“ଭାଇ ତୋତେ ମୋର ରହିଲା ରାଣ, କିନ୍ତୁ ଭାଇ ଆଜି…’ Mihir Das ଙ୍କୁ ମନେ ପକେଇ କିଛି ଅଭୂଲା ସ୍ମୃତି କହୁ କହୁ କାନ୍ଦି ପକେଇଲେ ଅଭିନେତ୍ରୀ Anu Choudhury, ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ବରିଷ୍ଠ ଅଭିନେତା ମିହିର ଦାସଙ୍କ ପରଲୋକ ହେବା ପରେ ବର୍ତ୍ତମାନ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ଗତ କାଲି ସନ୍ଧ୍ୟା ସମୟରେ ମିହିର ଆମ ସମସ୍ତଙ୍କୁ ଛାଡି ଚାଲିଯାଇଥିଲେ । ମିହିରଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ତେବେ ଗତ କିଛି ସମୟ ପୂର୍ବରୁ କଟକ ସତୀଚଉରାରେ ତାଙ୍କର ଶେଷକୃତ୍ୟ ପୂରଣ ହୋଇଛି । ତେବେ ବନ୍ଧୁଗଣ ମିହିର ଯିବା ପରେ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ କଳାକାର ମାନଙ୍କ ମନରେ ଦୁଃଖ ଭରିଯାଇଛି ।

ଓଡିଆ ଅଭିନେତ୍ରୀ ଅନୁ ଚୌଧୁରୀ ମିହିର ଦାସଙ୍କ ବିଷୟରେ କିଛି କଥା କହିଛନ୍ତି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ । ଅନୁ ଚୌଧୁରୀ କହିଛନ୍ତି-‘ଯେତେବେଳେ ଇଣ୍ଡଷ୍ଟ୍ରିକୁ ନୂଆ ଆସିଥିଲି ପ୍ରଥମ ଗୋଟେ ଦୁଇଟି ଚଳଚିତ୍ର ପରେ ତାଙ୍କ ସହ କାମ କରିବା ଆରମ୍ଭ କରିଛି’ ।

ଆଗକୁ ଅନୁ କହିଛନ୍ତି-‘ଛୁଆ ବେଳୁ ତାଙ୍କୁ ଦେଖିକି ବଡ ହେଇଛୁ । ମିହିର ଭାଇଙ୍କ ଏତେ ଜୀବନ୍ତ ଅଭିନୟ ଯେ ମୁ ଭାବୁଛି ଆଉ ଦ୍ଵିତୀୟ ମିହିର ଭାଇ ଆମ ଇଣ୍ଡଷ୍ଟ୍ରିକୁ ଆସି ପାରିବେ ନାହିଁ । ବହୁତ କଷ୍ଟ ହେଉଛି ଯେହେତୁ ଜାଣି ଥିଲୁ ତାଙ୍କ ଦେହ ଖରାପ ଥିଲା କିନ୍ତୁ ସେ ଏତେ ଜଲ୍ଦି ଛାଡି ଚାଲିଯିବେ ସେଇଟା ହିଁ ବିଶ୍ଵାସ ହେଉ ନାହିଁ । ଏହି କିଛି ଦିନ ପୂର୍ବରୁ ମିହିର ଭାଇଙ୍କ ସହ ଦେଖା ହେଇଥିଲା’ ।

ଆଗକୁ ଅନୁ କହିଛନ୍ତି-‘କେବେବି ତାଙ୍କ ମୁହଁରେ ବା ଦେହରେ ଝଲକ ନଥିଲା କି ତାଙ୍କ ଦେହ ଖରାପ ଅଛି । ମୁ ଭାବେ କଳାକାର ସବୁବେଳେ ନିଜ ଭିତରେ କଷ୍ଟଟିକୁ ଛାପି ରଖେ ଆଉ ଯେଉଁ ଚରିତ୍ର ତାକୁ ଦିଆଯାଏ ସେହି ଚରିତ୍ରକୁ ନେଇ ସେ ଲୋକ ମାନଙ୍କ ପାଖକୁ ଆସେ । ଅନେକ ସ୍ମୃତି ରାକ୍ଷୀ ବାନ୍ଧିଲି ମୁ ରଖିବ ମାନ ଠାରୁ ନେଇକି ଦେବଦାସ ଆଦି ଫିଲ୍ମରେ ରହିଛି । ସେ ଅନେକ ଫିଲ୍ମରେ ମୋର ଭାଇ ହେଇଛନ୍ତି, ଭିଲିଆନ ହେଇଛନ୍ତି ଓ ବାପା ବି ହେଇଛନ୍ତି ।

ଆଗକୁ ଅନୁ କହିଛନ୍ତି-‘ଆଜି ପର୍ଯ୍ୟନ୍ତ ରାକ୍ଷୀ ପୂର୍ଣ୍ଣିମାରେ ‘ରାକ୍ଷୀ ବାନ୍ଧିଲି ମୁ ରଖିବ ମାନ’ର ଗୀତ ବାଜେ । ଭାଇ ତତେ ମୋର ରହିଲା ରାଣ କିନ୍ତୁ ଭାଇ ଆଜି ଛାଡିକି ଚାଲିଗଲେ । ଆମେ ସମସ୍ତେ ଆସିଛୁ ଆଉ ସମସ୍ତେ ଯିବା ହେଲେ ଏତେ କମ ବୟସରେ ତାଙ୍କ ଦେହ ଖରାପ ହେତୁ ସେ ଚାଲିଗଲେ ଏଇଟା ବହୁତ ବାଧୁଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଅନୁ ଚୌଧୁରୀ କାନ୍ଦି କାନ୍ଦି ମିହିରଙ୍କ ବିଷୟରେ କହିଛନ୍ତି ।

Leave a Reply

Your email address will not be published. Required fields are marked *