ବିଧାନ ସଭାରେ ‘ଚାପୁଡା’, ଥରେ ଦେଖନ୍ତୁ ଏହି ଭିଡିଓ ସବୁ କିଛି ଜାଣି ପାରିବେ…

ବନ୍ଧୁଗଣ, ସୂଚନା ଅନୁଯାୟୀ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ କହିବା ଯାହା ନିଜଗାଲରେ ନିଜେ ଚାପୁଡା ମାରିବା ତାହା । ଗୃହରେ ଦୁଖଃ ପ୍ରକାଶ କରି କହିଲେ ବିଜେଡି ବିଧାୟକ ଭାଗିରଥୀ ସେଠି । ବଖାଣିଲେ କେନ୍ଦୁଝର ଜିଲ୍ଲାର ସ୍ୱାସ୍ଥ୍ୟବ୍ୟବସ୍ଥାର ଚିତ୍ର । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇବା ପରେ ମଧ୍ୟ ସମାଧାନ ହେଉନାହିଁ । ତେବେ ବିଧାନ ସଭାରେ ଏହିଭଳି କିଛି ମନ୍ତବ୍ୟ ଦେଇଛନ୍ତି ଆନନ୍ଦପୁର ବିଜେଡି ବିଧାୟକ ଭାଗୀରଥୀ ସେଠି । ଆନନ୍ଦପୁରରେ ଏକ ଭଲ ମେଡିକାଲ ନାହିଁ । ସାମାନ୍ୟ କିଛି ପରୀକ୍ଷା କରିବା ପାଇଁ ୧୨୦ କିଲୋମିଟର ଦୂର କଟକ ଯିବାକୁ ପଡୁଅଛି ।

ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଡାକ୍ତର ଫାର୍ମାଶିଷ୍ଟ ନାହାଁନ୍ତି । ପରିସ୍ଥିତି ଏପରି ହୋଇଛି କି ପିଅନ ରୋଗୀ ଚିକିତ୍ସ୍ୟା କରୁଛନ୍ତି । ବେଳେ ବେଳେ ପିଅନ ହିଁ ରୋଗୀଙ୍କୁ ଇଂଜେକସନ ଦେଉଛନ୍ତି ବୋଲି ବିଧାୟକ କହିଛନ୍ତି । ଏ ନେଇ ସେ ନିଜେ ବଦ୍ରୀପାତ୍ରଙ୍କ ସହିତ ମିଶି ବାରମ୍ବାର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି । ତଥାପି କୌଣସି ସମାଧାନ ବାହାରିପାରିନାହିଁ । ତେଣୁ ସେ ଗୃହରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲକୁ ଚାପୁଡା ମାରିବା ତାହା ବୋଲି କହିଛନ୍ତି ।

ସେପଟେ ରାଜ୍ୟରେ ଡାକ୍ତର ସମସ୍ୟା ରହିଛି, ଏହାକୁ ଶୀଘ୍ର ସମାଧାନ ପାଇଁ ଚେଷ୍ଟା ଚାଲିଥିବା କହିଛନ୍ତି, ବିଜେଡି ବିଧାୟକ ରାଜକିଶୋର ଦାସ । ସେ କହିଛନ୍ତି ଯେ ବର୍ତମାନ ରାଜ୍ୟରେ ଡାକ୍ତର ଅଭାବ ଅଛନ୍ତି । ଆନାସେସିୟା ଡାକ୍ତର ନାହାଁନ୍ତି । ଅପରେସନ ହେଲେ କେନ୍ଦୁଝରରୁ ଆସିବାକୁ ପଡୁଛି । କଣ ଟିକିଏ ପରୀକ୍ଷା କରିବାକୁ ହେଲେ ଆମ୍ଭକୁ ଆସିବାକୁ ପଡୁଛି କଟକକୁ ୧୨୦ କିଲୋମିଟର ।

ଏଣୁ ମୁଁ ସରକାରଙ୍କୁ ନିବେଦନ କରୁଛି ଯେ ତାହାକୁ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରନ୍ତୁ, କାରଣ ଆମ୍ଭ ଜିଲ୍ଲାରେ ପଇସାରେ ଅଭାବ ନାହିଁ । ବାରମ୍ବାର ବଦ୍ରୀବାବୁ ଏବଂ ସେ କହି ସାରିବା ପରେ ମଧ୍ୟ କିଛି ପଦକ୍ଷପ ଗ୍ରହଣ କରାଯାଉନହିଁ । ହେଲ୍ଥ ମିନିଷ୍ଟରଙ୍କୁ କହିଲୁ ତଥା ଲିଖିତ ଆକାରରେ ଜଣାଇଲୁ ମଧ୍ୟ ମାତ୍ର ଏହା କହିବା ଯାହା ଗାଲକୁ ଚାପୁଡା ମାରିବା ତାହା ।

ତେବେ ତାଙ୍କ ନିର୍ବାଚନ ମଣ୍ଡଳୀରେ ଡାକ୍ତର ଅଭାବ କହିଲେ ଯାହା ବାସ୍ତବରେ ଡାକ୍ତର ଅଭାବ ରହିଅଛି କିନ୍ତୁ ଡାକ୍ତରଙ୍କର ଅଭାବ ପୂରଣ ହେବାପାଇଁ ଯାଉଅଛି । କାରଣ ଯେତେ ମେଡିକାଲ କଲେଜରୁ ଡାକ୍ତର ମାନେ ସବୁ ବାହାରିବେ ଏବଂ ସେମାନେ ଓଡିଶାରେ ନିଯୁକ୍ତି ପାଇବେ ଏଣୁ ସବୁଜାଗାରେ ଡାକ୍ତର ଅଭାବ ଖୁବ ଶୀଘ୍ର ପୂରଣ ହେବାକୁ ଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *