ମାତ୍ର 5 ଟଙ୍କାରେ ଘରେ ବନାନ୍ତୁ ମଶା ମରା ଲିକ୍ୱିଡ, ଘରୁ ସବୁ ମଶା ହେଇଯିବେ ଗାୟବ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଘରେ ଏପରି କିଛି ଜିନିଷ ରହିଥାଏ ଯାହା ଦ୍ୱାରା ଆମେ ବହୁତ ଚିନ୍ତିତ ରହିଥାଉ । ସେହି ପରି ଗୋଟିଏ ଜିନିଷ ହେଉଛି ମଶା । ମଶା ପାଇଁ ବହୁତ ଲୋକ ଚିନ୍ତା ରେ ରହୁଛନ୍ତି କାରଣ ମଶା କାମୁଡିବା ଦ୍ୱାରା ସେମାନେ ରୋଗ ଗ୍ରସ୍ତ ହୋଇପାରନ୍ତି । ମଶା କାମୁଡିବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇଥାଏ । ମଶା କାମୁଡିବା ଦ୍ବାରା ମ୍ୟାଲେରିଆ ଓ ଡେଙ୍ଗୁ ଭଳି ମାରାତ୍ମକ ରୋଗ ହୋଇଥାଏ ।

ମଶା କୁ ଘରୁ ବାହାର କରିବା ପାଇଁ ଲୋକ ମାନେ ଅନେକ ପ୍ରକାର ଜିନିଷ ବ୍ୟବହାର କରିଥାନ୍ତି । କିନ୍ତୁ ଏଥିରେ ବିଷ ର ମାତ୍ରା ବହୁତ ଅଧିକ ରହିଥାଏ । ଯାହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହାନିକାରକ ହୋଇଥାଏ । କିନ୍ତୁ ପ୍ରକୃତି ରେ ଏପରି କିଛି ଜିନିଷ ଅଛି ଯାହା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇ ନ ଥାଏ ଓ ଏଥିରୁ କିଛି ବିଷାକ୍ତ ଗ୍ୟାସ ମଧ୍ୟ ବାହାରି ନ ଥାଏ ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଠିକ ସେହି ପରି ଏକ ପ୍ରାକୃତିକ ଉପାୟ ଵିଷୟ ଜଣାଇବାକୁ ଯାଉଛୁ । ତେବେ ଆସନ୍ତୁ ସେହି ଵିଷୟ ରେ ସମ୍ପୂର୍ଣ୍ଣ ଭାବରେ ଜାଣିବା । ବନ୍ଧୁଗଣ ଏହି ଉପାୟ କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆମକୁ ଆବଶ୍ୟକ ଅଟେ ଶୁଖିଲା ନିମ୍ବ ପତ୍ରର । ନିମ୍ବ ପତ୍ର ବହୁତ ଉପକାରୀ ଜିନିଷ ଅଟେ । ପ୍ରତ୍ୟେକ କ୍ଷେତ୍ର ରେ ନିମ୍ବ ପତ୍ର ରାମବାଣ ଭାବରେ କାର୍ଯ୍ୟ କରିଥାଏ । ନିମ୍ବ ପତ୍ର ରେ ଅନେକ ଉପକାରୀ ଉପାଦାନ ଅଛି । ପୁରାତନ କାଳ ରେ ଲୋକମାନେ ନିମ୍ବ ପତ୍ର କୁ ମଶା ନ ହେବା ପାଇଁ ଜାଳୁଥିଲେ । ତେବେ ବର୍ତ୍ତମାନ ସମୟ ରେ ନିଆଁ ପ୍ରତି ଛୋଟ ପିଲାଙ୍କୁ ବିପଦ ରହିଛି ।

ତେଣୁ ଆଜି ଆମେ ଆପଣଂକୁ ନିମ୍ବ ପତ୍ର ଦ୍ୱାରା କିପରି ତରଳ ପଦାର୍ଥ କରି ମଶା କୁ ଦୁର କରି ହେବ ସେ ଵିଷୟ ରେ ଜଣାଇବୁ । ପ୍ରଥମେ ଏକ ପାତ୍ର ରେ କିଛି ଶୋରିଷ ତେଲ ନେଇ କରି ଗରମ କରନ୍ତୁ । ଶୋରିଷ ତେଲ ର ବାସ୍ନା ବହୁତ କଡା ହୋଇଥାଏ । ଏହି ବାସ୍ନା ରେ ବେଶୀ ମଶା ଘରକୁ ଆସି ନ ଥାନ୍ତି । ଏହା ପରେ ସେହି ଶୋରିଷ ତେଲ ରେ କିଛି ନିମ୍ବ ପତ୍ର ପକାନ୍ତୁ । ଏହା ପରେ ଏହାକୁ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ଏହାକୁ ସତେବେଳ ଯାଏ ଗରମ କରିବେ ଯେତେବେଳ ଯାଏ ନିମ୍ବ ର ସମସ୍ତ ଉପାଦାନ ତେଲ ସହିତ ନ ମିଶି ଯାଇଛି ।

ଏହାପରେ ତେଲ କୁ କିଛି ସମୟ ପାଇଁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଏହା ପରେ ସେହି ତେଲ କୁ ଭଲ ଭାବରେ ଛାଣି ଦିଅନ୍ତୁ । ଏହାପରେ ଆପଣଙ୍କ ତେଲ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଯିବ । ଏହାପରେ ଯଦି ଆପଣଙ୍କ ପାଖରେ କୌଣସି ପୁରୁଣା ରିଫିଲ ଅଛି ତେବେ ସେଥିରେ ଭର୍ତ୍ତି କରନ୍ତୁ । ଯଦି ଆପଣଙ୍କ ପାଖରେ କୌଣସି ପୁରୁଣା ରିଫିଲ ନାହିଁ ତେବେ ଆପଣ ଏହାକୁ ଏକ ଦୀପ ରେ ଭର୍ତ୍ତି କରି ସେହି ଦୀପ କୁ ଜଳାନ୍ତୁ ।

ଏହା ଦ୍ବାରା ମଧ୍ୟ ଆପଣଙ୍କ ଘରକୁ ମଶା ଆସିବ ନାହିଁ । ବଜାର ରେ ମିଳୁଥିବା ସମସ୍ତ ଦ୍ରବ୍ୟ ବହୁତ ମହଙ୍ଗା ହୋଇଥାଏ କିନ୍ତୁ ଏହି ଉପାୟ ଟି ବହୁତ ଶସ୍ତା ହୋଇଥାଏ ଓ ଆପଣ ଏହାକୁ ନିଜ ଘରେ ହିଁ ପ୍ରସ୍ତୁତ କରିପାରିବେ । ଏହାର କୌଣସି କୁ ପ୍ରଭାବ ପଡି ନ ଥାଏ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ମଧ୍ୟ ହୋଇ ନ ଥାଏ । ତେବେ ବନ୍ଧୁଗଣ ଆପଣ ଏହାକୁ ନିଶ୍ଚୟ ବ୍ୟବହାର କରନ୍ତୁ ଓ ଏହାର ଉପକାରିତା ସମ୍ପର୍କରେ ଜାଣନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *