ମୋଦୀ ସରକାରଙ୍କର ଖାସ ବୀମା ସ୍କିମ, ୩୪୨ ଟଙ୍କାରେ ମିଳିବ ତିନୋଟି ଇଂସୁରାନ୍ସ କଭର, ଜାଣନ୍ତୁ ଆପଣ କେମିତି ଉଠାଇ ପାରିବେ ଏହାର ଫାଇଦା

ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା କରାଯାଇଥିବା ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା କରିବା ଦ୍ଵାରା ଆପଣଙ୍କୁ ଦୁଇଟି ନୁହେଁ ବରଂ ତିନୋଟି ଇଂସୁରାନ୍ସ କଭର ମିଳିବ । ଏହି ଇଂସୁରାନ୍ସ ମାତ୍ର ୧୨ଟଙ୍କାରେ କରାଯାଇଥାଏ । ଯେହେତୁ ଆଜିର ଦୁନିଆରେ ହେଲଥ ଇଂସୁରାନ୍ସ କରିବା ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ, ତେଣୁ ଏହି ଦୁଇ ଯୋଜନା ଦ୍ଵାରା ଆକ୍ସିଡେନ୍ଟାଲ ଡେଥ କଭର, ଡିଶାବିଲିଟି କଭର ଏବଂ ଲାଇଫ କଭର ମିଳିବ ।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ଆପଣଙ୍କୁ ଆକ୍ସିଡେଣ୍ଟାଲ ଏବଂ ଡିଶାବିଲିଟି କଭର ୧୨ ଟଙ୍କାରେ ମିଳିବା ସମୟରେ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ରେ ଆପଣଙ୍କୁ ଲାଇଫ ଇଂସୁରାନ୍ସ କଭର ମିଳିବ ଏବଂ ଏଥିପାଇଁ ଆପଣଙ୍କୁ ୩୩୦ ଟଙ୍କା ଖର୍ଚ କରିବାକୁ ପଡିବ । ଆପଣଙ୍କୁ ବର୍ଷକୁ ଦୁଇଟି ବୀମା ପାଇଁ ୩୪୨ ଟଙ୍କା ଖର୍ଚ କରିବାକୁ ପଡିବ ।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା

ଏହି ବୀମା ଯୋଜନାରେ କେବଳ ଆକ୍ସିଡେନ୍ଟାଲ ଡେଥ ଏବଂ ଡିଶାବିଲିଟି କ୍ଷେତ୍ରରେ ୧୮ ରୁ ୭୦ ବର୍ଷର ଲୋକଙ୍କୁ ବିମାର କଭର ମିଳିବ । ଏହା କେବଳ ହୃଦଘାତ ରେ ହୋଇଥିବା ମୃତ୍ୟୁକୁ କଭର କରି ନଥାଏ । ଆକ୍ସିଡେଣ୍ଟାଲ ଡେଥ ପାଇଁ ୨ଲକ୍ଷ ଏବଂ ଡିଶାବିଲିଟି ପାଇଁ ୧ଲକ୍ଷ ଟଙ୍କା ମିଳିଥାଏ ।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା

  • ଏହି ବୀମା ଯୋଜନା ୧୮ ରୁ ୫୦ ବର୍ଷର ଲୋକଙ୍କୁ ମିଳିପାରିବ । କୌଣସି ପ୍ରକାରର ମୃତ୍ୟୁ ହୋଇଥିଲେ ମଧ୍ୟ ଏହି ଯୋଜନାରୁ ୨ଲକ୍ଷ ଟଙ୍କା ମିଳିବ । ବର୍ଷ ମଝିରୁ ଯୋଜନା ପାଇଁ ଆବେଦନ କଲେ ଆବେଦନ ତାରିଖରୁ ଏହାର ପ୍ରିମିୟମ ଧାର୍ଯ୍ୟ କରାଯାଏ ।
  • ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଜୁନ, ଜୁଲାଇ ଏବଂ ଅଗଷ୍ଟ ପାଇଁ ବର୍ଷକୁ ୩୩୦ ଟଙ୍କା ଦେବାକୁ ପଡିବ ।
  • ଡିସେମ୍ବର, ଅକ୍ଟୋବର ଏବଂ ନଭେମ୍ବର ପାଇଁ ଏଥିରେ ୨୫୮ ଟଙ୍କା ଦେବାକୁ ପଡିବ ।

  • ଡିସେମ୍ବର, ଜାନୁୟାରୀ ଏବଂ ଫେବୃୟାରୀ ପାଇଁ ୧୭୨ ଟଙ୍କା ଦେବାକୁ ପଡିଥିବା ସମୟରେ ମାର୍ଚ୍ଚ, ଏପ୍ରିଲ ଏବଂ ମେ ମାସରେ ୮୬ ଟଙ୍କା ଦେବାକୁ ପଡିଥାଏ ।
  • ନିକଟସ୍ଥ କୌଣସି ବି ବ୍ୟାଙ୍କ ଶାଖାରେ ଏହି ଯୋଜନାର ଲାଭ ଉଠାଇ ପାରିବେ ।

ଆପଣ ଏହି ବୀମା ଯୋଜନା ପାଇଁ LIC ବା ଅନ୍ୟ ଇଂସୁରାନ୍ସ କମ୍ପାନୀରେ ଆବେଦନ କରି ପାରିବେ । ତେବେ ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ । ଆମର ଏହି ସୂଚନା ଭଲ ଲାଗିଥିଲ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ସହିତ ଆଗକୁ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *