Mihir Das ଙ୍କ ସ୍ମୃତିରେ ମାର୍କେଟ କୁ ଆସିଲା ନୂଆ ଗୀତ ‘ଓଡିଶା କାନ୍ଦୁଛି ମିହିର ପାଇଁ’, ଦେଖିଲେ ଆଖିରୁ ଝରିବ ଲୁହ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବରିଷ୍ଠ ଓଲିଉଡ ଅଭିନେତା ମିହିର ଦାସଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଛି । କିଛି ଦିନ ତଳେ ଆଇସିୟୁରେ ଥିଲେ । ମଲ୍ଟି ଅର୍ଗାନ ଫେଲ୍ୟୁର ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା । ପୂର୍ବରୁ କିଡ୍‌ନୀ ରୋଗରେ ଆକ୍ରାନ୍ତ ମିହିର ଦାସଙ୍କୁ ଗତ ୭ ତାରିଖରେ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା ।


ମଙ୍ଗଳବାର ତାଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ପରେ ବି ତାଙ୍କୁ ବଞ୍ଚାଇବା ସମ୍ଭବପର ହୋଇନଥିଲା । ମିହିରଙ୍କ ପରଲୋକ ସମଗ୍ର ଫିଲ୍ମ ଜଗତର କଳାକାରଙ୍କ ସହିତ ତାଙ୍କର ଲକ୍ଷାଧିକ ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି । ତେବେ ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ୧୯୬୬ ଫେବ୍ରୁଆରୀ ୨ ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମ ହୋଇଥିଲେ ମିହିର ।

ସେ ପ୍ରାୟ ୧୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ‘ଲକ୍ଷ୍ମୀ ପ୍ରତିମା’, ‘ପୁଅ ମୋର ଭୋଳା ଶଙ୍କର’,‘ଟାର୍ଗେଟ୍‌’, ‘ଗୁଣ୍ଡା’, ‘ମାଇଁ ଲଭ୍‌ ଷ୍ଟୋରୀ’, ‘ପହିଲି ରାଜା’, ‘ଚୋରି ଚାରି ମନ ଚୋରି’, ‘ବାଜି’, ‘ଧଉଳି ଏକ୍ସପ୍ରେସ୍‌’ ଅନ୍ୟତମ । ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ସେ ।

୧୯୯୯ରେ ‘ବିଧାତା’ ଓ ୨୦୦୫ରେ ‘ଫେରିଆ ମୋ’ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା । ତେବେ ବର୍ତ୍ତମାନ ଅଭିନେତା ସ୍ବର୍ଗତ ମିହିର ଦାସ ଙ୍କ ସ୍ମୃତି ରେ ଏକ ଗୀତ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ତାଙ୍କର ଅବଦାନ କୁ ଗୋଟି ଗୋଟି କରି କୁହାଯାଇଛି ସଙ୍ଗୀତ ମାଧ୍ୟମରେ ଏବଂ ସେଥିରେ ମିଲିୟନ ଉପରେ ଭିୟୁ ମଧ୍ୟ ଆସି ସାରିଲାଣି ।


ତେବେ ଏହି ଗୀତ ସମ୍ଭବ ଷ୍ଟୁଡ଼ିଓ ରେ ରେକର୍ଡ କରାଯାଇଛି ଏବଂ ଏହାକୁ ଗାଇଛନ୍ତି ସ୍ମୃତିଶ୍ଵର ଏବଂ ଲେଖିଛନ୍ତି ମନୋଜ ଦାସ । ତେବେ ଏହି ଗୀତ ର ନାମ ହେଉଛି ଓଡିଶା କାନ୍ଦୁଛି ମିହିର ପାଇଁ । ତେବେ ଏହି ଗୀତଟି ବହୁତ ହୃଦୟସ୍ପର୍ଶୀ ମଧ୍ୟ ଶୁଣିଲେ ଆଖିରେ ଲୁହ ରହିବ ନାହିଁ । ତେବେ ଏହି ଗୀତ ମାଧ୍ୟମରେ ତାଙ୍କ ପ୍ରତି ଥିବା ପ୍ରେମ କୁ ଦର୍ଶାଯାଇଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *