ଆଶ୍ଚର୍ଯ୍ୟ ! ରାହୁଲ ଗାଁରେ ତୀବ୍ର ବେଗରେ ମାଟିତଳୁ ବାହାରୁଛି AC ଭଳି ଥଣ୍ଡା ପବନ, ଦେଖିବା ଲୋକ ହେଲେ କାବା, ବିଶ୍ଵାସ ହେଉନଥିଲେ ନିଜେ ଦେଖି ନିଅନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ମାଟିତଳୁ ବାହାରୁଛି ଏସିଭଳି ଥଣ୍ଡା ପବନ । ଏହାପୁଣି ୧୦୦ ସ୍ପୀଡରେ । ମାସକ ତଳେ ବୋରୱେଲ ଗାତରେ ଫସିଥିବା ରାହୁଲ ସାହୁ ଉଦ୍ଧାରକୁ ନେଇ ପରିଚିତ ହୋଇଥିବା ଛତିଶଗଡ ଜାଞ୍ଜଗିରିର ପିହରିଦ ଗାଁ ଏବେ ପୁଣି ଚର୍ଚ୍ଚାକୁ ଆସିଛି । ଗାଁ ର ଜଣେଚାଷୀଙ୍କ କ୍ଷେତରୁ ପାଣି ସୁଅ ବାହାରିବ ପରେ ଏବେ ଜୋରରେ ଗ୍ୟାସ ବାହାରୁଛି । ତେବେ ଚାଷୀ ଜଣକ ସକାଳୁ କ୍ଷେତକୁ ଯାଇଥିଲେ ।

ତେବେ ତାଙ୍କ କ୍ଷେତରେ ବହୁତ ଯୋରରେ ମାଟିତଳୁ ପାଣି ସୁଆର ବାହାରୁଥିବା ଦେଖିବା ପରେ ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କିଭଳି ମାଟିତଳୁ ଏତେ ଜୋରରେ ପାଣି ବାହାରୁଛି କିଛି ବୁଝାପଡୁନଥିଲା । ଏହାପରେ ସେ ଦେଖିବାକୁ ପାଇଲେ ଯେ କିଛି ଘଣ୍ଟା ପରେ ସେଠାରେ ପାଣି ବନ୍ଧ ହୋଇଯାଇଥିଲା । ଏହାପରେ ସେଠାରେ ଏସିଭଳି ଥଣ୍ଡା ପବନ ବାହାରିବାକୁ ଲାଗିଥିଲା ।

ଚାଷୀ ଜଣକ ଫୁଲକୁ ନେଇ ପବନ ବାହାରୁଥିବା ଜାଗାରେ ନେଇ ରଖିଥିଲେ । ମାତ୍ର ପବନ ବେଗ ଏତେ ଯେ ଫୁଲକୁ ଉଡାଇ ଫୋଫାଡି ଦେଉଛି । ଏହି ଘଟଣାଟି ସାମ୍ନାକୁ ଆସିବା ପରେ ଏହି ଅଞ୍ଚଳ ବର୍ତ୍ତମାନ ପୁଣି ଚର୍ଚାରେ ଆସିଅଛି । ମାସକ ତଳେ ଏକ ବୋରୱେଲ ଗାତରେ ପଡିଥିବା ରାହୁଲଙ୍କ ଜୀବନର ସଂଘର୍ଷକୁ ନେଇଚର୍ଚ୍ଚାକୁ ଆସିଥିଲା ଏହି ଗାଁ । ଏବେ ମାଟି ତଳୁ ଏସି ଭଳି ଥଣ୍ଡା ପବନ ବାହାରିବାକୁ ନେଇ ଚର୍ଚ୍ଚାକୁ ଆସିଛି ।

ତେବେ ଏହି ଘଟଣା ସମ୍ବନ୍ଧରେ ପ୍ରଶାସନଙ୍କୁ ଜଣାଇଛନ୍ତି ଗାଁ ଲୋକେ । ଏହା ସଂପୂର୍ଣ୍ଣ ଭାବରେ ଅଦ୍ଭୁତ, ଅଦ୍ୟମ ଏବଂ ଅବିଶ୍ଵସନୀୟ ଅଟେ । ମାଟିତଳୁ କେଉଁ କାରଣ ବଶତ ଏହିଭଳି ଥଣ୍ଡା ପବନ ବାହାରୁଛି ଏହା ସଂପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । ପବନର ବେଗ ୧୦୦ ରହିଅଛି । ଏହି ଖବର ଶୁଣିବା ପରେ ଗ୍ରାମ ବାସୀ ସେଠାକୁ ଆସି ଏହି ଘଟଣାକୁ ଦେଖିବାରେ ଲାଗିଛନ୍ତି ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ ମାଟି ତଳେ କିଛି ବୋଧହୁଏ ଅଲୌକିକ ଶକ୍ତି ରହିଅଛି । ଏଥି ନିମନ୍ତେ ଏଭଳି ହେଉଛି । ଅନ୍ୟ କିଛି ଲୋକେ କହିଛନ୍ତି ଯେ ଏହା କେବଳ ଖଣିଜ ପଦାର୍ଥ ରହୁଥିବାରୁ ଏପରି ଦୃଶ୍ୟ ହେଉଛି । କିନ୍ତୁ ଏହାର ସତ୍ୟତା ଅନୁଧ୍ୟାନ ଟିମ ଆସି କରିଲେ ଜଣାଯିବ ଯେ ଏପରି ହେବାର କାରଣ କ’ଣ ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *