ମାତ୍ର 500 ଟଙ୍କାରେ ବିବାହ କରି ଉଦାହରଣ ସୃଷ୍ଟି କଲେ ସିଟି ମାଜିଷ୍ଟ୍ରେଟ୍ ଓ ଆର୍ମି ମେଜର, ପୁରା ଘଟଣା ଜାଣିଲେ ଆପଣ ପ୍ରଶଂସା ନକରି ରହି ପାରିବେନି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମାତ୍ର ୫୦୦ ଟଙ୍କା ରେ ହେଲା ବାହାଘର । ହୁଏତ ଏହି କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ ଏବଂ କହିବେ ଏହି ମହଙ୍ଗା ଯୁଗ ରେ ଏତେ ଶସ୍ତା ରେ କେମିତି ହେଲା ବାହାଘର?

କାରଣ ବାହାଘର କୌଣସି ବାଲି ଘର ନୁହେଁ । ଏଥିପାଇଁ ଅନେକ ସାମଗ୍ରୀ ର ଲୋଡ଼ା ରହିଥାଏ । ବେଦୀ ଉପରେ କର୍ମ ନିମନ୍ତେ ଅନେକ ଜିନିଷ ସାଙ୍ଗ କୁ ବ୍ରାହ୍ମଣ ଙ୍କ ମଧ୍ୟ ଆବଶ୍ୟକତା ଥାଏ । ଏହି ସବୁ କାମ କୁ ଆଜିର ଯୁଗ ରେ ମାତ୍ର ପାଞ୍ଚ ଶହ ଟଙ୍କା ରେ କରିବା ସମ୍ଭବପର ନୁହେଁ । ଏହି ବାହାଘର କୁ ନେଇ ଏଥିପାଇଁ ଚର୍ଚ୍ଚା ହେଉଛି, କାରଣ ଏହି ବାହାଘର କୁ କୌଣସି ସାଧାରଣ ବ୍ୟକ୍ତି ନୁହେଁ ବରଂ ଜଣେ ମାଜିଷ୍ଟ୍ରେଟ ଓ ଜଣେ ସେନା ମେଜର କରିଛନ୍ତି ।

ଉଭୟ ମାତ୍ର ୫୦୦ ଟଙ୍କା ଖର୍ଚ୍ଚ କରି ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ନିଜ ବାହାଘର କୁ ଆକର୍ଷଣୀୟ କରିବା ନିମନ୍ତେ ବର୍ତ୍ତମାନ ସମୟ ରେ ଲକ୍ଷାଧିକ ଟଙ୍କା ର ବେଅଟକଳ କରୁଛନ୍ତି ଉଭୟ ବର ଓ କନ୍ୟା ପକ୍ଷ । ନିଜ ବାହାଘର କୁ କିଛି ଭିନ୍ନ ଢଙ୍ଗ ରେ କରିବା ପାଇଁ ସମସ୍ତେ ଚାହିଁଥାନ୍ତି । ଇଚ୍ଛା କରିବା ମଧ୍ୟ ସ୍ୱାଭାବିକ ।

ବରଯାତ୍ରୀ ଙ୍କୁ ଖାସ ଚର୍ଚ୍ଚା ଦେବା ଲାଗି ଅନେକ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଥାଏ । ଏହା ସହିତ ଅନେକ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ କରିଥାନ୍ତି । କିନ୍ତୁ ମାତ୍ର ପାଞ୍ଚ ଶହ ଟଙ୍କା ରେ ବାହାଘର ହୋଇଥିବାରୁ ବର୍ତ୍ତମାନ ଏହି ସମ୍ବନ୍ଧରେ ସାରା ଦେଶରେ ଜୋରସୋର ରେ ଚର୍ଚ୍ଚା ଚାଲିଛି ।

ସୂଚନା ଅନୁସାରେ, ମଧ୍ୟପ୍ରଦେଶ ର ଭୋପାଳ ନିବାସୀ ଶିବାଙ୍ଗି ଯୋଶୀ ସ୍ଥାନୀୟ ଅଞ୍ଚଳ ର ମେଜର ଅନିକେତ ଚତୁର୍ବେଦୀ ଙ୍କୁ କୋର୍ଟ ମ୍ୟାରେଜ କରିଛନ୍ତି । କିଛି ଭିନ୍ନ ଢଙ୍ଗ ରେ ବିବାହ କରିଥିବାରୁ ସାବାସ ମଧ୍ୟ ସାଉଣ୍ଟିଛନ୍ତି ନବ ଦମ୍ପତ୍ତି । ପରିବାର ର ସମତି ରେ ଏହି ବିବାହ ସମ୍ପନ୍ନ ହୋଇଛି । ଆପଣ ମାନଙ୍କୁ କହି ରଖୁଛୁ, ଅନିକେତ ବର୍ତ୍ତମାନ ଲଦାଖ ରେ କାର୍ଯ୍ୟରତ ଥିବା ସମୟ ରେ ଧର୍ମପତ୍ନୀ ଶିବାଙ୍ଗି ମାଜିଷ୍ଟ୍ରେଟ ଅଛନ୍ତି ।

ଦୁଇ ବର୍ଷ ପୂର୍ବେ ଉଭୟ ଙ୍କ ବାହାଘର ଠିକ ହୋଇଥିଲା । କିନ୍ତୁ କୋରନା ମହାମାରୀ କାରଣରୁ ଉଭୟ ଙ୍କ ବିବାହ ହୋଇପାରି ନଥିଲା । ଶେଷରେ ଅପେକ୍ଷା କରି ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶିବାଙ୍ଗି କହିଛନ୍ତି ଯେ, କୋରନା କାଳ ସହିତ ମହଙ୍ଗା ମାଡ଼ ରେ ଅନେକ ଲୋକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତି ରେ କିପରି ଭାବରେ କମ ଖର୍ଚ୍ଚ ରେ ବିବାହ ହୋଇ ପାରିବ ଏହି ସମ୍ବନ୍ଧରେ ଭାବିବା ପରେ ଉଭୟ କୋର୍ଟ ମ୍ୟାରେଜ କରିଛନ୍ତି ।

ଏହି ସମ୍ବନ୍ଧରେ ମେଜର ଅନିକେତ ମଧ୍ୟ ସହ ସମତି ପ୍ରଦାନ କରିଛନ୍ତି । ମାତ୍ର ୫୦୦ ଟଙ୍କା ରେ ବିବାହ କରି ଉଭୟ ଲୋକ ମାନଙ୍କ ପ୍ରଶଂସା ର ଅଧିକାରୀ ହୋଇଛନ୍ତି । କେବଳ ଫୁଲମାଳ ଓ କିଛି ମିଠା ରେ ହିଁ ଉଭୟ ଙ୍କ ବିବାହ ସମ୍ପନ୍ନ ହୋଇଗଲା ।

ବନ୍ଧୁଗଣ ଏହି ଘ-ଟ-ଣା-କୁ ନେଇ ଆପଣ ମାନଙ୍କ ମତାମତ କଣ ରହିଛି ଆମକୁ କମେଣ୍ଟ କରି ଜଣାଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *