ପ୍ରଥମ ଥର ପାଇଁ ଦେଖନ୍ତୁ ଅଭିନେତ୍ରୀ Elina ଙ୍କ ଜବରଦସ୍ତ ଡ୍ୟାନ୍ସ, ଆପଣ ବି ହେଇଯିବେ ଦିବାନା, ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଓଲିଉଡ ର କୁଇନ ଭାବରେ ପରିଚିତ ।

ଏଲିନା ନିଜର ଅଭିନୟ ଏବଂ ସୁନ୍ଦରତା ମାଧ୍ୟମରେ ସମସ୍ତ ଦର୍ଶକ ଙ୍କ ହୃଦୟ ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ନିଜ ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ସେ ଅନେକ ବ୍ଳକବଷ୍ଟର ଓଡ଼ିଆ ଫିଲ୍ମ ରେ ନିଜର ଅଭିନୟ ପ୍ରଦର୍ଶନ କରିଛନ୍ତି । ତାଙ୍କର ଅଭିନୟ ର ଜବାବ ନାହିଁ ବୋଲି କହିଲେ ମଧ୍ୟ ଅତୃପ୍ତି ହେବ ନାହିଁ । ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଇସ୍କ ତୁ ହି ତୁ’ ।

ସେହି ଫିଲ୍ମ ରେ ତାଙ୍କୁ ଅଭିନେତା ଅରିନ୍ଦମ ଙ୍କ ସହିତ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ରେ ଏଲିନା ଙ୍କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରିଥିଲେ । ପରେ ସେ ଅନେକ ଓଡ଼ିଆ ଫିଲ୍ମ ରେ ଅଭିନୟ କରିଥିଲେ । ତାଙ୍କର ଅଭିନୀତ ଫିଲ୍ମ ଗୁଡ଼ିକ ମଧ୍ୟରୁ ‘ଲଭ ଷ୍ଟେସନ’, ‘ଅଭୟ’, ‘କାବୁଲା ବାରବୁଲା’, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, ‘ଝିଅ ଟା ବିଗିଡ଼ି ଗଲା’, ‘ଲଭ ୟୁ ହମେସା’ ଆଦି ଅନ୍ୟତମ ।

ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ବର୍ତ୍ତମାନ କୋରନା ମହାମାରୀ ପାଇଁ କୌଣସି ଫିଲ୍ମ ବା ସିରିଆଲ ର ସୁଟିଂ ହୋଇପାରୁ ନାହିଁ । ଯେଉଁ କାରଣରୁ ସମସ୍ତ କଳାକାର ଘରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଦର୍ଶକ ମାନଙ୍କ ମନୋରଞ୍ଜନ କରୁଛନ୍ତି । ସେହିପରି ଭାବରେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ଏଲିନା ସାମନ୍ତରାୟ ମଧ୍ୟ ଘରେ ରହି ନିଜ ଡ୍ୟାନ୍ସ ଦ୍ଵାରା ସମସ୍ତ ଦର୍ଶକ ଙ୍କ ମନୋରଞ୍ଜନ କରୁଛନ୍ତି ।

ଏଲିନା ଙ୍କ ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆ ରେ ବହୁତ ମାତ୍ରାରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ଏକ ଗୋଲାପୀ ରଙ୍ଗ ର ସୁନ୍ଦର ଡ୍ରେସ ପିନ୍ଧି ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ତାଙ୍କ ଏକ୍ସପ୍ରେସନ ମଧ୍ୟ ବହୁତ ସୁନ୍ଦର ଥିଲା ।

ସେହିପରି ଅନ୍ୟ ଏକ ଭିଡିଓ ରେ ସେ ହ୍ଵାଇଟ ରଙ୍ଗ ର ଏକ ଶାଢ଼ୀ ପିନ୍ଧି ଖୁବ ସୁନ୍ଦର ଭାବରେ ନୃତ୍ୟ କରିଥିଲେ । ଯାହା ଦର୍ଶକ ମାନଙ୍କୁ ବହୁତ ମାତ୍ରାରେ ପସନ୍ଦ ହୋଇଥିଲା । ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କ ଏହି ଡ୍ୟାନ୍ସ ଭିଡିଓ ରୁ ଜଣା ପଡିଥିଲା ଯେ, ସେ କେବଳ ଅଭିନୟ ରେ ହିଁ ନୁହେଁ ନୃତ୍ୟ ରେ ମଧ୍ୟ ପାରଙ୍ଗମ ଅଟନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *