଏହାପରେ କିଛି ମାସ ପୂର୍ବରୁ କରୋନା ମହାମାରୀ ନିୟନ୍ତ୍ରଣ ହେବା କାରଣରୁ ଦେଶରେ ସଟ୍ ଡାଉନ ଉଠା ଯାଇଥିଲା ଓ ସବୁକିଛି ପୂର୍ବ ପରି ହୋଇଯାଇଥିଲା । କିନ୍ତୁ ବନ୍ଧୁଗଣ ବର୍ତ୍ତମାନର ସମୟରେ କରୋନା ମହାମାରୀର ସ୍ଥିତିକୁ ଦେଖି ଓଡିଶା ସରକାର ଗତକାଲି ଏକ ନୂଆ ଗାଇଡ୍ଲାଇନ ରୁଜୁ କରିଛନ୍ତି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ କରୋନା କଟକଣାକୁ ଅଧିକ କଡାକଡି କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧିକୁ ଦ୍ରୁଷ୍ଟିରେ ରଖି କଟକଣା ଜାରି କରିଲେ ରାଜ୍ୟ ସରକାର । ମିଡିଆ ରିପୋର୍ଟସ ଅନୁସାରେ ଏହା ଜଣା ପଡିଛି ଯେ, ସନ୍ଧ୍ୟା ୬ଟାରୁ ସଖାଳ ୫ଟା ପର୍ଯ୍ୟନ୍ତ ନାଇ କର୍ଫ୍ଯୁ ବଳବନ୍ତ ରହିବ । ଛତିଶଗଡକୁ ଲାଗିଥିବା ୧୦ଟି ଜିଲ୍ଲାରେ କଟକଣା କଡାକଡି ହୋଇଛି । ଏହି ୧୦ଟି ଜିଲ୍ଲାର ନାଇଟ କର୍ଫ୍ଯୁ ସନ୍ଧ୍ୟା ୬ଟା ରୁ ସଖାଳ ୫ଟା ପର୍ଯ୍ୟନ୍ତ ରହିବ ।

କରୋନା ମହାମାରୀର କୋପକୁ ଆଖି ଆଗରେ ରଖି ଏହି ୧୦ ଜିଲ୍ଲାର ସହରାଞ୍ଚଳରେ ସପ୍ତାହର ଶେଷ ଦିନ ତଥା ଶନିବାର ଓ ରବିବାରକୁ ସଟ୍ ଡାଉନ କରିବା ପାଇଁ ନିର୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବନ୍ଧୁଗଣ ଏହି ୧୦ଟି ଜିଲ୍ଲା ହେଉଛି ସୁନ୍ଦରଗଡ, ସମ୍ବଲପୁର, ବରଗଡ, ଝାରସୁଗୁଡା, ବଲାଙ୍ଗୀର, କଳାହାଣ୍ଡି, ନୂଆପଡା, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ।


ବନ୍ଧୁଗଣ ଛତିଶଗଡରେ କରୋନା ସଂକ୍ରମଣ ବହୁତ ଅଧିକ ବୃଦ୍ଧି ପାଇଛି । ଆଜି ସୁନ୍ଦରଗଡରେ ରାଜ୍ୟର ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଛଡା ନୂଆପଡାରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଡୁଛି ଓ ଚିନ୍ତା ମଧ୍ୟ ବଢିଛି । ଏହି ସବୁକୁ ଆଖିରେ ରଖି ରାଜ୍ୟ ସରକାର ଛତିଶଗଡକୁ ଲାଗିରହିଥିବା ଏହି ୧୦ଟି ଜିଲ୍ଲା ପାଇଁ ନୂଆ ଗାଇଡ୍ଲାଇନ ରୁଜୁ କରିଛନ୍ତି ।

ହେଲେ ବନ୍ଧୁଗଣ ସାରା ଓଡିଶା ରାତି ୯ଟା ରୁ ସଖାଳ ୫ଟା ପର୍ଯ୍ୟନ୍ତ ଅନ୍ୟ ସବୁ ଜିଲାରେ ନାଇଟ କର୍ଫ୍ଯୁ ହେବାର ଘୋଷଣା କରାଯାଇଛି । ତା ହେଲେ ବନ୍ଧୁଗଣ କରୋନା ମହାମାରୀକୁ ଆଖି ଆଗରେ ରଖି ଆପଣ ମାନେ ସତର୍କ ରୁହନ୍ତି, ସମସ୍ତ ସ୍ଥାନରେ ସାଧାରଣ ଦୂରତାର ନିୟମକୁ ପାଳନ କରନ୍ତୁ ଓ ସବୁବେଳେ ମାସ୍କର ବ୍ୟବହାର ନିହାତି କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *