କେବଳ ୧ ଦିନରେ ହିଁ ପୁରୁଣା ରୁ ପୁରୁଣା ଅର୍ଶ ମୂଳରୁ ଶେଷ କରି ଦେବ ଏହି ଉପାୟ – Baba Ramdev Health Tips

ବନ୍ଧୁଗଣ ଆଜିକାଲି ଅର୍ଶର ସମସ୍ୟା ଅନେକ ଲୋକଙ୍କୁ ଭୋଗ କରିବାକୁ ପଡୁଛି । ଏହି ଅର୍ଶର ସମସ୍ୟା ପାଇଁ ବହୁତ ଲୋକ ଚିନ୍ତିତ ରହୁଛନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କର ଏହି ସମସ୍ୟାକୁ ଦୂର କରିବା ପାଇଁ ଏକ ଘରୋଇ ଉପଚାର ନେଇ ଆସିଛୁ । ଯାହାକୁ ପ୍ରୟୋଗ କରି ଆପଣ ମାନେ ନିଜର ଅର୍ଶ ସମସ୍ୟାକୁ ବହୁତ ଶୀଘ୍ର ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଅର୍ଶର ସମସ୍ୟା ହେବାର ବହୁତ ଗୁଡିଏ କାରଣ ରହିଛି । ହେଲେ ମୁଖ୍ୟତଃ ଯଦି ଆପଣଙ୍କର ପେଟ ସଫା ହେଉନାହିଁ, ତା ହେଲେ ଆପଣଙ୍କୁ ଅର୍ଶ ହେବାର ଅଧିକ ସମ୍ଭାବନା ରହିଛି ଏବଂ ତେଲ, ଚର୍ବି ଓ ମାଂସ ଆଦି ଖାଦ୍ୟର ଅତ୍ୟଧିକ ସେବନ ଦ୍ଵାରା ମଧ୍ୟ ଆପଣଙ୍କୁ ଅର୍ଶ ଆଦି ସମସ୍ୟା ଭୋଗ କରିବାକୁ ପଡିଥାଏ । ଯଦି ଆପଣଙ୍କର ଏହି ସମସ୍ୟା ହୋଇଥାଏ ତା ହେଲେ ଆପଣଙ୍କୁ ମେଡ଼ିସିନ ଓ ଅପରେସନର ଆବଶ୍ୟକତା ହୋଇଥାଏ ।


ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଉପଚାର ନେଇଆସିଛୁ ଯାହାକୁ ପୁରୁଣା କାଳରୁ ଲୋକମାନେ ବ୍ୟବହାର କରି ଆସୁଛନ୍ତି, ଆପଣଙ୍କୁ କେବଳ ଦୁଇଦିନ ଏହି ଉପଚାର କରିବାକୁ ପଡିବ । ଏହା ପରେ ଆପଣ ସବୁଦିନ ପାଇଁ ଅର୍ଶ ସମସ୍ୟାକୁ ଦୂର କରିପାରିବେ । ଆମର ଏହି ଉପଚାର ପାଇଁ ଆପଣ ପ୍ରଥମେ ଏକ ନଡିଆ କତା ନିଅନ୍ତୁ ।

ନଡିଆ କତାକୁ ନେବା ପରେ ଏହି ନଡିଆ କତାକୁ ଆପଣ ଜଳାଇ ଦିଅନ୍ତୁ । ଜଳିବା ପରେ ଏହା ଏକ ଭସ୍ମରେ ପରିଣତ ହୋଇଯିବ । ତେଣୁ ଏହାକୁ ଜଳାଇ କିଛି ସମୟ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । ଭସ୍ମ ହେବାପରେ ଆପଣ ଏହି କତାକୁ ପେଶୀ ଦିଅନ୍ତୁ । ଏହା ଦ୍ଵାରା ଏଥିରେ ଯେଉଁ ସବୁ ଖଦଡା ଅଂଶ ଅଛି ତାହା ଅଲଗା ହୋଇଯିବ । ଏହା ପରେ ଆପଣ ଏକ ପାତ୍ରରେ ଫ୍ରେସ ଦହି ନିଅନ୍ତୁ । ଏହା ପରେ ଆପଣ ଦହିରେ ଏକ ଚାମଚ ନଡିଆ କତା ଗୁଣ୍ଡ ବା ଭସ୍ମକୁ ମିଶାଇ ଦିଅନ୍ତୁ ।

ମିଶାଇବା ପରେ ଆପଣ ଏହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ । ଏହା ବହୁ ପୁରାତନ ଉପଚାର ଅଟେ । ଅର୍ଶ ପରି ସମସ୍ୟାକୁ ଦୂର କରିବା ପାଇଁ ଏହାକୁ ବହୁତ ବ୍ୟବହାର କରାଯାଇଥାଏ । ଏହା ପରେ ଆପଣ ଏହି ଦହିର ସେବନ କରନ୍ତୁ । କେବଳ ଦୁଇଥର ଆପଣ ଏହି ଦହିର ସେବନ କରନ୍ତୁ, ଆପଣଙ୍କୁ ବହୁତ ଆରାମ ଦେଖିବାକୁ ମିଳିବ । ଅନେକ ଲୋକଙ୍କର ଅର୍ଶ କାରଣରୁ ରକ୍ତ ପଡିଥାଏ, ତେଣୁ ଏହାର ସେବନ ଦ୍ଵାରା ଏହି ରକ୍ତ ପଡିବା ସମସ୍ୟା ମଧ୍ୟ ବହୁତ ଶୀଘ୍ର ଦୂର ହୋଇଯିବ ।

ବନ୍ଧୁଗଣ ଏହି ଦହିକୁ ଆପଣ ପ୍ରଥମେ ସକାଳ ସମୟରେ ଖାଲି ପେଟରେ ସେବନ କରିବେ ଓ ଦିନକୁ ତିନି ଥର ଏହାର ସେବନ କରିବେ । ଅର୍ଥାତ ସକାଳ ସମୟରେ ଥରେ, ଖରାବେଳ ସମୟରେ ଥରେ ଓ ରାତ୍ରି ସମୟରେ ଥରେ ଏହାର ସେବନ କରନ୍ତୁ । ଦେଖିବେ ଦୁଇ ଦିନ ମଧ୍ୟରେ ଆପଣଙ୍କର ସମସ୍ତ ଅର୍ଶ ସମସ୍ୟା ଦୂର ହୋଇଯିବ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *