ରାସ୍ତା ତିଆରି ହେବା ପାଇଁ ହେଉଥିଲା ଖୋଳା, ଦେଖାଗଲା କିଛି ଏମିତି କି ଉଡିଗଲା ସମସ୍ତଙ୍କ ହୋସ

ଆଜିକାଲି ସୋସିଆଲ ମିଡିଆର ଯୁଗ ଅଟେ । ଏଥିପାଇଁ ପ୍ରତ୍ୟେକ ଦିନ ଅନେକ ଖବର ସାମ୍ନାକୁ ଆସିଥାଏ । ଯେଉଁଠି ଯେଉଁ ପ୍ରକାରର ଖବର ହେଉ ନା କାହିଁକି ସାମନାକୁ ଆସିବା ପାଇଁ ଅଧା ମିନିଟର ସମୟ ଲାଗିଥାଏ । କହିରଖୁଛୁ କି ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ମହାରାଷ୍ଟ୍ରର ବିଡ ଜିଲ୍ଲାର ଅଟେ, ଯେଉଁଠି ସରକାର ରାସ୍ତା ତିଆରି କରିବା ପାଇଁ ଆଦେଶ ଦେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା ତ ସେତବେଳେ ହେଲା ଯେତବେଳେ ରାସ୍ତା ଖୋଳୁଥିବା ମଜୁରିଆଙ୍କୁ ଏମିତି ଏକ ଦୁର୍ଲଭ ଜିନିଷ ମିଳିଲା ଯାହାକୁ ଦେଖି ସେମାନେ ଚକିତ ହୋଇଗଲେ ।

ଭାରତର ପବିତ୍ର ଭୂମି ସେମିତିରେ ତ ନିଜେ ହିଁ ଏକ ଚମତ୍କାର ଅଟେ । ଯେଉଁଠି ଗୋଟିଏ ପଟରେ ଗଙ୍ଗା ଭଳି ପବିତ୍ର ନଦୀ ବହିଥାଏ ଓ ଦିତୀୟଟି ହିମାଳୟ ପର୍ବତ । ଏତିକି ନୁହେଁ ହିନ୍ଦୁ ହେଉ ବା ମୁସଲମାନ ସବୁ ଧର୍ମକୁ ନେଇ ଦେଶରେ ପ୍ରତ୍ୟେକ ଦିନ ଆସ୍ଥାର ଚମତ୍କାର ଦେଖିବାକୁ ମିଳିଥାଏ । ଏହିଥର ବି କିଛି ଏମିତି ହିଁ ହେଲା ।

ମଜୁରିଆଙ୍କୁ ରାସ୍ତା ଖୋଳିବା ସମୟରେ ଭଗବାନଙ୍କର ଏକ ପ୍ରାଚୀନ ମୂର୍ତି ମିଳିଲା, ଯାହାକୁ ଶହ ଶହ ବର୍ଷର ପୁରୁଣା ମୂର୍ତ୍ତି ବୋଲି କୁହାଯାଉଛି । ମଜୁରିଆ ସେହି ସମୟରେ ଚକିତ ହୋଇ ରହିଗଲେ ଯେତବେଳେ ଗୋଟିଏ କଳା ସାପ ମୂର୍ତିରେ ଆସି ଗୁଡାଇ ହୋଇପଡିଲା । ଏମିତି ହେଲା କି ବିଡ ଜିଲ୍ଲାରେ ରାସ୍ତା ଖୋଳିବା ସମୟରେ ଅମ୍ବେଯୋଗଇରେ ପ୍ରାଚୀନ ମୂର୍ତି ବାହାରିବା ଓ ତା ପାଖରେ କଳା ନାଗର ଉପସ୍ଥିତ ହେବାର ଖବର ଅଳ୍ପ ସମୟରେ ପୁରା ଏରିଆରେ ନିଆଁ ଭଳି ଖେଳିଗଲା ।

 

ଯାହାପରେ ଦେଖୁ ଦେଖୁ ନାଗ ଓ ମୂର୍ତିକୁ ଦେଖିବା ପାଇଁ ଆଖପାଖ ଲୋକଙ୍କର ଭିଡ ଜମିଗଲା, ମୂର୍ତି ମିଳିବା ପରେ ସେଠାରେ ଖୋଳା କାମ ଅଟକାଇ ଦିଆଗଲା । ଖୋଳିବା ସମୟରେ ମୂର୍ତିର ଅଧା ଅଂଶ ଭାଙ୍ଗି ଯାଇଛି ଏବଂ ଅନ୍ୟ ଅଧା ଭାଗକୁ ଖୋଜା ଯାଉଛି । ଏହି ମୂର୍ତିର ଚର୍ଚା ସବୁଆଡେ ଚାଲିଛି । କିଛି ଘଣ୍ଟା ମଧ୍ୟରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା ।

କୁହାଯାଉଛି କି ଏହି ମୂର୍ତି ଭଗବାନ ସୂର୍ଯ୍ୟଙ୍କର ଅଟେ । ଏହା ପ୍ରଥମ ଥର ନୁହେଁ ଏହି ଏରିଆରେ ଏହି ପ୍ରକାରର ମୂର୍ତି ମିଳିଛି । ଏହି ମୂର୍ତିକୁ ନେଇ ଯେତେବେଳେ ଇତିହାସକାରଙ୍କ ପାଖରୁ ସୂଚନା ନିଆଗଲା ସେତେବେଳେ ସେ କହିଲେ କି ଏହି ମୂର୍ତି ସମ୍ଭବତଃ ୧୧ ଶପ୍ତାବ୍ଧି ସମୟରେ ଯାଦବ ସାମ୍ରାଜ୍ୟର କୌଣସି ଗାଁ ଏଠାରେ ରହୁଥିବେ ।

 

ସେଠାରେ ଅନ୍ୟ ପଟେ ମୂର୍ତି ମିଳିବା ପରେ ଜିଲ୍ଲାର ଆଖପାଖ ଲୋକ ସେଠାକୁ ଆସି ପୂଜାପାଠ କରୁଛନ୍ତି । ଏବେ ବି ସେଠାର ଏସବୁ ଜିନିଷକୁ ଦେଖୁବାକୁ ଆସୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଏହି ମୂର୍ତି ସମ୍ବନ୍ଧରେ ଭାରତୀୟ ପୁରାତତ୍ଵ ବିଭାଗ ଏପର୍ଯ୍ୟନ୍ତ ସେଠାରେ ପହଞ୍ଚିନାହିଁ ।

ଲୋକମାନେ କହୁଛନ୍ତି କି ଭାରତୀୟ ପୁରାତତ୍ଵ ବିଭାଗ ଏଠାକୁ ଆସି ଖୋଳନ୍ତୁ । ତାଙ୍କୁ ଏଠାରେ କିଛି ପୁରୁଣା ମୂର୍ତି ମିଳିପାରେ । ଗୋଟିଏ ପଟେ ବୈଜ୍ଞାନିକମାନେ ଏହା ବିଷୟରେ ଅଧିକ ସୂଚନା ଜାଣିବା ପାଇଁ ଚାହୁଁଛନ୍ତି କିନ୍ତୁ ଅନ୍ୟ ପଟେ ଲୋକଙ୍କ ଆସ୍ଥାକୁ ଦେଖି ଏହା ଲାଗୁଛି କି ତାଙ୍କ ଭିତରେ ଭଗବାନଙ୍କୁ ନେଇ କେତେ ଶ୍ରଦ୍ଧା ଅଛି ।

Leave a Reply

Your email address will not be published. Required fields are marked *