ମୁହଁ ଖୋଲିଲେ ପ୍ରଯୋଜକ ‘ବବି ମିଶ୍ରଙ୍କୁ ପଚାର ତୁମେ କେତେ ଟଙ୍କା ଦେଇଛ ,ମୁଁ ତାଙ୍କୁ କହିଥିଲି ଦୁଇଦିନ ପରେ ଚେକ ଡିପୋଜିଟ କରିବ, ହେଲେ ସେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତା ଖରାପ ସମୟରେ ବବି ମିଶ୍ର କେତେ ଟଙ୍କା ଦେଇଛନ୍ତି । ତେବେ ଏପରି କିଛି ଓଡିଆ ଫିଲ୍ମ ପ୍ରଯୋଜକଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଯେଉଁ ପ୍ରଯୋଜକଙ୍କ ନାମରେ ଗତ ୨ ଦିନ ତଳେ ଏକ ବିବାଦ ଉଠିଥିଲା । ଯେ ଜଣେ ଫିଲ୍ମ ପ୍ରଯୋଜକ ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥ ଅବସ୍ତାର ଚିକିତ୍ସା ପାଇଁ ୫୦, ୦୦୦ ଟଙ୍କାର ଚେକ ଦେଇଥିଲେ । ତାପରେ ସେହି ଚେକଟି ବାଉନ୍ସ ହୋଇଯାଇଥିଲା ।

ତେବେ ସେହି ପ୍ରଯୋଜକ ଗଣ ମାଧ୍ୟମ ଆଗରେ ନିଜସ୍ୱ କିଛି ପ୍ରତିକ୍ରିୟା ରଖିଛନ୍ତି । ତେବେ ସେ ଏଠାରେ ୫୦, ୦୦୦ ଟଙ୍କାର ଚେକ ବାଉନ୍ସ ହେବା ପଛର କଥା ଉଲ୍ଲେଖ କରିଛନ୍ତି । ଏହା ସହିତ ଅଭିନେତା ବବି ମିଶ୍ରଙ୍କୁ ମଧ୍ୟ କଟାକ୍ଷ କରି ଏପରି କିଛି କହିଛନ୍ତି । ତେବେ ଫିଲ୍ମ ପ୍ରଯୋଜକଙ୍କ କହିବା ଅନୁଯାଇ ପିନ୍ଟୁ ନନ୍ଦ ମୋର ଦାଦା ହିସାବରର ହେବେ । ତାଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ଓ ଭଲ ପାଇବା ରହିଛି ।

ତେଣୁ ତାଙ୍କର ଏପରି ଅବସ୍ଥା ସମ୍ପର୍କରେ ତାଙ୍କୁ ମୁଁ କିଛି ଆର୍ଥିକ ସାହାଜ୍ଯ କରିବାକୁ ଯାଇଥିଲି । ହେଲେ ସେତେବେଳେ ମୁଁ ତାଙ୍କୁ ୧୦, ୦୦୦ ଟଙ୍କା ଦେବାକୁ ଯାଇଥିଲି । ହେଲେ ପିନ୍ଟୁ ଭାଇ କହିଲେ । ତୁ ଜଣେ  ଫିଲ୍ମ ପ୍ରଯୋଜକ ତୁ ମୋତେ ୫୦, ୦୦୦ ଟଙ୍କା ଦେଇଥା । ତେବେ ସେଠାରେ ମୁଁ ୫୦, ୦୦୦ ଟଙ୍କାର ଚେକ ଦେଇକି ଆସିବା ପରେ ମୋ ସ୍ତ୍ରୀ ଓ ମୋର କିଛି ଝଗଡା ହୋଇଗଲା ।

ମୋ ସ୍ତ୍ରୀଙ୍କ କହିବା କଥା ଏହା କି ଯେ ପିନ୍ଟୁ ନନ୍ଦଙ୍କୁ ତ ବହୁତ ଲୋକ ସାହାଜ୍ଯ କରୁଛନ୍ତି । ତେଣୁ ତୁମେ ସେହି ଟଙ୍କା ପିନ୍ଟୁ ନନ୍ଦଙ୍କୁ ନଦେଇ ଅନ୍ୟ କିଛି ଗରୀବ ଲୋକଙ୍କୁ ସାହାଜ୍ଯ କରିଦିଅ । ତେବେ ତାପରେ ମୁଁ ପିନ୍ଟୁ ଭାଇଙ୍କୁ କଲ୍ କରିଥିଲି । ପିନ୍ଟୁ ଭାଇ ଓ ବବି ଭାଇଙ୍କୁ ମୁଁ କହିଥିଲି । ଜଣେ ଗରିବ ଲୋକଟିର ଗୋଡ କଟିଯାଇଛି । ମୁଁ ସେଠାକୁ ଯାଇଥିଲି । ସେ ଲୋକଟି ବର୍ତ୍ତମାନ ନିହାତି ଭଲ ହେବା ଦରକାର ।

ବବି ଭାଇ ସେହି ଚେକଟି ତମେ ୨ ଦିନ ପରେ ଲଗେଇବ । ତେବେ ଏଠାରେ ମୁଁ ଟଙ୍କା ଦେବାକୁ ଯାଇ କହିକି ଠକିଲି କେତେବେଳେ ବୋଲି ପ୍ରଯୋଜକ କହିଛନ୍ତି । ଯଦି ବବି ଭାଇଙ୍କୁ ପଚାରିବା ପିନ୍ଟୁ ଭାଇଙ୍କ ପାଇଁ ସେ କେତେ ଦେଇ ପକେଇଛନ୍ତି ? ମୁଁ ଏବେବି କହୁଛି ପିନ୍ଟୁ ଭାଇଙ୍କୁ ମୁଁ ଟଙ୍କା ଦେବାକୁ ରାଜି ଅଛି । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *