୧୪ ତାରିଖ ପରର ବଡ ପ୍ରସ୍ତୁତି, କରୋନାକୁ ଏବେ ଏମିତି ରୋକିବେ ମୋଦୀ ସରକାର

ସରକାରୀ ସୂତ୍ରରୁ ସୂଚନା ମିଳିଛି ୧୪ ଏପ୍ରିଲ ପରେ ସମଗ୍ର ଦେଶକୁ ତିନୋଟି ଜୋନରେ ଭାଗ କରାଯିବ । ଏହି ଭାଗକ୍ରିୟା ସେହି ଅଞ୍ଚଳର କରୋନା ପଜେଟିଭ କେସକୁ ନଜରରେ ରଖି କରାଯିବ ବୋଲି ପ୍ରଧାନ ମନ୍ତ୍ରୀ ମୋଦୀ କହିଛନ୍ତି । ୧୪ ଏପ୍ରିଲ ପରେ ମଧ୍ୟ ଲକଡାଉନ ଜାରି ରହିବ ବୋଲି କେନ୍ଦ୍ର ସରକାର କହିଛନ୍ତି ।

ରେଡ,ୟେଲୋ ଏବଂ ଗ୍ରୀନ ହେବ ତିନୋଟି ଜୋନ

ବିଶେଷ ସୂତ୍ରରୁ ଜଣା ପଡିଛି ୧୪ ଏପ୍ରିଲ ପରେ ଲକଡାଉନ ଜାରି ରହିବା ସହିତ ଯେଉଁ ଅଞ୍ଚଳରେ କରୋନା ସଂକ୍ରମିତ ସଂଖ୍ୟା ମିଳି ନାହିଁ ତାହାକୁ ଗ୍ରୀନ ଜୋନ,ଯେଉଁ ଠାରେ ଅଳ୍ପ ସଂକ୍ରମିତ ମିଳିଛନ୍ତି ତାହାକୁ ୟେଲୋ ଜୋନ ଏବଂ ସର୍ବାଧିକ ମିଳିଥିବା ସଂକ୍ରମିତ ଅଞ୍ଚଳକୁ ରେଡ ଜୋନରେ ବିଭକ୍ତ କରାଯିବ ବୋଲି କୁହାଯାଇଛି ।

ରେଡ ଜୋନରେ ଲକଡାଉନ କଡାକଡି ଭାବେ ରହିବା ସମୟରେ ୟେଲୋ ଜୋନରେ କିଛି ମାତ୍ରାରେ ଢିଲା କରିଦିଆ ଯିବା ସହିତ ବାହାର ଲୋକଙ୍କୁ ପ୍ରବେଶର ଅନୁମତି ନଦେଇ ସେଠାକାର ସ୍ଥାନୀୟ ବଜାରକୁ ଚଳାଚଳ କରିପାରିବେ । ଗ୍ରୀନ ଜୋନରେ ସମସ୍ତ ସରକାରୀ କାର୍ଯ୍ୟଳୟ ଚାଲିବା ସହିତ ଅନ୍ୟ ଆବଶ୍ୟକୀୟ କାର୍ଯ୍ୟ ବ୍ୟବସ୍ତା ହୋଇ ପାରିବ ।

ଗ୍ରୀନ ଏବଂ ୟେଲୋ ଜୋନ ଅଞ୍ଚଳରେ ଏକ ନିୟମ ସହିତ ଚାଷ କାମ କରାଯିବ । ସେଠାକାର ଉଡାଜାହାଜ ଏବଂ ରେଳକୁ ଏକ ଲିମିଟରେ ଚାଳାଚଳ କରାଯିବ । ଦିଲ୍ଲୀ ଭଳି ସହରରେ ମେଟ୍ରୋ ଚାଳଚଳ କରାଯିବା ସହ ଯାତ୍ରୀଙ୍କ ସଂଖ୍ୟାକୁ ସୀମିତ ରଖାଯିବ ।

ସ୍କୁଲ ବନ୍ଦ ରହିବା ବେଳେ ମଦ ଦୋକାନ ଖୋଲା ରହିବ

ସବୁ ଜିଲ୍ଲାକୁ ଜୋନରେ ବିଭକ୍ତ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ କହିଛନ୍ତି କି ୧୪ ଏପ୍ରିଲ ପରେ ସବୁ ସ୍କୁଲ କଲେଜ ବନ୍ଦ ରହିବ କିନ୍ତୁ ମଦ ଦୋକାନ ଖୋଲା ରହିବ । ମଲ ଏବଂ ରେଷ୍ଟୁରାଣ୍ଟକୁ ମଧ୍ୟ ଏବେ ଖୋଲାଯିବ ନାହିଁ ।

ମଦ ଦୋକାନ ଖୋଲିବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କର ପ୍ରସ୍ତାବ ରହିଥିବା ସମୟରେ ସେମାନେ କହିଛନ୍ତି କି ରାଜକୋଷକୁ ଆସୁଥିବା ଅର୍ଥର ପରିମାଣରୁ ଅଧିକ ଭାଗ ଏଥିରୁ ହିଁ ଆସିଥାଏ । ବହୁତ ସମୟ ଧରି ଭିଡିଓ କଂଫରେନ୍ସ ପରେ ମୋଦୀ ଅଧିକାରୀମାନଙ୍କୁ ଗାଇଡଲାଇନ୍ସ ବନାଇବାର ଆଦେଶ ଦେଇଛନ୍ତି କି କେଉଁ ସବୁ ଛାଡ ହେବ ଏବଂ କେଉଁ ସବୁକୁ ଛାଡ ହେବ ନାହିଁ ।

ହରିୟାଣା ର ୪ଟି ଜିଲ୍ଲାକୁ ରେଡ ଜୋନ ଘୋଷିତ

ହରିୟାଣା ର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ଶନିବାର ବାର ୪ ଟି ଜିଲାକୁ ରେଡ ଜୋନ ରେ ରଖାଯିବ ବୋଲି ଘୋଷଣା କରିଛନ୍ତି । ଏହି ବିଭକ୍ତିକରଣ କେନ୍ଦ୍ର ସରକାରଙ୍କ ଦ୍ଵାରା ଘୋଷଣା ନହେବା ପୂର୍ବରୁ ଏହି ଅଞ୍ଚଳରେ ଆସୁଥିବା ଅଧିକ ସଂକ୍ରମଣ ମିଳିଥିବା ୪ଟି ଜିଲ୍ଲାକୁ ରେଡ ଜୋନରେ ରଖାଯାଇଛି । ଏଥିରେ ଗୁଡଗାଁ, ଫରିଦାବାଦ, ନୁହ ଏବଂ ପଲବଲ ସାମିଲ ଅଟନ୍ତି । ତେବେ ଏ ବିଷୟରେ ଆପଣଙ୍କ ମତାମତ ଆମକୁ ଜନାନ୍ତୁ ଓ ସବୁ ଖବରର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *