ମିହିର ଦାସ ଅମର ରହେ ଧ୍ବନୀରେ ଫାଟି ପଡୁଛି ରାସ୍ତା, ଦେଖନ୍ତୁ Mihira Das ଙ୍କ ଶେଷ ଯାତ୍ରାର Live ଭିଡିଓ

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ମିହିର ଦାସ ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ବନ୍ଧୁଗଣ ଗତ କାଲି ସନ୍ଧ୍ୟା ସମୟରେ ବଡ ଦୁଃଖର ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣି ସମସ୍ତ ଓଡିଶା ବାସୀଙ୍କ ଆଖି ଲୁହରେ ଭରିଯାଇଛି । ମିହିର ଦାସଙ୍କ ପରଲୋକ ପରେ ଓଡିଆ ଇଣ୍ଡଷ୍ଟ୍ରି ଓ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ମିହିର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ବରିଷ୍ଠ ଅଭିନେତା ଥିଲେ ।

ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଥିଲେ । ନିଜ ଅଭିନୟ ପାଇଁ ସେ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଦୀର୍ଘ ବର୍ଷ ଧରି ମିହିର କିଡ୍ନି ଜନିତ ରୋଗରେ ପୀଡିତ ଥିଲେ ଓ ଗତ କିଛି ଦିନ ତଳେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ଅଣା ଯାଇଥିଲା । ଏହା ପରେ ତାଙ୍କ ଚିକିତ୍ସା ଏସିବି ମେଡିକାଲରେ ଚାଲିଥିଲା ହେଲେ ବନ୍ଧୁଗଣ ଗତ କାଲି ଖବର ଆସିଲା ମିହିର ଦାସ ଆଉ ଏହି ଦୁନିଆରେ ନାହାନ୍ତି ।

ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ କେବଳ ମିହିରଙ୍କ ଫଟୋ ଓ ଭିଡିଓ ଭାଇରାଲ ହେଉଛି । ବନ୍ଧୁଗଣ ମିହିର ଯିବା ପରେ ତାଙ୍କ ଶୋକ ସଭାରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ କଳାକାର ମାନେ ଯୋଗ ଦେଇଥିଲେ । ବନ୍ଧୁଗଣ ଗତ କିଛି ସମୟ ହେବ ମିହିର ଦାସଙ୍କ ଶେଷ ଯାତ୍ରା ଆରମ୍ଭ ହୋଇଛି ।

ବନ୍ଧୁଗଣ ବର୍ତ୍ତମାନ ମିହିରଙ୍କ ସତ୍କାର ପାଇଁ ତାଙ୍କୁ କାନ୍ଧେରେ କାନ୍ଧେଇ ନିଆଯାଇଛି ଓ ଏହି ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ମିହିରଙ୍କ ଶେଷ ଯାତ୍ରା ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ କଟକ ସିଡିଏ ସ୍ଥିତ ମିହିର ଦାସଙ୍କ ଘରୁ ତାଙ୍କର ଶେଷ ଯାତ୍ରାର ଆରମ୍ଭ ହୋଇଛି ।

ସେହି ସ୍ଥାନରେ ଜନସାଧାରଣ ମାନଙ୍କ ଗହଳି ଦେଖିବାକୁ ମିଳିଛି । ଏହି ଭିଡିଓରେ ମିହିରଙ୍କ ଶବକୁ କିଛି ଲୋକ କାନ୍ଧେଇ ନେଇ ଯାଉଛନ୍ତି ଓ ଆଗରେ ରହିଛନ୍ତି ତାଙ୍କ ବଡ ପୁଅ ଅମ୍ଳାନ ଦାସ । ସାନ ପୁଅ ଆଗରେ ରହି ନିଜ ବାପା ଶବକୁ କାନ୍ଧେଇଛି । ଏହି ଦୃଶ୍ୟ ଦେଖି ଆପଣ ମାନଙ୍କ ଆଖିରୁ ଲୁହ ଆସିଯିବ । ବନ୍ଧୁଗଣ ସୋସିଆଲ ମିଡିଆରେ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ସେଠାରେ ଥିବା ସମସ୍ତ ଲୋକ କେବଳ ଗୋଟିଏ କଥା କହୁଛନ୍ତି ‘ମିହିର ଦାସ ଅମର ରହେ’ ।

Leave a Reply

Your email address will not be published. Required fields are marked *