ହାରିବ କରୋନା ଜିତିବ ମଣିଷ, ମାତ୍ର ୮ ଦିନରେ କରୋନାକୁ ଚେକ୍ ଦେଇ ସୁସ୍ଥ ହେବେ ଆକ୍ରାନ୍ତ, ମାର୍କେଟ ଆସିଲା ନୂଆ ଔଷଧ

ବନ୍ଧୁଗଣ ବର୍ତ୍ତମାନ ଦେଶରେ କରୋନ ମହାମାରୀର ସଂକ୍ରମଣ ଧୀରେ ଧୀରେ ବଢିବାରେ ଲାଗିଛି । ଦେଶରେ ହଜାର ହଜାର ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି ଓ ଅନ୍ୟ ପକ୍ଷରେ ଲକ୍ଷାଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ବନ୍ଧୁଗଣ ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ସରକାର କେତେକ ରାଜ୍ୟରେ ଲକଡାଉନ ଘୋଷଣା କରିଛନ୍ତି । ଏହି ବର୍ଷ ଟୀକାକରଣ ବ୍ୟବସ୍ତା ମଧ୍ୟ ଲାଗୁ ହୋଇସାରିଛି । ହେଲେ କରୋନା ସ୍ଥିତିରେ କୌଣସି ଫରକ ଦେଖାଯାଉ ନାହିଁ । ଏହି କରୋନା କାଳ ସମୟରେ ଏକ ବଡ ଖୁସିର ଖବର ସାମ୍ନାକୁ ଆସିଛି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ବଡ ଖୁସି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ବର୍ତ୍ତମାନ କେବଳ ୮ ଦିନ ମଧ୍ୟରେ କରୋନାକୁ ଚେକ୍ ଦେଇ ସୁସ୍ଥ ହେବେ ଆକ୍ରାନ୍ତ ।

କାରଣ ମାର୍କେଟରେ ବହୁତ ଶୀଘ୍ର ଆସିବାକୁ ଯାଉଛୁ ମଲ୍ନୁପିରାଭିର ମେଡ଼ିସିନ । କରୋନାରୁ ସୁସ୍ଥ ହେବା ପାଇଁ ୧୪ ଦିନ ଲାଗୁଥିବା ବେଳେ ଏହି ମେଡ଼ିସିନର ବ୍ୟବହାରରେ କେବଳ ୮ ଦିନ ମଧ୍ୟରେ ରୋଗୀ କରୋନାରୁ ସୁସ୍ଥ ହୋଇପାରିବେ । ଏହାର ପ୍ରଥମ ପର୍ଯ୍ୟାୟରେ ଏମର୍ଜେନ୍ସି ପାଇଁ ବ୍ୟବହାର କରିବାର ମଉକା ମିଳିଛି ।

ଓଡିଶାରେ ମଧ୍ୟ ଏହି ଔଷଧ ବହୁତ ଶୀଘ୍ର ବ୍ୟବହାର ହେବ ବୋଲି କହିଛନ୍ତି ଡାକ୍ତର ନୀରଜ ମିଶ୍ର । ମିଡିଆ ରିପୋର୍ଟସ ଅନୁସାରେ ଅଗଷ୍ଟ ମାସର ଶେଷ ସୁଧା ଏହା ମାର୍କେଟକୁ ଆସିଯିବ । ତେବେ କରୋନ ରୋଗୀ ମାନେ ଏହି ମେଡ଼ିସିନର ୮୦୦ ଏମଜି ଦିନକୁ ଦୁଇ ଥର ସେବନ କରିବେ ।

କରୋନାକୁ ହରାଇବା ପାଇଁ ଏହା ଏକ ଶକ୍ତିଶାଳୀ ଅସ୍ତ୍ର ହେବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି । ବର୍ତ୍ତମାନ ସମଗ୍ର ଦେଶରେ କରୋନାର ଦ୍ଵିତୀୟ ଲହର ରହିଥିବା ବେଳେ ଆଗାମୀ ସମୟରେ ଏହାର ତୃତୀୟ ଲହର ଆସିବ ବୋଲି ଜଣା ପଡିଛି । ତେଣୁ ବନ୍ଧୁଗଣ କରୋନାକୁ ହରାଇବା ପାଇଁ ଏହା ରାମବାଣ ହେବ ବୋଲି ଜଣା ପଡିଛି ।

ଆଗାମୀ ସମୟରେ ଓଡିଶାରେ ତୃତୀୟ ଲହର ଆସିବ ବୋଲି ବିଭିନ୍ନ ଭାରିଏଣ୍ଟ ଦେଖା ଦେଇଛି । ତେଣୁ ବର୍ତ୍ତମାନ ଠାରୁ ଅନ୍ୟ ରାଜ୍ୟରୁ ଆସୁଥିବା ଲୋକମାନଙ୍କୁ କ୍ଵାରେଣ୍ଟାଇନରେ ରଖିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି । ତେଣୁ ବନ୍ଧୁଗଣ ଦେଶ ପାଇଁ ଏହା ହେଉଛି ଏକ ବଡ ଖୁସିର ଖବର । ତା ହେଲେ ବନ୍ଧୁଗଣ ଆପଣ ମାନେ ମଧ୍ୟ ସରକାରଙ୍କ ସମସ୍ତ ଗାଇଡଲାଇନକୁ ମାନି ଚଳନ୍ତୁ । ଘରେ ରୁହନ୍ତୁ ଓ ସୁରକ୍ଷିତ ରୁହନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *