ଯାତ୍ରା ପେଣ୍ଡାଲରେ ଚାଲିଥିଲା ନଙ୍ଗୁଳି ନାଚ, ଜୋତା ଫୋପାଡିଲେ ମହିଳା…ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ କାଳୀପୂଜା ଉପଲକ୍ଷେ ଭଦ୍ରକ ଜିଲ୍ଲାରେ ଯାତ୍ରା ପରିବେଷଣ ହେଉଥିଲା । ସେଠାରେ ରାଜନନ୍ଦିନୀ ଗୃପ ଯାତ୍ରା ପରିବେଷଣ କରୁଥିଲା । ରାଜନନ୍ଦିନୀ ଯାତ୍ରାପାଟି ର ରାନୀ ନାମକ ଅଭିନେତ୍ରୀ ନୃତ୍ୟ ପରିବେଷଣ କରିଥିଲେ । ମାତ୍ର ଏହି ନାଚ କୁ ଅଶ-ଳିଳ ବୋଲି କହି ପ୍ରତିବାଦ କରିଥିଲେ ଜଣେ ମହିଳା ଦର୍ଶକ । ଏହା ସହିତ ଉତକ୍ଷିପ୍ତ ହୋଇ ସେ ନାଚୁଥିବା ଅଭିନେତ୍ରୀ ଉପରକୁ ଜୋତା ଫିଙ୍ଗିଥିଲେ ।

ଏହାପରେ ନିଜେ ମଞ୍ଚ ଉପରକୁ ଚଢିଯାଇଥିଲେ ମହିଳା ଜଣଙ୍କ । ତେବେ ବେସ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା ଯାତ୍ରା । ଆର୍ଯ୍ୟ କମିଟି ସଦସ୍ୟ ଏବଂ ଯାତ୍ରାପାଟି ର ସଦସ୍ୟ ବହୁ ବୁଝାବୁଝି କରିବା ପରେ ପୁଣିଥରେ ଯାତ୍ରା ଆରମ୍ଭ ହୋଇଥିଲା । ଏହାକୁ ନେଇ ସାମାଜିକ କର୍ମୀ ଋତୁପର୍ଣ୍ଣ ମହାନ୍ତି କହିଛନ୍ତି ଯେ ମନୋରଞ୍ଜନ ନାମରେ ଅଶ-ଳିଳତା ଏତେ ଏକ ବ୍ୟାଧି ହୋଇ ଗଲାଣି ଯେ ଏହା ମହିଳା ମାନଙ୍କ ସନ୍ନମାନ କୁ ନେଇ ଏକ ବଡ ପ୍ରଶ୍ନବାଚୀ ଉଠିସାରିଲାଣି ।

ଏଣୁ ଏହି ଯାତ୍ରାପାଟିରେ ହେଉ ଅଥବା ଯାହା ପୂଜା ପର୍ବାଣୀ ହେଉଛି, ସେଠାରେ ଯେଉଁ ଛୋଟ ଛୋଟ ଝିଅ ମାନଙ୍କୁ ନେଇ ନାଚ କରାଉଛନ୍ତି ସଂପୂର୍ଣ୍ଣ ଭାବରେ ତାହାର ପ୍ରେଜେଣ୍ଟେସନ ଦ୍ଵାରା ଯୁବପିଢୀ ସଂପୂର୍ଣ୍ଣ ଭାବରେ ଖରାପ ଆଡକୁ ଯିବାରେ ଲାଗିଛି । ମାତ୍ର ଏଥିପାଇଁ ଦାୟୀ କିଏ ? କାରଣ ଯେଉଁ କଳାକାର ମାନେ ଯାତ୍ରାପାଟିରେ ଅଭିନୟ କରୁଛନ୍ତି, ତାଙ୍କୁ ବୋଧହୁଏ ଯାତ୍ରା ମାଲିକ କହିଥିବେ ଯେ ଏହିଭଳି ଅଙ୍ଗପ୍ରଦର୍ଶନ ଅଥବା ଏହିଭଳି କରିବା ନିମନ୍ତେ ।

ତେବେ ଦର୍ଶକ ଯେଉଁମାନେ ଏଭଳି ନୃତ୍ୟ ଦେଖି ଉପଭୋଗ କରୁଛନ୍ତି ଆଉ ଯେଉଁମାନେ ମହିଳା ମାନଙ୍କ ଦେହକୁ ଏକ ବସ୍ତୁ ଭାବରେ ବିକ୍ରି କରୁଛନ୍ତି ଏଥି ନିମନ୍ତେ ସେମାନେ ମଧ୍ୟ ଦାୟୀ । ଯେଉଁ ଝିଅଟି ନାଚୁଛି ତା ପଛରେ ଥିବା ଗରିବୀ ତଥା ବେରୋଜଗାର ମଧ୍ୟ ଦାୟୀ । ମାତ୍ର ଯାତ୍ରାପାଟି ହେଲେ ମଧ୍ୟ ସମାଜ ପ୍ରତି କିଛି କର୍ତ୍ତବ୍ୟ ରହିଛି । ସେମାନେ ଯଦି ମହିଳା ମାନଙ୍କୁ ବସ୍ତୁ ଭାବି ତାଙ୍କ ସହିତ ଯାହା ନାହିଁ ତାହା କରାଇବେ ଅଙ୍ଗ ପ୍ରଦର୍ଶନ ଅଶ-ଳିଳ ଭାବରେ ହେବ ତେବେ ତାହା କ’ଣ ଉଚିତ ?

ମାତ୍ର ପ୍ରତିବାଦ କରିଥିବା ମହିଳା ଜଣେ ନଥିଲେ ସେଥିରେ ଅନେକ ମହିଳା ଥିଲେ ଯେଉଁମାନେ ଏ ନେଇ ପ୍ରତିବାଦ କରୁଥିଲେ । ତେବେ ଯେଉଁମାନେ ଏହା କରାଉଛନ୍ତି ତାହା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ଯେଉଁ ମହିଳା ଯାତ୍ରାଅଭିନେତ୍ରୀ ବିରୁଦ୍ଧରେ ପ୍ରତିବାଦ କରିଲେ ସେ ସମାଜ ପ୍ରତି ଉଚିତ ପଦକ୍ଷପ ଗ୍ରହଣ କରିଛନ୍ତି । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *