ବିବାହ ପୂର୍ବରୁ ହିଁ ପ୍ରେଗନେଣ୍ଟ ଥିଲେ ଶ୍ରୀଦେବୀ, ଏହି ପ୍ରକାରରେ ମନ୍ଦିରରେ ଫଟାଫଟ କରିଥିଲେ ବିବାହ, ଦେଖନ୍ତୁ ଫଟୋ

ବଲିଉଡରେ ତ ଏମିତିରେ ଅନେକ ଯୋଡି ଚର୍ଚ୍ଚାରେ ଅଛନ୍ତି କିନ୍ତୁ ଶ୍ରୀଦେବୀ ଓ ବୋନି କପୁରଙ୍କ ଯୋଡ଼ି ଆଜି ପର୍ଯ୍ୟନ୍ତ ଲୋକେ ମନେ ପକାଉଛନ୍ତି , ଶ୍ରୀଦେବୀ ଓ ବୋନୀ 2 ଜୁନ 1996 ରେ ବିବାହ କରିଥିଲେ , ଏହି କିଛି ଦିନ ହେବ ତାଙ୍କ ବିବାହକୁ 24 ବର୍ଷ ପୁରି ଯାଇଛି , ଏବେ ଶ୍ରୀଦେବୀ ଏହି ଦୁନିଆରେ ନାହାଁନ୍ତି କିନ୍ତୁ ବୋନି ଆଜି ମଧ୍ୟ ତାଙ୍କ ମନରେ ତାଙ୍କୁ ରଖିଛନ୍ତି , ଶ୍ରୀଦେବୀଙ୍କୁ ହରେଇବା ଦୁଃଖ ତାଙ୍କ ଆଖିରେ ଦେଖାଯାଏ , ବୋନି ଶ୍ରୀଦେବୀଙ୍କୁ ରାଣୀ ପରି ରଖୁଥିଲେ , ଦୁହିଁଙ୍କ ଭିତରେ ପ୍ରେମ ଥିଲା , ସ୍ତ୍ରୀଙ୍କ ଯିବାପରେ ଦୁଇଟି ଝିଅ ଜାହ୍ନବୀ ଓ ଖୁସିର ଧ୍ୟାନ ରଖିଛନ୍ତି । ଆଜି ଆମେ ଆପଣଙ୍କୁ ଶ୍ରୀଦେବୀ ଓ ବୋନିଙ୍କର କିଛି ଦୁର୍ଲଭ ଫଟୋ ଦେଖାଇବାକୁ ଯାଉଛୁ ।

ମିଷ୍ଟର ଇଣ୍ଡିଆର ସେଟରେ ଆରମ୍ଭ ହେଇଥିଲା ଲଭ ଷ୍ଟୋରୀ

ଶ୍ରୀଦେବୀ ଓ ବୋନିଙ୍କ ଫ୍ରେଣ୍ଡଶିପ 1984 ରେ ହୋଇଥିଲା , ପୁଣି 1987 ଯେବେ ମିଷ୍ଟର ଇଣ୍ଡିଆ ଫିଲ୍ମର ସୁଟିଙ୍ଗ ଚାଲିଥିଲା ସେତେବେଳେ ଏହି ଦୁଇ ଜଣ ପରସ୍ପରର ନିକଟତ୍ତର ହୋଇ ଯାଇଥିଲେ , ବୋନି ଏହି ଫିଲ୍ମ ର ନିର୍ମାତା ଥିଲେ , ଶୀଘ୍ର ହିଁ ଦୁହିଁଙ୍କ ମଧ୍ୟରେ ପ୍ରେମ ହୋଇଗଲା , 1993 ରେ ବୋନି ଶ୍ରୀଦେବୀଙ୍କୁ ତାଙ୍କର ଭଲ ପାଇବା କଥା କହିଥିଲେ ।

ଯେବେ ବୋନିଙ୍କୁ ବାନ୍ଧିଥିଲେ ରାକ୍ଷୀ

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଗୋଟେ ସମୟ ଏମିତି ବି ଥିଲା ଶ୍ରୀଦେବୀ ବୋନିଙ୍କୁ ରାକ୍ଷୀ ବାନ୍ଧି ଥିଲେ । ଏହା ସେତେବେଳର କଥା ଯେତେବେଳେ ମିଥୁନ ଚକ୍ରବର୍ତି ଓ ଶ୍ରୀଦେବୀ ଦୁହେଁ ଦୁହିଁଙ୍କୁ ଡେଟ କରୁଥିଲେ , ଏହା ମଧ୍ୟରେ ମିଥୁନଙ୍କୁ ସନ୍ଦେହ ହେଲା କି ବୋନିଙ୍କ ସହିତ ଶ୍ରୀଦେବୀର କିଛି ଅଫେୟାର ଚାଲିଛି ବୋଲି , ସେଥିପାଇଁ ସେ ଶ୍ରୀଦେବୀଙ୍କ ଦ୍ଵାରା ବୋନିଙ୍କୁ ରାକ୍ଷୀ ବନ୍ଧାଇ ଥିଲେ , କିନ୍ତୁ ଏହାର କିଛି ଲାଭ ହେଲାନି କାହିଁକି ନା ପରେ ଏମାନେ ଆହୁରି ପରସ୍ପର ପାଖକୁ ଆସି ଯାଇଥିଲେ , କୁହା ଯାଉଛି କି ଵୋନୀ ଶ୍ରୀଦେବୀଙ୍କୁ ନିର୍ଦ୍ଧିଷ୍ଟ ଆମାଉଣ୍ଟ ରୁ ଅଧିକ ଦେଇ ନିଜ ଫିଲ୍ମ ସାଇନ କରୁଥିଲେ ।

ବିବାହ ପୂର୍ବରୁ ପ୍ରେଗ୍ନେଣ୍ଟ ଥିଲେ ଶ୍ରୀଦେବୀ

 

ବୋନି କପୁରଙ୍କ ପ୍ରଥମ ସ୍ତ୍ରୀ ମୋନା ମାନେ ଅର୍ଜୁନ କପୁରଙ୍କ ମାଆ ଗୋଟେ ଇଣ୍ଟର୍ଭିଉରେ କହିଥିଲେ କି ଆମ ସମ୍ପର୍କଙ୍କୁ ବଞ୍ଚେଇବାର କୌଣସି ଫାଇଦା ନଥିଲା, ଏହାକୁ ବଞ୍ଚାଇବାକୁ ସୁଯୋଗ ହିଁ ନଥିଲା କାହିଁକି ନା ଶ୍ରୀଦେବୀ ପ୍ରେଗ୍ନେଣ୍ଟ ଥିଲେ , ଗୋଟେ କାରଣ ଏହା ବି ଥିଲାକି ଵୋନୀ ବହୁତ ଶୀଘ୍ର ଶ୍ରୀଦେବୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ।

ମନ୍ଦିରରେ ଫଟାଫଟ କରିଥିଲେ ବିବାହ

2 ଜୁନ 1996 ରେ ଵୋନୀ କପୁର ଗୋଟେ ମନ୍ଦିରରେ ଶ୍ରୀଦେବୀଙ୍କ ସହିତ ବହୁତ ସାଧା ସିଧା ଭାବରେ ବିବାହ କରିଥିଲେ , ସେତେବେଳେ ଶ୍ରୀଦେବୀଙ୍କର ଇଛା ନଥିଲା ମନ୍ଦିରରେ ବିବାହ କରିବା ପାଇଁ କିନ୍ତୁ ତାଙ୍କ ଉପରେ କିଛି ଏମିତି ଅଭିଯୋଗ ଲାଗିଥିଲା କି ସେଥିପାଇଁ ସେ ଯେମିତି ସେମିତି କରି ବିବାହ କରିବାକୁ ବାଧ୍ୟ ହୋଇଥିଲେ ।

ଶ୍ରୀଦେବୀ ସବୁବେଳେ ଵୋନୀଙ୍କ ପ୍ରଥମ ସ୍ତ୍ରୀ ମୋନା ଓ ପିଲା ଅର୍ଜୁନ – ଅଂଶୁଲଙ୍କୁ ନେଇ ଅସୁରକ୍ଷିତ ଅନୁଭବ କରୁଥିଲେ । ଗୋଟେ ଥର ଵୋନୀ ତାଙ୍କୁ ନେଇ ପିକନିକକୁ ପଳାଇଥିଲେ , ଏହି କଥାରେ ଶ୍ରୀଦେବୀ ବହୁତ ରାଗି ଯାଇଥିଲେ , ଏହାକୁ ନେଇ ଵୋନୀଙ୍କ ସହ ତାଙ୍କର ବହୁତ ଯୁକ୍ତି ତର୍କ ହୋଇଥିଲା , ଏବେ ଶ୍ରୀଦେବୀଙ୍କ ମୃତ୍ୟୁ ପରେ ସବୁ କିଛି ଠିକ ଅଛି , ଏବେ ଵୋନୀଙ୍କ ସହିତ ଅର୍ଜୁନ ଓ ଅଂଶୁଲଙ୍କର ଭଲ ସମ୍ପର୍କ ଅଛି , ଏମିତି ବି ହେଇଛି ଶ୍ରୀଦେବୀଙ୍କ ମୃତ୍ୟୁ ପରେ ଅର୍ଜୁନ ସପୋର୍ଟ ପାଇଁ ନିଜ ବାପାଙ୍କ ସହିତ ଠିଆ ମଧ୍ୟ ହୋଇଥିଲେ , ଏବେ ଭଉଣୀ ଜାହ୍ନବୀ ଓ ଖୁସିଙ୍କ ସହ ତାଙ୍କର ସମ୍ପର୍କ ଭଲ ଅଟେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *