ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ଅଧିକାଂଶ ଲୋକ ମୋଟାପଣର ଶିକାର ହେଉଛନ୍ତି । ମୋଟାପଣ ହେବା ଦ୍ଵାରା ଶରୀର ବହୁତ ଖରାପ ଦେଖା ଯାଇଥାଏ ଓ ଶରୀରରେ ଅନେକ ପ୍ରକାରର ରୋଗ ଘର କରିଥାଏ ।
ତେଣୁ ମୋଟାପଣକୁ କମାଇବା ପାଇଁ ଲୋକମାନେ ଅନେକ ପ୍ରକାରର ଉପାୟ କରିଥାନ୍ତି । ପ୍ରଥମତଃ ହେଉଛି ମୋଟାପଣ ଅଧିକ ହେବାର କିଛି ବିଶେଷ କାରଣ ରହିଛି । ଯେତେବେଳେ ଶରୀରର ମେଟାବୋଲିଜମ କମି ଯାଇଥାଏ ସେତେବେଳେ ଆମ ଶରୀରରେ ଚର୍ବି ବଢି ଯାଇଥାଏ । ତେଣୁ ଆମକୁ ପ୍ରଥମେ ଆମର ମେଟାବୋଲିଜମକୁ କମାଇବାକୁ ପଡିବ ।
ଆଜିଆମେ ଆପଣ ମାନଙ୍କୁ କିଛି ଏପରି ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜ ମୋଟାପଣକୁ ବହୁତ ଶୀଘ୍ର କମାଇ ପାରିବେ । ଏହା ହେଉଛି ଘରୋଇ ଉପଚାର ତେଣୁ ଆପଣ ଏହାକୁ ଅତି ସହଜରେ ନିଜ ଘର ମଧ୍ୟରେ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଏହି ଉପଚାର ପାଇଁ ଆପଣ ମାନେ ପ୍ରଥମେ ଏକ ଚାମଚ ଜୁଆଣୀ ନିଅନ୍ତୁ ଓ ଜୁଆଣୀକୁ ପେଶୀ ଦିଅନ୍ତୁ ।
ଜୁଆଣୀ ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହା ଆମ ପଚନ ପ୍ରକ୍ରିୟାକୁ ମଝବୁତ କରିବା ସହ ଆଣ୍ଠୁ ଗଣ୍ଠି ସମସ୍ୟାକୁ ଦୂର କରିଥାଏ । ତେଣୁ ଆପଣ ମାନେ ଏକ ଗ୍ଳାସ ଉଷୁମ ପାଣିରେ ପେସା ହୋଇଥିବା ଜୁଆଣୀକୁ ମିଶାଇ ଦିଅନ୍ତୁ । ଏହାପରେ ଆପଣ ସେଥିରେ ଏକ ଖଣ୍ଡ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଲେମ୍ବୁ ଆମ ଓଜନ କମାଇବା ପାଇଁ ଓ ମେଟାବୋଲିଜମକୁ ବଢାଇବା ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ଆପଣ ମାନେ ଏହି ଉପଚାର ପାଇଁ ଲେମ୍ବୁର ପ୍ରୟୋଗ ନିଶ୍ଚୟ କରନ୍ତୁ । ଏହାପରେ ଆପଣ ଏଥିରେ ଏକ ଚାମଚ ଶୁଦ୍ଧ ମହୁ ମିଶାଇ ଦିଅନ୍ତୁ । ଆପଣ ମାନେ ଭଲ ଓ ଶୁଦ୍ଧ ମହୁ ଏହି ଉପଚାର ପାଇଁ ନିଅନ୍ତୁ ।
ଯଦି ଆପଣ ମାନଙ୍କର ଡାଇବେଟିସ ସମସ୍ୟା ଅଛି ତା ହେଲେ ଆପଣ ମହୁ ମିଶାନ୍ତୁ ନାହିଁ । ଆପଣ ମାନେ କେବଳ ଏଥିରେ ଏକ ଖଣ୍ଡ ଲେମ୍ବୁ ମିଶାଇ ସେବନ କରିପାରିବେ । ବନ୍ଧୁଗଣ ଆପଣ ମାନେ ଏହି ମିଶ୍ରଣକୁ ଏକ ସପ୍ତାହରେ ତିନି ଥର ସେବନ କରନ୍ତୁ । ସଖାଳ ସମୟରେ ଖାଲି ପେଟରେ ଏହାର ସେବନ କରନ୍ତୁ । ସବୁଦିନ ଏହାର ସେବନ କରନ୍ତୁ ନାହିଁ କେବଳ ସପ୍ତାହକୁ ତିନି ଥର ସେବନ କରନ୍ତୁ ।
ଏହି ଜୁଆଣୀ ପାଣିର ସେବନ କରିବା ସହ ଆପଣ ମାନେ ସବୁଦିନ ସଖାଳ ସମୟରେ ବାୟାମ ଓ ଯୋଗ ଆଦି ନିଶ୍ଚୟ କରନ୍ତୁ । ଏହା ସହିତ ଆପଣ ମାନେ ନିଜ ଖାଦ୍ୟ ପେୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ଅଧିକ ତେଲ ମସଲା ଜାତୀୟ ଖାଦ୍ୟର ସେବନ କରନ୍ତୁ ନାହିଁ । ଏହା ଆପଣଙ୍କ ମୋଟାପଣକୁ ବଢାଇ ଥାଏ ।
ତା ହେଲେ ବନ୍ଧୁଗଣ ଏହି ଉପଚାରକୁ ଶୀଘ୍ର କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ