ବନ୍ଧୁଗଣ, ସୂଚନା ଅନୁଯାୟୀ ଭଦ୍ରକ ରେ କାଳୀପୂଜା ଉପଲକ୍ଷେ ଯାତ୍ରାପାଟି ର ଆୟୋଜନ ହୋଇଥିଲା । ମାତ୍ର ସେଠାରେ ରାନୀ ନାମକ ଅଭିନେତ୍ରୀ ଅଶ୍ଳୀଳ ଭାବରେ ନାଚୁଥିବାର ବିରୋଧ କରି ଦର୍ଶକ ମାନଙ୍କ ମଧ୍ୟରୁ ଜଣେ ମହିଳା ଷ୍ଟେଜ ଉପରେ ଚଢି ଜୋତା ପକାଇଥିଲେ । ଏ ନେଇ ଉଭୟ ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀ ଏବଂ ମହିଳା ଦର୍ଶକ କ’ଣ କହୁଛନ୍ତି ଆସନ୍ତୁ ଜାଣିନେବା । ତେବେ ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀ କହିଛନ୍ତି ଯେ,
ତାଙ୍କୁ ଯେଉଁଭଳି ଭାବରେ ଦୋଷ ଦିଆଗଲା ତାଙ୍କ ଅଭିନୟ ନେଇ ତଥା ଡ୍ୟାନ୍ସ ନେଇ ତେବେ ଏ ସବୁ ବହୁତ ଭୁଲ ହେଲା ତାଙ୍କ ପ୍ରତି । ଯେହେତୁ ସେ ଜଣେ ଆର୍ଟିଷ୍ଟ ଅଟନ୍ତି ତେବେ ସେ ଶାଳୀନତା ଭିତରେ ରହି ନାଚିଛନ୍ତି ବୋଲି କହିଲେ । ଲୋକମାନଙ୍କୁ ତାଙ୍କ ପର୍ଫର୍ମାନ୍ସ ଭଲ ଲାଗୁଛି ବୋଲି ଲୋକମାନେ ତାଙ୍କୁ ଆଇଟମ କରିବାକୁ ଡାକୁଛନ୍ତି । ସେ ଶାଳୀନତା ଭିତରେ ରହି ହିଁ ନାଚ କରୁଥିଲେ ।
ଏହାକୁ ନେଇ ବିରୋଧ କରିଥିବା ମନ୍ଦାକିନୀ ମାଡାମ କହିଛନ୍ତି ଯେ ସେ କିଭଳି ଭାବରେ ନାଚିଥିଲେ ତାହା ସେ ନିଜେ ଭିଜୁଆଲ ଦେଖିଲେ ନିଶ୍ଚିତ ଭାବରେ ଜାଣିପାରିବେ । ମୁଁ ଏକୁଟିଆ କହିଲେ ହେବନାହିଁ ଦର୍ଶକ ମାନେ ମଧ୍ୟ କହିବେ ଯେ ସେ କିଭଳି ନାଚିଛନ୍ତି ସେ ଷ୍ଟେଜ କୁ ଯାଇ ଏଭଳି କରିବା ଭୁଲ । ମହିଳା ଜଣକ କହିଛନ୍ତି ଯେ ସେ ନିଜ ପରିବାର ନେଇ ଯାତ୍ରା ରାଜନନ୍ଦିନୀ ଦେଖିବାକୁ ଯାଇଥିଲେ ଏବଂ ସେଠାରେ ତାଙ୍କୁ ଏହିଭଳି ଅଶ୍ଳୀଳ ଭାବରେ ନୃତ୍ୟ ଦେଖି ଖରାପ ଲାଗିଲା ଏବଂ ସେ ସିଧାସଳଖ ଭାବରେ ଚପଲ ପକାଇଥିଲେ ।
ଏହାପରେ ଯାତ୍ରା କିଛି ସମୟ ପାଇଁ ବନ୍ଦ ରହିଥିଲା ଏବଂ ମଞ୍ଚ ଉପରକୁ ଯାଇ ମହିଳା ଜଣକ ଯାତ୍ରାପାଟିର ମେମ୍ବର ଙ୍କ ସହିତ କଥା ହେଉଥିଲେ ଏବଂ କିଛି ସମୟ ପାଇଁ ଏକ ଯୁକ୍ତିପୂର୍ଣ୍ଣ ମାହୋଲ ଦେଖିବାକୁ ମିଳିଥିଲା । ମାତ୍ର ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀ କହିଥିଲେ ଯେ ଶାଳୀନତା ଭିତରେ ନାଚିଥିଲେ । ଏଭଳି କିଛି ଅଶ୍ଳୀଳ ଇଙ୍ଗିତ ସେ କରି ନଥିଲେ କିନ୍ତୁ ତାଙ୍କୁ ବ୍ଲେମ କରାଯାଉଅଛି ତଥା ତାଙ୍କ ବିରୋଧରେ ଏହିଭଳି ଅଭିଯୋଗ କରାଯାଉଅଛି ।
ରାନୀ ପ୍ରିୟଦର୍ଶନୀ ଏହା ମଧ୍ୟ କହିଛନ୍ତି ଯେ ଖାଲି ଖାଲି ଏହିଭଳି ଭାବରେ ଜଣେ ଅଭିନେତ୍ରୀ କୁ ବ୍ଲେମ କରିବା ଉଚିତ ନୁହେଁ । ହଜାର ହଜାର ଦର୍ଶକ ଦେଖୁଥିଲେ ଯଦି ମହିଳା ଜଣଙ୍କୁ ଆଇଟମ ଡ୍ୟାନ୍ସ ଭଲ ଲାଗିଲା ନାହିଁ ତେବେ ସେ ସେଠାକୁ ଯାଉଥିଲେ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଯାତ୍ରା ଅଭିନେତ୍ରୀ ରାନୀ ପ୍ରିୟଦର୍ଶନୀ । ତେବେ ଏହି ଘଟଣା ଜାଣି ଆପଣ ମାନେ କଣ ଚିନ୍ତା କରୁଛନ୍ତି ମହିଳା ଜଣଙ୍କ ଯାହା କରିଲେ ତାହା ଠିକ କରିଲେ ? ଏ ନେଇ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।