ଭାଗ୍ୟରେ ଥିଲେ ଏହି ପକ୍ଷୀ ଗୁଡିକର ଦର୍ଶନ ମିଳେ- Most Beautiful Birds

ବନ୍ଧୁଗଣ ପକ୍ଷୀ ମାନଙ୍କର କଥା କହିଲେ ପକ୍ଷୀର ଅନେକ ପ୍ରଜାତି ଅଛନ୍ତି ଯାହା ବିଷୟରେ ଆମେ ମାନେ ବହୁତ କମ ଜାଣିଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ପକ୍ଷୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ଗୁଡିକୁ ଦେଖିବାକୁ ହେଲେ ଭଲ ଭାଗ୍ୟ ଥିବା ଦରକାର । ଏହି ପକ୍ଷୀ ଗୁଡିକୁ ଦେଖିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ପକ୍ଷୀ ଗୁଡିକ ବିଷୟରେ ।

ଆମାଜୋନିଆନ ଫ୍ଲାଏକ୍ୟାଚର- ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ଆମାଜୋନିଆନ ଫ୍ଲାଏକ୍ୟାଚର । ଏହି ପକ୍ଷୀଟି ଏତେ ସୁନ୍ଦର ଯେ, ଆପଣ ମାନେ ଏହି ପକ୍ଷୀକୁ ଦେଖିଲେ ନିଜ ଘରେ ରଖିବା ପାଇଁ ଇଛା କରିବେ । ଏହି ପକ୍ଷୀଟି ଆମାଜୋନ ଜଙ୍ଗଲରେ ଦେଖା ଯାଇଥାଏ ଓ ବହୁତ ଫ୍ରେଣ୍ଡଲି ଅଟେ ।

ଗ୍ରେ କ୍ରାଉନଡ କ୍ରେନ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଗ୍ରେ କ୍ରାଉନଡ କ୍ରେନ ନାମକ ପକ୍ଷୀ । ଏହି ପକ୍ଷୀଟି ସାଧାରଣତଃ ଆଫ୍ରିକାରେ ଦେଖାଯାଏ ।  ଏହି ପକ୍ଷୀଟି ବହୁତ ସୁନ୍ଦର ଦେଖାଯାଏ । ଏହି ପକ୍ଷୀର ମୁଣ୍ଡରେ ଏକ ଗୋଲ୍ଡେନ ରଙ୍ଗର କ୍ରାଉନ ଥାଏ ଯାହା ସୁନ୍ଦରତାକୁ ଅଧିକ ବଢାଇ ଦିଏ । ଏହାକୁ ୟୁଗାଣ୍ଡାର ରାଷ୍ଟ୍ରୀୟ ପକ୍ଷୀର ମାନ୍ୟତା ମଧ୍ୟ ମିଳିଛି ।

ହମିଙ୍ଗ ବାର୍ଡ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛି ହମିଙ୍ଗ ବାର୍ଡ । ଏହି ପକ୍ଷୀ ସାଧାରଣତଃ ଆମେରିକାରେ ଦେଖାଯାଏ ଓ ଏହାର ଓଜନ ମାତ୍ର 5 ଗ୍ରାମ ଅଟେ । ଓଜନ କମ ଥିବାରୁ ଏହି ପକ୍ଷୀ 800 କିଲୋମିଟର ପର୍ଯ୍ୟନ୍ତ ଉଡି ପାରନ୍ତି । ଏହା ହେଉଛି ଏକ ମାତ୍ର ପକ୍ଷୀ ଯାହା ପଛ ପଟରୁ ବି ଉଡିପାରେ । ହମିଙ୍ଗ ବାର୍ଡ କଲରଫୁଲ ହେବା ସହ ବହୁତ ସୁନ୍ଦର ଦେଖାଯାଏ ।

ଲିଲାକ ବ୍ରେଷ୍ଟେଡ ରୋଲର- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛି ଲିଲାକ ବ୍ରେଷ୍ଟେଡ ରୋଲର ପକ୍ଷୀ । ଏହି ପକ୍ଷୀକୁ ଦେଖିଲେ ଆପଣ ନିଶ୍ଚୟ ଆକର୍ଷିତ ହେବେ । ଏହି ପକ୍ଷୀ ସାଧାରଣତଃ ସାଉଥ ଆଫ୍ରିକାରେ ଦେଖାଯାଏ । ଏହି ପକ୍ଷୀ ଅତି ସୁନ୍ଦର ହେବା ସହ ଅତି ଆକ୍ରାମକ ମଧ୍ୟ ଅଟନ୍ତି ସେଥିପାଇଁ ଏହି ପକ୍ଷୀ ମଣିଷଙ୍କ ଠାରୁ ଦୂରେଇ ରୁହନ୍ତି । ଏହି ପକ୍ଷୀର ଭିନ୍ନ ଭିନ୍ନ ରଙ୍ଗ ଅଛି ଯାହା ବହୁତ ଆକର୍ଷିତ ଅଟେ ।

ରେଡ କାପ୍ଡ଼ ମାନାକିନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ରେଡ କାପ୍ଡ଼ ମାନାକିନ ନାମକ ପକ୍ଷୀ । ଏହି ପକ୍ଷୀର ସଂପୂର୍ଣ୍ଣ ଶରୀର କଳା ରଙ୍ଗ ହୋଇଥିବା ବେଳେ ବେକରୁ ମୁହଁ ପର୍ଯ୍ୟନ୍ତ ନାଲି ହୋଇଥାଏ । ଏହି ପକ୍ଷୀର ଓଜନ ମାତ୍ର 16 ଗ୍ରାମ ଅଟେ । ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ପକ୍ଷୀଟି ଡ୍ୟାନ୍ସ ମଧ୍ୟ କରେ ଯାହା ଅତ୍ୟନ୍ତ ଆକର୍ଷଣୀୟ ।

Leave a Reply

Your email address will not be published. Required fields are marked *