‘ପେଟରେ 5 ମାସର ଛୁଆ, ମାସେ ହେଲାଣି ସ୍ବାମୀଙ୍କୁ ଖୋଜି ଚାଲିଛନ୍ତି ମହିଳା, ହେଲେ ଶାଶୁଘର ଲୋକେ ତାଙ୍କୁ…’

ବନ୍ଧୁଗଣ, ସୂଚନା ଅନୁଯାୟୀ ପେଟରେ ପାଞ୍ଚ ମାସର ଛୁଆକୁ ଧରି ନିଜ ସ୍ଵାମୀ କୁ ଖୋଜୁଛନ୍ତି ଜଣେ ମହିଳା । ପାଖାପାଖି ଏକ ମାସ ହେବ ତାଙ୍କ ସ୍ଵାମୀ ନିଖୋଜ ଅଛନ୍ତି, ସ୍ଵାମୀ ଙ୍କୁ ପାଇବା ପାଇଁ ବର୍ତ୍ତମାନ ବିଭିନ୍ନ ଥାନା ଦୌଡୁଛନ୍ତି ବର୍ତ୍ତମାନ ସେ ଡିସିପି ଅଫିସର ଦ୍ଵାରସ୍ଥ ହୋଇଛନ୍ତି । ବର୍ତ୍ତମାନ ସେ ଚାହୁଁଛନ୍ତି ଯେ ତାଙ୍କ ସ୍ଵାମୀ କେଉଁଠାରେ ଅଛନ୍ତି ତାଙ୍କୁ ଜଲ୍ଦି ଖୋଜି ଆଣନ୍ତୁ । ତେବେ ଏଭଳି କେଉଁ ପରିସ୍ଥିତି ଆସିଲା ଯେ ସ୍ଵାମୀ ସ୍ତ୍ରୀ ପାଖରୁ ଉଭାନ ହୋଇଗଲେ ?

ଆସନ୍ତୁ ଏ ନେଇ ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ଜାଣିନେବା । ସ୍ତ୍ରୀ ଜଣକ ଅଭିଯୋଗ କରି କହିଛନ୍ତି ଯେ ତାଙ୍କର ମ୍ୟାରେଜ ହୋଇଥିଲା ଏପ୍ରିଲ 16 ରେ ବିବାହ ପରେ ଖଣ୍ଡଗିରୀରେ ଉଭୟ ସ୍ଵାମୀ ସ୍ତ୍ରୀ ମିଶାଇ ରହୁଥିଲେ । ଉଭୟ ବେସ ଭଲରେ ମଧ୍ୟ ରହୁଥିଲେ କାହାର ବିଶେଷ କିଛି ଅସୁବିଧା ମଧ୍ୟ ହୋଇନାହିଁ । ଗତ ୨୯ ତାରିଖ ଦିନ ମିଶି ଖାଇଲେ ସକାଳେ ସ୍ଵାମୀ ସ୍ତ୍ରୀ ଙ୍କୁ ଛାଡିବା ପାଇଁ ମଧ୍ୟ ଆସିଲେ କିନ୍ତୁ ସ୍ତ୍ରୀ ଜଣଙ୍କ କାମ ସାରି ଘରେ ଯାଇ ପହଞ୍ଚିଲା ବେଳକୁ ତାଙ୍କ ସ୍ଵାମୀ ଘରେ ନାହାଁନ୍ତି ।

ଏହା ପରେ ସ୍ତ୍ରୀ ଖୋଜାଖୋଜି କରିଲେ ମାତ୍ର ସ୍ଵାମୀ ଙ୍କୁ ପାଇଲେ ନାହିଁ । ଏହା ପରେ ତାଙ୍କ ସ୍ତ୍ରୀ ଭାରତପୁର ଥାନାରେ ମିସିଙ୍ଗ କେସ ଦେଲେ ୨୯ ତାରିଖରୁ ୧ ତାରିଖ ପର୍ଯ୍ୟନ୍ତ ତାଙ୍କ ଫୋନ ରିଙ୍ଗ ହେଲା ଏହାପରେ ସ୍ତ୍ରୀ ଜଣକ ଥାନାରେ କହିଲେ ଯେ ଫୋନ ରିଙ୍ଗ ହେଉଛି ଆପଣ ଦେଖନ୍ତୁ ଏବଂ ଟ୍ରାକ କରନ୍ତୁ । ମାତ୍ର ପୋଲିସ ବାବୁ ମାନେ ତାଙ୍କ କଥାକୁ ଆଦୌ ଗୁରୁତ୍ଵ ଦେଲେନାହିଁ ।

ଥାନାରେ କହୁଛନ୍ତି ଯେ ସେ ତ ବଡ ପିଲାଟି ଯାଇଛି ଆସିବ ଆମେ ସେଥିରେ କ’ଣ କରିବୁ ? ଏହି ବାବଦରେ ପୁଅର ପରିବାର ଲୋକେ କହୁଛନ୍ତି ଯେ ଆମେ କିଛି ଜାଣିନାହୁଁ । ସ୍ତ୍ରୀ ଜଣକ କହିଛନ୍ତି ଯେ ତାଙ୍କ ସ୍ଵାମୀ ଙ୍କୁ କିଏ ଜାଣିଶୁଣି ମଧ୍ୟ ନେଇ ପାରନ୍ତି ଅଥବା ସେ ନିଖୋଜ ମଧ୍ୟ ହୋଇପାରନ୍ତି ଏଥିରେ ସେ କିଛି କରି ପାରିବେ ନାହିଁ । ବିବାହ ବହୁତ କମ ଦିନ ହୋଇଛି ଉଭୟ ବେସ ଭଲରେ ମଧ୍ୟ ରହୁଥିଲେ ବୋଲି ବାରମ୍ବାର କହିଛନ୍ତି ସ୍ତ୍ରୀ ।

ଶାଶୁ ଶ୍ଵଶୁର ଙ୍କୁ ବୋହୂ ପଚାରିବାରୁ ସେମାନେ କହିଲେ ଆମେ କିଛି ଜାଣିନାହୁଁ ଏହାପରେ ତାଙ୍କ ନମ୍ବର ବ୍ଲକ କରିଦେଇଥିଲେ । ସ୍ଵାମୀ ଜଣକ ଯିବା ସମୟରେ ଘରୁ ଏକ ଲକ୍ଷ ଟଙ୍କା ନେଇ ଯାଇଛନ୍ତି, ଏହା ସହିତ ସୁନାଗହଣା ମଧ୍ୟ ନେଇ ଯାଇଛନ୍ତି ।

ବର୍ତ୍ତମାନ ମହିଳା ଙ୍କ ପାଖରେ ମେଡ଼ିସିନ ଖାଇବା ପାଇଁ ମଧ୍ୟ ଅର୍ଥ ନାହିଁ ଏବଂ ବହୁତ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହା ସହିତ ସେ ଦାବୀ କରିଛନ୍ତି ଯେ ତାଙ୍କ ଶାଶୁଘରେ ତାଙ୍କୁ ରଖାଯାଉ ତାଙ୍କ ସ୍ଵାମୀ ନ ଆସିଲା ପର୍ଯ୍ୟନ୍ତ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *