ମୋହମ୍ମଦ ଶମୀଙ୍କୁ ଭାରତୀୟ ୱାଣ୍ଡେ ଟିମରୁ ବାହାର କରିବାର ବଡ କାରଣ ଆସିଲା ସାମ୍ନାକୁ, ଜାଣି ଆଶ୍ଚର୍ଯ୍ୟ ହୋଇଯିବେ

କହିବାକୁ ଗଲେ ଭାରତ ଓ ସାଉଥ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଥିବା ୩ ଟି ଏକଦିବସୀୟ ମ୍ୟାଚ ଗୁଡିକ ପାଇଁ ଭାରତୀୟ କ୍ରିକେଟ ଟିମର ଘୋଷଣା ହୋଇ ସାରିଛି । ଆଗାମୀ ସିରିଜ ପାଇଁ ବଛା ଯାଇଥିବା ୱାଣ୍ଡେ ଟିମ ଉପରେ ନଜର ପକାଇବା ତ ଟିମକୁ ତିନି ଜଣ ଖେଳାଳି ଫେରିଛନ୍ତି । ଯେଉଁମାନେ ଗତ କିଛି ଦିନ ହେବ ଆଘାତ ଲାଗିଥିବା କାରଣରୁ ଟିମର ଅଂଶ ନ ଥିଲେ ।

ଯେଉଁଥିରେ ଶିଖର ଧବନ, ଭୁବନେଶ୍ଵର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାମ ସାମିଲ ଅଛି । ଯଦି ଟିମ ର ଅଂଶ ନ ଥିବା ଖେଳାଳିମାନଙ୍କ ବିଷୟରେ କଥା ହେବା ତ ଏଥିରେ କିଛି ଆଶ୍ଚର୍ଯ୍ୟ କରିଦେବା ଭଳି ନାମ ସାମିଲ ଅଛି ।

ଶମୀକୁ ମିଳିଲା ନାହିଁ ଟିମ ଇଣ୍ଡିଆରେ ଚାନ୍ସ

ସାଉଥ ଆଫ୍ରିକା ବିରୁଦ୍ଧରେ ବଛା ଯାଇଥିବା ଟିମରେ ମୋହମ୍ମଦ ଶମୀ, ଶାର୍ଦୁଲ ଠାକୁର, ଶିବମ ଦୁବେ, ମୟଙ୍କ ଅଗ୍ରୱାଲ ଓ କେଦାର ଯାଦବଙ୍କୁ ବାହାର କରି ଦିଆଯାଇଛି । ଯେଉଁମାନେ କି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ୱାଣ୍ଡେ ସିରିଜରେ ଟିମ ଇଣ୍ଡିଆର ଅଂଶ ଥିଲେ । ବର୍ତ୍ତମାନ ସବୁଠୁ ବଡ ପ୍ରଶ୍ନ ଏହା ଅଟେ କି ନ୍ୟୁଜିଲ୍ୟାଣ୍ଡ ଟୁରରେ ଭଲ ପ୍ରଦର୍ଶନ କରିଥିବା ମୋହମ୍ମଦ ଶମୀଙ୍କୁ ବର୍ତ୍ତମାନ ଟିମରୁ ବାହାର କାହିଁକି କରି ଦିଆଯାଇଛି ।

କହିବାକୁ ଗଲେ ମୋହମ୍ମଦ ଶମୀ ଭାରତୀୟ କ୍ରିକେଟ ଟିମର ଏକ ମୁଖ୍ୟ ଖେଳାଳି ଅଟନ୍ତି । ଯଦି ଆରାମ ଦେବା ବିଷୟରେ କଥା ହେବା ତ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳାଯାଇଥିବା ୱାଣ୍ଡେ ମ୍ୟାଚର ଶୃଙ୍ଖଳା ଓ ଟି – ୨୦ ମ୍ୟାଚର ଶୃଙ୍ଖଳାର ବହୁତ ମ୍ୟାଚରେ ସେ ଟିମର ପ୍ଲେଇଙ୍ଗ ଇଲେଭନରୁ ବାହାରେ ବସିଥିଲେ ।

କଣ ହୋଇପାରେ ଅସଲ କାରଣ

କହିବାକୁ ଗଲେ ମୋହମ୍ମଦ ଶମୀଙ୍କୁ ଏଥିପାଇଁ ଟିମରୁ ବାହାର କରି ଦିଆ ଯାଇଛି କାରଣ ଟିମ ଇଣ୍ଡିଆର ଚୟନକର୍ତ୍ତାମାନେ ଭୁବନେଶ୍ଵର କୁମାରଙ୍କୁ ଭାରତୀୟ ଟିମର ଅଂଶ କରିବାକୁ ଚାହୁଁଥିଲେ । ଯଦି ସୋସିଆଲ ମିଡିଆ କଥା କହିବା ତ ପ୍ରାୟତଃ ଲୋକମାନେ ଏହା ଚିନ୍ତା କରୁଛନ୍ତି କି ମୋହମ୍ମଦ ଶମୀଙ୍କୁ ଆରାମ ଦିଆ ଯାଇଛି । କିନ୍ତୁ ଆମେ ଆପଣଙ୍କୁ କହିଦେଉଛୁ କି ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ତୃତୀୟ ଟି – ୨୦ ପରେ ଶମୀଙ୍କୁ ପ୍ଲେଇଙ୍ଗ ଇଲେଭେନରରୁ ବାହାରେ ବସାଯାଇଥିଲା ଓ ୱାଣ୍ଡେ ସିରିଜରେ ବି ଶମୀଙ୍କ ବଦଳରେ ଶାର୍ଦୁଲଙ୍କ ଉପରେ ବିଶ୍ଵାସ କରାଯାଇଥିଲା ।

Leave a Reply

Your email address will not be published. Required fields are marked *