ମଶାଙ୍କୁ ଘରୁ ତଡିବାର ଦେଶୀ ଉପାୟ, ଗୋଟିଏ ଥରରେ ହିଁ ଘରୁ ସବୁ ମଶା ହେଇଯିବେ ଗାୟବ

 

ମଶା ଆମ ଶରୀର ପାଇଁ ବହୁତ ମାରାତ୍ମକ ହୋଇଥାଏ । ସାଧାରଣତଃ ରାତିରେ ମଶା କାମୁଡିଲେ ଆମକୁ ନିଦ ହୋଇନଥାଏ । ଏହି ମଶା କାମୁଡିବା ଦ୍ଵାରା ଆମକୁ ଡେଙ୍ଗୁ ଓ ମେଲେରିୟା ଆଦି ମାରାତ୍ମକ ରୋଗ ମଧ୍ୟ ହୋଇଥାଏ । ମଶାକୁ ଦୂର କରିବା ପାଇଁ ଆମ୍ଭେ ମାନେ ମଶା ଧୂପର ବ୍ୟବହାର କରିଥାଉ ହେଲେ ଏହି କଏଲକୁ ଜଳାଇବା ଦ୍ଵାରା ଏହାର ବିଷାକ୍ତ ଧୂଆଁ ଆମ ସ୍ୱାସ୍ଥ୍ୟକୁ ଖରାପ କରିଥାଏ ।

ଘରୁ ମଶାକୁ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କୁ ଏକ ସହଜ ସରଳ ଦେଶୀ ଉପାୟ କହିବୁ ଯାହା ୧୦୦ ପ୍ରତିଶତ ମଶା ଦୂର କରିବା ପାଇଁ କାର୍ଯ୍ୟକାରୀ ହେବ । ତେବେ ଆସନ୍ତୁ ଜାଣିବା ଏହି ସହଜ ଦେଶୀ ଉପାୟ ବିଷୟରେ ।

ଏହି ଉପାୟ ପାଇଁ ଆପଣ ୪ ରୁ ୫ଟି ରସୁଣ ନିଅନ୍ତୁ ଓ ରସୁଣକୁ ଭଲ ଭାବରେ ପେଶୀ ଦିଅନ୍ତୁ । ଆପଣଙ୍କୁ କହି ଦେଉଛୁ କି ମଶା ରସୁଣର ଗନ୍ଧକୁ ସହି ପାରନ୍ତି ନାହିଁ । ପେଶିବା ପରେ ରସୁଣକୁ ଏକ ମାଟି ପାତ୍ରରେ ରଖି ଦିଅନ୍ତୁ । ଏହାପରେ ଏଥିରେ ୩ ରୁ ୪ଟି କର୍ପୁର ରଖନ୍ତୁ ।

ଶେଷରେ ଆପଣ ଏହି ମିକ୍ସରେ ୧ ଚାମଚ ଘିଅ ବା ନଡିଆ ତେଲ ମିଶାନ୍ତୁ । ଏ ସବୁକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ ଓ ଏହାକୁ ୧୫ ମିନିଟ ପର୍ଯ୍ୟନ୍ତ ଖୋଲାରେ ଛାଡି ଦିଆନ୍ତୁ । ଏହାପରେ ଆପଣ ନିଜ ଘରର ସମସ୍ତ ଡୋରକୁ ବନ୍ଦ କରିଦିଅନ୍ତୁ ।

 

ବନ୍ଦ କରିବା ପରେ ଆପଣ ଏହି ଏହି ମିଶ୍ରଣକୁ ଜଳେଇ ଦିଅନ୍ତୁ । କମ ସେ କମ ଆପଣ ଏହାକୁ ୧୦ ରୁ ୧୫ ମିନିଟ ପର୍ଯ୍ୟନ୍ତ ଘରେ ବୁଲାନ୍ତୁ । ଏହାପରେ ନିଜ ଘରର ସମସ୍ତ ଡୋରକୁ ଖୋଲି ଦିଅନ୍ତୁ । ପ୍ରଥମ ପ୍ରୟାସରେ ଆପଣ ଏହାର ବହୁତ ଭଲ ରେଜଲ୍ଟ ପାଇବେ । ନିଜେ ବ୍ୟବହାର କରିବା ସହ ଆପଣ ନିଜ ସମ୍ପର୍କୀୟ ଏବଂ ସାଙ୍ଗ ମାନଙ୍କୁ ମଧ୍ୟ ଏହାର ପରାମର୍ଶ ଦିଅନ୍ତୁ ।

ଯଦି ଆପଣ ବି ମଶାଙ୍କ ପାଇଁ ଚିନ୍ତିତ ଅଛନ୍ତି ତେବେ ଆପଣାନ୍ତୁ ଏହି ଟ୍ରିକ, ଗୋଟିଏ ଥରରେ ସବୁ ମଶା ଗାୟବ ହେବେ ଓ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ନୁହେଁ । ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *