ଆଶ୍ଚର୍ଯ୍ୟ ଥିଲେ ବିଦେଶ ମନ୍ତ୍ରୀ, PM Modi ଅଚାନକ Putin ଙ୍କୁ କଲେ ଫୋନ, ଦେଖନ୍ତୁ ଏମିତି କଣ ହେଲା…

ବନ୍ଧୁଗଣ ବିଦେଶ ମନ୍ତ୍ରୀ ଏସ.ଜେ ଶଙ୍କର ଲୋକସଭାରେ ଏକ ଏପରି କଥା କହିଲେ ଯାହା ବିଷୟରେ ଜାଣିଲେ ସମସ୍ତ ଭାରତୀୟ ଗର୍ବ କରିବେ । ସେ କହିଛନ୍ତି, ଭାରତ ୟୁକ୍ରେନରେ ଫସିଥିବା ଭାରତୀୟ ମାନଙ୍କୁ ଉଧାର କରିବା ପାଇଁ ଯେଉଁ ପ୍ରକାରର ଅଭ୍ୟାନ କରିଲା ଏତେ ବଡ ଅପରେସନ ତ ଆଜି ପର୍ଯ୍ୟନ୍ତ କେଉଁ ଦେଶ କରି ନାହିଁ । ସେ କହିଛନ୍ତି, ଏକ ଅନ୍ୟ ଦେଶର ବିଦେଶ ମନ୍ତ୍ରୀ ତାଙ୍କ ସାମ୍ନାରେ ଗର୍ବ ରେ କହିଛନ୍ତି ଯେ, ସେ ଦୁଇଟି ପ୍ଳେନ ପଠାଇ ନିଜ ନାଗରିକ ମାନଙ୍କୁ ସୁରକ୍ଷିତ ଭାବରେ ଆଣିଥିଲେ ।

ଏହା ପରେ ସେ ପଚାରିଲେ ଆପଣ କେତୋଟି ପ୍ଳେନ ପଠାଇ ନାଗରିକ ମାନଙ୍କୁ ଭାରତ ଆଣିଲେ । ଏହାର ଉତ୍ତର ଦେଇ ଶଙ୍କର କହିଲେ, 90ଟି ପ୍ଳେନ ପଠାଇ ଭାରତକୁ ନାଗରିକ ମାନଙ୍କୁ ଅଣା ଯାଇଥିଲା । ଏହାପରେ ବିଦେଶ ମନ୍ତ୍ରୀ ଏସ. ଜେ ଶଙ୍କର ଏକ ଏପରି କଥା କହିଛନ୍ତି ଯାହା ଶୁଣି ପୁରା ଦୁନିଆ ଆଶ୍ଚର୍ଯ୍ୟ ହୋଇଗଲା ।

ସେ କହିଛନ୍ତି, କିପରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୋଟେ କଲ୍ ରେ ୟୁକ୍ରେନରେ ସଂପୂର୍ଣ୍ଣ ଖେଳ ବଦଳିଗଲା । ସେ କହିଛନ୍ତି, ଯେଉଁ ଦିନ ମୋଦୀ ପୁଟିନଙ୍କୁ କଲ୍ କରିଥିଲେ ସେଦିନ ସେହି ରୁମରେ ବିଦେଶ ମନ୍ତ୍ରୀ ଶଙ୍କର ମଧ୍ୟ ଥିଲେ । ନରେନ୍ଦ୍ର ମୋଦୀ ପୁଟିନଙ୍କୁ କଲ୍ କରି କହିଥିଲେ, ଆମ ଭାରତୀୟ ଛାତ୍ର ଛାତ୍ରୀ ମାନେ ବିପଦରେ ଅଛନ୍ତି । ସେଠାରେ ବାରମ୍ବାର ଫାଇରିଙ୍ଗ ହେଉଥିଲା ।

ସେତେବେଳେ ପୁଟିନ ଏକ ସୁରକ୍ଷିତ ସ୍ଥାନକୁ ଭାରତୀୟ ଛାତ୍ରୀ ଛାତ୍ରୀ ମାନଙ୍କୁ ଯିବା ପାଇଁ କହିଥିଲେ । ସେହି ସ୍ଥାନରେ ଫାଇରିଙ୍ଗ ହେଉ ନଥିଲା ।ଏହା ପରେ ମୋଦୀ ଦୁଇଟି ଦେଶର ରାଷ୍ଟ୍ରପତିଙ୍କ ସହ କଥା ହୋଇଥିଲେ ଓ ଉଭୟ କରୁଥିଲେ ଫାଇରିଙ୍ଗ ତାଙ୍କ ବିପକ୍ଷ ଦେଶ କରୁଛି । ଦୁଇଟି ଦେଶକୁ ବୁଝାଇ ଗୋଟେ ନିର୍ଦ୍ଧିଷ୍ଟ ସମୟରେ ଫାଇରିଙ୍ଗ ନକରିବା ପାଇଁ ମୋଦୀ କହିଥିଲେ ।

ଏହା ପରେ ୟୁକ୍ରେନ ଠାରୁ ସହାୟତା ନେଇଥିଲେ ମୋଦୀ । ପୁଟିନ ମଧ୍ୟ ମୋଦୀଙ୍କୁ ସପୋର୍ଟ କରିଥିଲେ । ଏହା ପରେ ୟୁକ୍ରେନରେ ଫସିଥିବା ନାଗରିକ ମାନଙ୍କୁ ସୁରକ୍ଷିତ ଭାବରେ ଭାରତ ଅଣା ଯାଇଥିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *