ଯେତବେଳେ କରୋନା ଭାଇରସ ପାଇଁ କିଛି ଔଷଧ ନାହିଁ ତେବେ କେମିତି ଠିକ ହେଉଛନ୍ତି ରୋଗୀ, ଆସନ୍ତୁ ଜାଣିବା ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ ଭାରତରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୫୨୮ ଟି ମାମଲା ସାମନାକୁ ଆସିଥିବା ବେଳେ ସେଥିରୁ ୬୬୩୪ ଟି ରୋଗି ଚିକିତ୍ସାଧୀନ ଅଛନ୍ତି । ୬୫୨ ଜଣ ଭଲ ହେବା ବେଳେ ୨୪୨ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୧୨ ଘଣ୍ଟାରେ ୪୯୦ଟି ମାମଲା ବଢିଛି । ୨୦ ମାର୍ଚ୍ଚରେ ଲଖନୌ ର ଏସପିଜିଏମ ମେଡିକାଲରେ ଥିବା ମହାମାରୀ ପଜିଟିଭ କନିକା କପୁର ଏବେ ଠିକ ହୋଇ ଯାଇଛନ୍ତି । ମହାମାରୀ ଭୂତାଣୁ ର ସଠିକ ଔଷଧ ବାହାରି ନଥିବା ବେଳେ ଲୋକମାନେ କିପରି ଆରୋଗ୍ୟ ହୋଇ ପାରୁଛନ୍ତି ଏହାର ଅନେକ ପ୍ରଶ୍ନ ଉଠୁଛି ।

କେମିତି ହେଉଥିଲା ଚିକିତ୍ସା ?

ବର୍ତମାନ ପର୍ଯ୍ୟନ୍ତ ସଂକ୍ରମିତ ରୋଗି ମାନଙ୍କର ଚିକିତ୍ସା ଡବ୍ଲ୍ୟୁଏଚଓ ଏବଂ ଭାରତୀୟ ଆର୍ୟୁବିଜ୍ଞାନ ଗାଇଡ ଲାଇନ୍ସ ଅନୁସାରେ ଅଲଗା ଅଲଗା ଲକ୍ଷଣ ଥିବା ରୋଗୀଙ୍କୁ ଅଲଗା ଅଲଗା ପ୍ରକାରର ଉପଚାର କରାଯାଉଛି । ସାରା ବିଶ୍ଵ ଏହି ମହାମାରୀର ଔଷଧ ତିଆରି କରିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ଅସଫଳ ହୋଇଛନ୍ତି ।

ଆତ୍ମରକ୍ଷା ହିଁ ଚିକିତ୍ସା ଅଟେ

ଆଗ୍ରା ର ବରିଷ୍ଠ ଫିଜିସିଆନ ଡା.ଅରବିନ୍ଦ ଜେନ ଙ୍କ ଅନୁସାରେ ଏହି ଭୂତାଣୁର କେତେକ ଭେଦ ଥିବା ବେଳେ ଏହା ସାମ୍ନାକୁ ଆସି ପାରି ନାହିଁ । ଏହା ସତ ଅଟେ କି ମହାମାରୀ ଭୂତାଣୁ ର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ କିନ୍ତୁ ଆତ୍ମରକ୍ଷା ହିଁ ବଞ୍ଚିବାର ଏକ ମାତ୍ର ଉପାୟ ଅଟେ ।

ଇମ୍ୟୁନ ସିଷ୍ଟମ ଦ୍ଵାରା ସଂକ୍ରମଣକୁ ଶେଷ କରାଯାଇ ପାରିବ

ସଂକ୍ରମଣ ରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଏବଂ ସାନିଟାଇଜେସନ ଜରୁରୀ ହୋଇଥିବା ବେଳେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବା ଦରକାର । ଡା. ଅରବିନ୍ଦ କହିଛନ୍ତି ଆଇସୋଲେସନ ରେ ରଖିଥିବା ବେଳେ ଏହି ତିନୋଟି ଜିନିଷର ଧ୍ୟାନ ରଖିବା ଆବଶ୍ୟକ । ଲୋକଙ୍କର ରୋଗ ପ୍ରତିଶୋଧକ ଶକ୍ତି ବଢିବା ଦ୍ଵାରା ମହାମାରୀ ଭୂତାଣୁ ର ସଂକ୍ରମଣ ଦୂର ହୋଇ ଯାଇଥାଏ ।

ଆମ ଶରୀର ଯେତେବେଳେ ଏହି ଭୂତାଣୁ ବିପକ୍ଷରେ ଆଣ୍ଟିବଡିଜ ତିଆରି କରିଥାନ୍ତି ସେମାନେ ଭୂତାଣୁ ସହ ଲଢିଥାନ୍ତି । ସେଥିପାଇଁ ଯଦି ଆମର ଇମ୍ଯୁନ ସିଷ୍ଟମ ଷ୍ଟ୍ରଙ୍ଗ ଥିବ ତେବେ ଏହା ଆମକୁ ଭୂତାଣୁ ସଂକ୍ରମଣରୁ ବଞ୍ଚାଇଥାଏ । ଏହା ସହିତ ଯଦି ବ୍ୟକ୍ତିର ରୋଗ ପ୍ରତିରୋଧକ ଶକ୍ତି ଭଲ ଥିଲେ ମଧ୍ୟ ସେ ମହାମାରୀ ସଂକ୍ରମଣରେ ଆସି ସାଇଲେଣ୍ଟ କ୍ୟାରିୟର ହୋଇ ଯାଇଥାଏ । ଏହା ତାଙ୍କ ଉପରେ କିଛି ପ୍ରଭାବ ନପକାଇ କମ ରୋଗ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାଏ । ସ୍ୱାସ୍ଥ୍ୟ ସମ୍ବଧୀୟ ସମସ୍ତ ତଥ୍ୟ ସମ୍ବଧରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *