‘୪୦୦ ଟଙ୍କା ଦରମାରେ ଝିଅକୁ ପଢ଼ାଇ ଡ଼ାକ୍ତର କଲି, ହେଲେ ସେ ଟୋକା…’ ନିଜ ପ୍ରେମକୁ ପାଇବା ପାଇଁ ଥାନାରେ ପହଞ୍ଚିଲା ଝିଅ, ଶୁଣନ୍ତୁ କଣ କହୁଛନ୍ତି ଝିଅର ବାପା, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ପ୍ରେମ ପାଇଁ କାଳ ହେଲା ପରିବାର । ପୋଲିସ ସୁରକ୍ଷା ମାଗିଲେ ପ୍ରେମୀ ଯୁଗଳ । ଖାଲି ସୁରକ୍ଷା ମାଗିଲେ ତାହା ନୁହେଁ ବରଂ ପୋଲିସ ଏଇ ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ବି ଦେଲା । ଏଇ ଘଟଣା ଶୁଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ଆଉ ପଚାରିବେ ପ୍ରେମୀ ଯୁଗଳଙ୍କ କାହାକୁ ଡର ଥିଲା ? ତେବେ ଭୁବନେଶ୍ୱର ଏୟାରପୋର୍ଟରେ ପ୍ରେମକୁ ନେଇ ହାଇଡ୍ରାମା । ପ୍ରେମୀ ଯୁଗଳଙ୍କୁ ଏସ୍କର୍ଟ କରି ଆଣିଲା ପୋଲିସ । ପାଠ ପଢିବା ବେଳେ ଯୁବକ-ଯୁବତୀଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ ।


ଉଭୟ ଉଭୟଙ୍କୁ ନେଇ କେତେ କଣ ସ୍ୱପ୍ନ ଦେଖୁଥିଲେ । ଆଉ କେତେ ପ୍ରତିଶ୍ରୁତି ମଧ୍ୟ ଦିଆନିଆ ହୋଇଥିଲେ । କିନ୍ତୁ ପ୍ରେମ ସମ୍ପର୍କକୁ ସ୍ୱୀକାର କରୁ ନଥିଲେ ପରିବାର । ସେଥିପାଇଁ ବାହାରୁ ଆସିବା ପୂର୍ବରୁ ପୋଲିସର ସୁରକ୍ଷା ଲୋଡ଼ିଥିଲେ ପ୍ରେମୀ ଯୁଗଳ । ଆଉ ପୋଲିସ ବି ଏମାନଙ୍କୁ ସୁରକ୍ଷା ଦେଇଥିଲା । ତେବେ କଡ଼ା ସୁରକ୍ଷା ମଧ୍ୟରେ ଥାନାକୁ ଯାଇଥିଲେ ପ୍ରେମୀ ଯୁଗଳ ।

କାରଣ ସେମାନଙ୍କ ପ୍ରେମକୁ କୁଆଡ଼େ ସ୍ୱୀକାର କରୁ ନଥିଲେ ପରିବାର ଲୋକ । ସେଥିପାଇଁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ଯୁବତୀ ଜଣକ ଓଡ଼ିଶାର ହୋଇଥିବା ବେଳେ ଯୁବକ ଜଣକ ଅଣଓଡ଼ିଆ ବୋଲି ଜଣାପଡ଼ିଛି । ଉଭୟ ଉଭୟଙ୍କୁ ପ୍ରେମ କରୁଥିଲେ ବି ଝିଅ ଘର ଲୋକ ଏ ପ୍ରେମକୁ ସ୍ୱୀକାର କରୁ ନାହାନ୍ତି । ଯାହାକୁ ନେଇ ବିବାଦ ଦେଖା ଦେଇଛି ।

ତେବେ କ୍ୟାମେରା ସାମ୍ନାରେ ଯୁବତୀଙ୍କ ବାପା ସିଧାସିଧା କହୁଛନ୍ତି ଉଭୟଙ୍କ ବିବାହ ନିଷ୍ପତ୍ତିକୁ ଆମେ କେବେ ବି ସମର୍ଥନ କରିବୁ ନାହିଁ । ତାସହ କହିଛନ୍ତି, ୬ ବର୍ଷ ତଳେ ଝିଅର ଆକାଉଣ୍ଟରୁ କାଳେ ୨ ଲକ୍ଷ ଟଙ୍କା ନେଇଥିଲେ ଏଇ ଯୁବକ ଜଣକ । ଆଉ ଏନେଇ ଖଣ୍ଡଗିରି ଥାନାରେ ମାମଲା ବି ହୋଇଥିଲା। ତେବେ ସେ ଏହା ମଧ୍ୟ କହିଛନ୍ତି କି ମୋ ଝିଅ କୁ ଫସେଇ ଦିଆ ଯାଉଛି। ତା ଛଡା ସେ କହିଛନ୍ତି କି ୪୦୦ ଟଙ୍କା ଦରମାରେ ଯାହାକୁ ପଢେଇ ଡାକ୍ତର କଲି ସେ ଆଜି ମୋତେ ଏହି ଭଳି ଭାବରେ ଛିଡା କରିଛି ଏହା ଠାରୁ ବଡ଼ ଲଜ୍ଜା କଥା କଣ ହୋଇପାରେ ଆଉ।

ତେବେ ଆଜି ବେଙ୍ଗାଲୁରୁରୁ ଭୁବନେଶ୍ୱର ଏୟାରପୋର୍ଟରେ ଏମାନେ ପହଞ୍ଚିବା ପରେ ପୋଲିସକୁ କହିଥିଲେ ଆମେ ସାବାଳକ ଆମେ ଉଭୟେ ଉଭୟଙ୍କୁ ଭଲ ପାଉଛୁ ବିବାହ କରିବାକୁ ଚାହୁଁଛୁ । କିନ୍ତୁ ଝିଅର ବାପା ବିରୋଧ କରୁଛନ୍ତି । କିନ୍ତୁ ଏ ପ୍ରେମ ସମ୍ପର୍କକୁ ସ୍ୱୀକାର କରିଛନ୍ତି ଯୁବକଙ୍କ ପରିବାର ଲୋକ ।

ସେ ଯାହା ବି ହେଉ । ଯଦି ଏମାନେ ସାବାଳକ ତେବେ ସେମାନଙ୍କ ପରିବାର କାହିଁକି ଏ ପ୍ରେମକୁ ସ୍ୱୀକାର କରୁନାହିଁ ? ଘଟଣା ପଛରେ ଆଉ କିଛି କାରଣ ରହିଛି କି ? ସେନଇ ସନ୍ଦେହ ବଢୁଥିବା ବେଳେ ପ୍ରେମୀ ଯୁଗଳ କିନ୍ତୁ କ୍ୟାମେରା ସାମ୍ନାରେ କିଛି କହିନାହାନ୍ତି । ଏବେ ପ୍ରେମୀ ଯୁଗଳ କଣ କରିବେ ତାହା ଉପରେ ନଜର । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *