ବାପା ଚା ଦୋକାନୀ, ପୁଅ ଖେଳିବେ T-20 ୱାର୍ଲଡ଼ କପ, ଯାହାଙ୍କ ଜୀବନର ଦୁଃଖ କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ ଯଦି ଆମେ ମନରେ କୌଣସି କଥାକୁ ଦୃଢ଼ ମନ ସହିତ ସ୍ଥିର କରି ଥାଉ ତେବେ ତାହାକୁ ପୂରଣ କରିବାରେ କେହି ବି ରୋକି ପାରିବେ ନାହିଁ । ତେବେ ସେହିଭଳି ଜଣେ ଯୁବକ ବର୍ତ୍ତମାନ ର ଯୁବ ପିଢ଼ି ପାଇଁ ଜଣେ ଉଦାହରଣ ସାଜି ପାରିଛନ୍ତି । ତେବେ ସେ ନିଜର ଦୁର୍ବଳତା କୁ ହିଁ ନିଜର ବଳ ଭାବରେ ବ୍ୟବହାର କରି ପାରିଛନ୍ତି । ତେବେ ଆସନ୍ତୁ ଜାଣିନେବା ସେହି ଯୁବକ ବିଷୟରେ ।

ତେବେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ନରେନ୍ଦ୍ର ପୁର ଗାଁ ର ଏହି ଯୁବକ ଜଣଙ୍କ ହେଉଛନ୍ତି ଜୟ ପ୍ରକାଶ ସାହୁ । ଜାତୀୟ ଡିଫ କ୍ରିକେଟର ଭାବରେ ସେ ମ୍ୟାଚ ଖେଳି ସାରିଛନ୍ତି ଏବଂ ଏକାଧିକ ବାର ମ୍ୟାନ ଅଫ ଡ଼ି ମ୍ୟାଚ, ଏବଂ ମ୍ୟାନ ଅଫ ଡ଼ି ସିରିଜ ଜିତି ପାରିଛନ୍ତି । ତେବେ ସେ ଅନୀଲ କୁମ୍ଭଲେ ଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି ଏବଂ ବଡ଼ କଥା ହେଉଛି ୨୦୨୩ ରେ ହେବାକୁ ଥିବା ପ୍ରଥମ ୱାର୍ଲଡ଼ ଟି-୨୦ କ୍ରିକେଟ ଚାମ୍ପିୟାନ ସିପ ରେ ଖେଳିବାର ସୁଯୋଗ ପାଇଛନ୍ତି ।

ତେବେ ଆଗକୁ ହେବାକୁ ଥିବା ଷଷ୍ଠ ଜାତୀୟ ଟି-୨୦ ମ୍ୟାଚ ରେ ସେ ଖେଳିବାର ସୁଯୋଗ ପାଇଛନ୍ତି । ତେବେ କିନ୍ତୁ ଦୁଃଖ ର କଥା ହେଉଛି ଜୟ ପ୍ରକାଶ କଥା କହି ପାରନ୍ତି ନାହିଁ କିନ୍ତୁ ସେ ନିଜ କଥା ବୁଝେଇବା ପାଇଁ କେବେ ପଛ ଘୁଞ୍ଚା ଦିଅନ୍ତି ନାହିଁ । ତେବେ ତାଙ୍କ ବାପା ଏକ ଚା ଦୋକାନ କରିଛନ୍ତି ଏବଂ ସେହି ଚା ଦୋକାନ ରେ ଯାହା ରୋଜଗାର ହୁଏ ସେହିଥିରେ ପରିବାର ଚଳନ୍ତି ।

ତେବେ ଜୟପ୍ରକାଶ ଙ୍କ ପାଖରେ କ୍ରିକେଟ କିଟ ନାହିଁ । ତେବେ ବାପାଙ୍କ ରୋଜଗାର ରେ ଚଳିବା ବହୁତ ମୁସ୍କିଲ ତେବେ କ୍ରିକେଟ କୀଟ କେଉଁଠୁ ଆଣିବେ । ତେବେ ତାଙ୍କ ପାଖରେ ଭଲ ବ୍ୟାଟ ମଧ୍ୟ ନାହିଁ । ତେବେ ବର୍ତ୍ତମାନ ଗାଁ ଲୋକମାନେ ଏବଂ ପରିବାର ଲୋକ ସରକାର ଙ୍କୁ ଅନୁରୋଧ କରୁଛନ୍ତି କି ସେ ଜୟପ୍ରକାଶ ଙ୍କୁ କିଛି ସାହାର୍ଯ୍ୟ କଲେ ସେ ଖୁବ ଲାଭପ୍ରଦ ହେବେ । ତେବେ ତାଙ୍କ ପାଖରେ ଯିବା ଆସିବାର ଟିକେଟ ପଇସା ମଧ୍ୟ ନାହିଁ ।

ତେବେ ରାଜ୍ୟ ସରକାର ଯଦି ଦିବ୍ୟଙ୍ଗ କ୍ରିକେଟର ଙ୍କ ପାଇଁ ଚିନ୍ତିତ ତେବେ ସେ ଜୟପ୍ରକାଶ ଙ୍କ ଉପରେ ନିଶ୍ଚିତ ଧ୍ୟାନ ଦେବେ । ତେବେ ବର୍ତ୍ତମାନ ଗାଁ ଲୋକମାନେ ମଧ୍ୟ ଜୟପ୍ରକାଶ ଙ୍କୁ ସାହାର୍ଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି ତାଙ୍କୁ ନୂଆ ବ୍ୟାଟ ମଧ୍ୟ ଦେଇଛନ୍ତି ଏବଂ କ୍ରିକେଟ କିଟ ଦେବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ତେବେ କିନ୍ତୁ ଏହି ପ୍ରତିଭା ଲୁଚି ନ ଯାଉ ସେଥିପାଇଁ ସରକାର ନଜର ଦେବା ଆବଶ୍ୟକ । ତେବେ ଖେଳାଳି ମାନଂକୁ ଭତ୍ତା ମିଳୁଛି ଏବଂ ସେମାନଙ୍କୁ ସରକାରୀ ଚାକିରୀ ମଧ୍ୟ ମିଳୁଛି ତେଣୁ ଜୟପ୍ରକାଶ ଙ୍କୁ ରାଜ୍ୟ ସରକାର ସାହାର୍ଯ୍ୟ କରିବେ ବୋଲି ଆଶା ରହିଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *