‘ମୋ ସ୍ୱାମୀର ଆଉ ଗୋଟେ ଅଛି, ମୁଁ ତାକୁ ରେଡ ହ୍ୟାଣ୍ଡରେ ଧରିଥିଲି, ଯେତେବେଳେ ସେ ତାକୁ…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସ୍ୱାମୀ ଙ୍କୁ ହତୟଆ ପାଇଁ ସୁପାରି ଦେଇଥିବା ସ୍ତ୍ରୀ ଓ ସୁପାରି ନେଇଥିବା କ୍ରିମିନାଲକୁ ଖୋଜୁଛି ଭୁବନେଶ୍ୱର ପୋଲିସ, କିନ୍ତୁ ଅଭିଯୁକ୍ତ ସ୍ତ୍ରୀ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ଡ୍ରାଇଭର ସହିତ ମୋର ସଂପର୍କ ନାହିଁ । ସ୍ୱାମୀଙ୍କୁ ହତୟଆ ପାଇଁ ସୁପାରି ଦେଇଥିବା କଥା ମଧ୍ୟ ମିଛ । ଓଲଟା ସେ ଅଭିଯୋଗ କରିଛନ୍ତି, ଅଲଗା ଝିଅଙ୍କ ସହିତ ସ୍ବାମୀଙ୍କ ଖରାପ ସଂପର୍କ ଅଛି ।


ପୁରୀରେ ରହିବା ବେଳେ ସ୍ବାମୀଙ୍କ କାରନାମା ସଂପର୍କରେ ସେ ଥାନାରେ ମଧ୍ୟ ଜଣାଇ ଥିବା କହିଛନ୍ତି । ତେବେ ସ୍ବାମୀଙ୍କ ଅଭିଯୋଗକୁ ନେଇ ସେ କହିଛନ୍ତି, ପୋଲିସ ଠିକରେ ତଦନ୍ତ କରିନାହିଁ । ତେଣୁ କୋର୍ଟକୁ ଯିବେ । ସେପଟେ ସିଲସିଲାଙ୍କ ସଂପର୍କରେ ଏକ ଚାଞ୍ଚଲ୍ୟକର କଥା ସାମ୍ନାକୁ ଆସିଛି । ସୁନ୍ଦରପଦାର ଯେଉଁ ଆପାର୍ଟମେଣ୍ଟରୁ ଅଭିଯୁକ୍ତ ପ୍ରେମିକ ଅଶୋକ ସାହୁ ଗିରଫ ହୋଇଥିଲେ ।

ସେହି ଆପାର୍ଟମେଣ୍ଟର ସଂପାଦକ କହିଛନ୍ତି, ଏହି ଅଞ୍ଚଳରେ ଅଶୋକକୁ ନିଜ ସ୍ବାମୀ ବୋଲି ପରିଚୟ ଦେଉଥିଲେ ଅଭିଯୁକ୍ତ ମହିଳା । ନିଜର ନାଁ ବଦଳାଇ ମାସେ ହେଲା ଏହି ଆପାର୍ଟମେଣ୍ଟରେ ରହୁଥିଲେ । ସେପଟେ ଭୁବନେଶ୍ୱର ଡିସିପି କହିଛନ୍ତି, ଅଭିଯୁକ୍ତ ସ୍ତ୍ରୀ ଓ ସୁପାରି କିଲର ଧରାପଡ଼ିବା ପରେ ସତ ସାମ୍ନାକୁ ଆସିବ ।

ତେବେ ମଞ୍ଚେଶ୍ୱର ରେଳୱେ ଓ୍ୱାର୍କସପ୍‌ରେ କାମ କରୁଥିବା ସେକ୍ସନ ଇଞ୍ଜିନିୟର ବିନାୟକ ବେହେରା ଅଭିଯୋଗ କରିଥିଲେ, ତାଙ୍କ ସ୍ତ୍ରୀ ଓ ଡ୍ରାଇଭର ମଧ୍ୟରେ ପରକୀୟା ପ୍ରୀତି ରହିଛି ।  ତାଙ୍କୁ ରାସ୍ତାରୁ ହଟାଇବାକୁ ଲକ୍ଷେ ଟଙ୍କାର ସୁପାରି ଦିଆଯାଇଥିଲା ।  ସୁପାରି କିଲର ଆକ୍ରମଣରେ ଆହତ ହୋଇଥିବା କଥା ମଧ୍ୟ କହିଥିଲେ ବିନାୟକ ।


ଗତ ବୁଧବାର ଡ୍ରାଇଭର ଅଶୋକ ସାହୁକୁ ଗିରଫ କରିଥିଲା ପୋଲିସ । ଏହାଛଡା ସେପଟେ ଆପାର୍ଟମେଣ୍ଟକୁ ପ୍ରତିଦିନ ନୂଆ ନୂଆ ଲୋକ ଆସୁଥିଲେ ବୋଲି କହିଛନ୍ତି ସୋସାଇଟିର ସମ୍ପାଦକ ଓ ସିକ୍ୟୁରିଟି ଗାର୍ଡ । ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ନଥିଲା । ହେଲେ ମିଛ ପରିଚୟ ଦେଇ ସ୍ତ୍ରୀ କାହିଁକି ରହୁଥିଲେ ଭଡ଼ା ଘରେ ? ଡ୍ରାଇଭରଙ୍କୁ କାହିଁକି ସ୍ୱାମୀ ବୋଲି ପରିଚୟ ଦେଉଥିଲେ, ସେନେଇ ଉଠିଛି ପ୍ରଶ୍ନ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *