ମଶା, ଅସରପା, ଝିଟିପିଟି ଓ ମୂଷାଙ୍କୁ ଘରୁ ବାହାର କରିବା ପାଇଁ ସହଜ ଘରୋଇ ଉପାୟ

ଆପଣ ତ ଜାଣିଛନ୍ତି ପ୍ରାୟ ସମସ୍ତଙ୍କ ଘରେ ମଶା, ମୂଷା, ଅସରପା, ମାଛି, ଝିଟିପିଟି ଦେଖା ଦେଇଥାନ୍ତି । ମଶା କାମୁଡିବା ଦ୍ଵାରା ଆମକୁ ବିଭିନ୍ନ ପ୍ରକାରର ରୋଗ ହୋଇଥାଏ ସେହିପରି ଅସରପା ଆମର ଖାଦ୍ୟ ଜିନିଷ ଉପରେ ବୁଲିଥାନ୍ତି, ଯାହାକୁ ଆମେ ଅଜଣାତରେ ଖାଇ ଦେଇଥାଉ ଯାହା ଦ୍ଵାରା ଆମକୁ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ହୋଇଥାଏ । ମୂଷା ମଧ୍ୟ ଆମର ବିଭିନ୍ନ ପ୍ରକାରର କ୍ଷତି କରିଥାନ୍ତି । ଆମର ପୋଷାକ ବହିପତ୍ର, ଖାଦ୍ୟ ଦ୍ରବ୍ୟ କୁ ଖାଇ ନଷ୍ଟ କରି ଦେଇଥାନ୍ତି । ଏମାନଙ୍କ କବଳରୁ ବଞ୍ଚିବା ପାଇଁ ଆମେ ବିଭିନ୍ନ ପ୍ରକାରର ଉପାୟ ଆପଣେଇ ଥାଉ । ଆଜି ଆମେ ଆପଣଙ୍କୁ ଏହିପରି କିଛି ଉପାୟ କହିବୁ ଯାହା ଦ୍ଵାରା ଏହି ମୂଷା କି ମଶା କି ଅସରପା କେହି ମଧ୍ୟ ଆପଣଙ୍କ ଘରେ ପ୍ରବେଶ କରିବେ ନାହିଁ । ତେବେ ଚାଲନ୍ତୁ ଜାଣିବା ।

ମଶା

ମଶାମାନଙ୍କ ଠାରୁ ମୁକ୍ତି ପାଇବା ପାଇଁ ରସୁଣ ସବୁଠାରୁ ଭଲ ଉପାୟ ଅଟେ । ଏଥିପାଇଁ ରସୁଣ କିଛି ପାଖୁଡାକୁ ପେଶୀ ପାଣିରେ ପକାଇ ତାହାକୁ ଫୁଟାନ୍ତୁ ଏବଂ ଏହା ଥଣ୍ଡା ହୋଇଯିବା ପରେ ଘରର ଚାରିଆଡେ ସ୍ପ୍ରେ କରନ୍ତୁ । ଏହାର ଗନ୍ଧରେ ସବୁ ମଶା ଘରୁ ପଳାଇବେ ।

Image Courtesy: Google

ଅସରପା

ଅଧିକାଂଶ ଘରେ ଅସରପା ଥାଆନ୍ତି ଏବଂ ସେମାନେ ଖାଇବା ଜିନିଷ ଉପରେ ବୁଲିଥାନ୍ତି । ଯଦି ଆପଣ ଅସରପାଙ୍କୁ ଘରୁ ବାହାର କରିବା ପାଇଁ ଚାହୁଁଛନ୍ତି ତାହେଲେ ରସୁଣ, ପିଆଜ ଏବଂ ମରିଚ ସମ ପରିମାଣରେ ନେଇ ଗୋଟିଏ ପେଷ୍ଟ ତିଆରି କରନ୍ତୁ । ଏହାପରେ ସେଥିରେ ପାଣି ମିଶାଇ ତାହାକୁ ଅଧିକ ଅସରପା ଥିବା ଜାଗାରେ ଛିଞ୍ଚନ୍ତୁ । କିଛି ଦିନ ଏହି ଉପାୟକୁ କଲେ ଅସରପାଙ୍କ ଠାରୁ ମୁକ୍ତି ମିଳିବ ।

ମାଛି

ମାଛିମାନେ ଅପରିଷ୍କାର ଜାଗାରେ ବସନ୍ତି, ସେଠାରୁ ଆସି ଆମ ଖାଦ୍ୟ ଉପରେ ବସିଥାନ୍ତି ଏବଂ ଆମେ ତାହାକୁ ଖାଇଲେ ଆମକୁ ବିଭିନ୍ନ ପ୍ରକାର ରୋଗ ହୋଇଥାଏ । ଯଦି ଆପଣ ମାଛିଙ୍କ ଠାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହେଲେ ତୁଳାକୁ କୌଣସି ଗନ୍ଧ ହେଉଥିବା ତେଲ ରେ ବୁଡାଇ କବାଟ ପାଖରେ ରଖନ୍ତୁ । ଏହି ତେଲ ଗନ୍ଧରେ ମାଛି ମାନେ ଘରେ ପଶିବେ ନାହିଁ ।

ମୂଷା

ଯଦି ଆପଣଙ୍କ ଘରେ ମୂଷା ଅଛନ୍ତି ଏବଂ ଆପଣ ତାଙ୍କ ଠାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତାହଲେ ଆପଣ ତୁଳା ଉପରେ ପିପରମେଣ୍ଟ ରଖନ୍ତୁ ଯେଉଁଠାରେ ଅଧିକ ମୂଷା ଆସିଥାନ୍ତି । ଆପଣ ପିପରମେଣ୍ଟ ର କିଛି ଖଣ୍ଡକୁ ବି ଘରେ ଏବଂ ରୋଷେଇ ଘରର କୋଣରେ ବି ରଖି ପାରିବେ । ଏହାର ଗନ୍ଧରେ ମୂଷା ମାନେ ମରିଯାଇଥାନ୍ତି ।

ଝିଟିପିଟି

ଆପଣ ଆପଣଙ୍କ ଘରୁ ଝିଟିପିଟି କୁ ବାହାର କରିବା ପାଇଁ ନିଜ ଘରର କାନ୍ଥରେ ୫-୬ଟି ମୟୂର ପୁଚ୍ଛ ଲଗାନ୍ତୁ । ଏହାଛଡା ଅଣ୍ଡା ଖୋଳକୁ ବି କୌଣସି ଉଚ୍ଚ ଜାଗାରେ ରଖିବା ଦ୍ଵାରା ଝିଟିପିଟି ଆପଣଙ୍କ ଘରୁ ପଳାଇଯିବେ । ଅଣ୍ଡାର ଗନ୍ଧରେ ସେମାନେ ଘରେ ରହିବେ ନାହିଁ ।

ଛାର ପୋକ

ଯଦି ଆପଣଙ୍କ ଘରେ ଛାର ପୋକ ହୋଇ ଯାଇଛନ୍ତି ତାହେଲେ ଆପଣ ପିଆଜ ରସକୁ କୌଣସି ସ୍ପ୍ରେ ବୋତଲରେ ପୁରାଇ ତାହାକୁ ଘରର ସବୁ ଆଡେ ଛିଞ୍ଚନ୍ତୁ । ପିଆଜ ରସରୁ ବାହାରୁ ଥିବା ଗନ୍ଧରେ ଛାର ପୋକ ମରିଯାଇ ଥାନ୍ତି । ଯଦି ଆପଣ ବି ଏହି ସମସ୍ୟାରେ ଅଛନ୍ତି ତେବେ ଆପଣ ମଧ୍ୟ ଏହି ଉପାୟ ଆପଣାୟ ପାରିବେ । ତେବେ ଆମର ଏହି ଲେଖାଟି ଭଲ ଲାଗିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରି ଏହିପରି ଅନେକ ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *