ହେ ଭଗବାନ ! Bollywood ରେ ପୁଣି ଶୋକର ଛାୟା, ଏବେ ଏବେ Bollywood ର ଏହି ମହାନ Actor ଙ୍କର ହେଇଗଲା ପରଲୋକ

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଏହି କରୋନା କାଳ ରେ ଭାରତ ର ଅନେକ ସେଲିବ୍ରିଟି, ରାଜନେତା ଓ ଜଣାଶୁଣା ଲୋକଙ୍କ ର ମୃତ୍ୟୁ ହୋଇଛି । ଖାସ କରି ବଲିଉଡ ସିନେମା ଜଗତ ର ଅନେକ ମହାନ କଳାକାର ମାନେ ଏହି କରୋନା କାଳ ରେ ପରଲୋକ ଗମନ କରିଛନ୍ତି ।

ସେହି ପରି ଆଜି ମଧ୍ୟ ବଲିଉଡ ର ଆଉ ଜଣେ ମହାନ ଦିଗଜ ଅଭିନେତା ଙ୍କ ର ପରଲୋକ ହୋଇଯାଇଛି । ବଲିଉଡ ର ସୁପରଷ୍ଟାର ଭେଟେରାନ ଅଭିନେତା ଦିଲ୍ଲୀପ କୁମାର ଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ । ତେବେ ଆଜି ସକାଳ ୭:୩୦ ଘଟିକା ରେ ତାଙ୍କର ପରଲୋକ ହୋଇଯାଇଛି ।

ଦିଲ୍ଲୀପ କୁମାର ବଲିଉଡ ର ଜଣେ ଖ୍ୟାତିସମ୍ପନ୍ନ କଳାକାର ଅଟନ୍ତି । ସେ ଯେତେବେଳେ ପରଦା ଉପରକୁ ଆସୁଥିଲେ ଦର୍ଶକ ମାନଙ୍କ ମନରେ ନିଆ ଲାଗି ଯାଉଥିଲା । ହିନ୍ଦୀ ସିନେମା ର ସ୍ୱର୍ଣ୍ଣ ଏରିଆ ରେ ସେ ଥିଲେ ଜଣେ ଆଗ ଧାଡି ର ଅଭିନେତା । ତେବେ ଆଜି ସକାଳେ ମୁମ୍ବାଇ ସ୍ଥିତ ହିନ୍ଦୁଜା ହସ୍ପିଟାଲରେ ତାଙ୍କର ମୃ-ତ୍ୟୁ ହୋଇଯାଇଛି । ମୃ-ତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ବହୁତ ଦିନ ହେବ ସେ ଅସୁସ୍ଥ ଥିଲେ ।

ଗତ କିଛି ଦିନ ହେବ ତାଙ୍କର ନିଶ୍ୱାସ ପ୍ରଶ୍ଵାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଡାକ୍ତର ମାନେ ତାଙ୍କର ଚିକିତ୍ସା ବହୁତ ଭଲ ଭାବରେ କରିଥିଲେ । କିନ୍ତୁ ଶେଷ ରେ ସେ ଆଜି ସକାଳ ୭:୩୦ ରେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସମଗ୍ର ବଲିଉଡ ପାଇଁ ଏହା ଏକ ବହୁତ ବଡ଼ ଦୁଖଃ ର ବିଷୟ ।

ତାଙ୍କ ବିୟୋଗ ରେ ବଲିଉଡ ଇଣ୍ଡଷ୍ଟ୍ରି ରେ ଶୋକ ର ଛାୟା ଖେଳି ଯାଇଛି । ୟୁସୁଫ ଖାନ କୁହନ୍ତୁ ଟ୍ରେଜେଡି କିଙ୍ଗ କୁହନ୍ତୁ କିମ୍ବା ଦିଲ୍ଲୀପ କୁମାର କୁହନ୍ତୁ ଏହି ସବୁ ନାମ ତାଙ୍କ ଭଳି ମହାନ ଅଭିନେତା ଙ୍କ ପାଇଁ କମ ପଡିଯିବ ।

ବଲିଉଡ ରେ ସେ ନିଜର ଏପରି ଛାପ ଛାଡିଛନ୍ତି ଯାହା ସଦାସର୍ବଦା ଅପୁରଣୀୟ ହୋଇ ରହିଯିବ । ଫିଲ୍ମ ଇଣ୍ଡଷ୍ଟ୍ରି ରେ ତାଙ୍କର ଅଭିନୟ ରେ ସେ ଅନେକ ଚରିତ୍ର କୁ ଜୀବନ୍ତ କରିପାରିଥିଲେ । ଦିଲ୍ଲୀପ କୁମାର ଙ୍କ ଜନ୍ମ ୧୧ ଡିସେମ୍ବର ୧୯୨୨ ରେ ପାକିସ୍ତାନ ର ପେଶବା ଠାରେ ହୋଇଥିଲା । ୧୯୩୦ ରେ ତାଙ୍କ ବାପା ମୁମ୍ବାଇ ଆସିଯିବାରୁ ମୁମ୍ବାଇ ରେ ହିଁ ତାଙ୍କ ପିଲା ବେଳ କଟିଥିଲା । ଦିଲ୍ଲୀପ ଙ୍କ ଅସଲ ନାମ ହେଉଛି ୟୁସୁଫ ଖାନ ।

ପ୍ରଥମେ ଏକ ଟକିଜ ରେ ତାଙ୍କ ଉପରେ ବଲିଉଡ ର ପ୍ରସିଦ୍ଧ ଅଭିନେତ୍ରୀ ଦେବିକାରାଣୀ ଙ୍କ ର ନଜର ପଡିଥିଲା । ଏହା ପରେ ୧୯୪୪ ରେ ସେ ୟୁସୁଫ ଙ୍କୁ “ଜୁଆରଭଟ୍ଟା” ରେ ଅଭିନୟ କରିବା ପାଇଁ ସୁଯୋଗ ଦେଇଥିଲେ । ଏହା ପରେ ତାଙ୍କ ନାମ ୟୁସୁଫ ଖାନ ରୁ ଦିଲ୍ଲୀପ କୁମାର ହୋଇ ଯାଇଥିଲା । ସେ ବଲିଉଡ କୁ ବହୁତ ଗୁଡିଏ ସୁପର ହିଟ ଫିଲ୍ମ ଦେଇଛନ୍ତି । ତେବେ ତାଙ୍କ ବିୟୋଗ ରେ ଆମେ ଭଗବାନ ଙ୍କ ନିକଟ ରେ କେବଳ ଏତିକି ପ୍ରାର୍ଥନା କରୁଛୁ ଯେ ଭଗବାନ ତାଙ୍କର ଅମର ଆତ୍ମା କୁ ଶାନ୍ତି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *