ଜନ୍ମିତ ଶିଶୁ ବହୁତ ଅଧିକ ବୁଦ୍ଧିମାନ ହେଉ, ଏଥିପାଇଁ ଗର୍ଭବତୀ ମହିଳାମାନେ କରିବା ଦରକାର ଏହି ସବୁ କାମ

ଗର୍ଭବତୀ ଥିବା ସମୟରେ ମହିଳାମାନଙ୍କୁ ପୌଷ୍ଟିକ ଆହାର ନେବା ବହୁତ ଜରୁରୀ ଅଟେ । ମା’ର ଖାଦ୍ୟପେୟ, କଥାବାର୍ତ୍ତା, ଚଳଣି ଇତ୍ୟାଦି ସମସ୍ତର ସିଧା ପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ପଡିଥାଏ । ସେଥିପାଇଁ ଗର୍ଭବତୀ ମହିଳାମାନଙ୍କୁ ପନିପରିବା, ଡାଲି, ଅଣ୍ଡା ଓ ସାଲାଡ ଇତ୍ୟାଦି ଖାଇବା ଉଚିତ । କାରଣ ଏହି ସମସ୍ତ ଜିନିଷରୁ ଭରପୁର ମାତ୍ରାରେ ପ୍ରୋଟିନ, ଭିଟାମିନ ଇତ୍ୟାଦି ମିଳିଥାଏ । ଯାହା ଆପଣଙ୍କ ଶରୀର ପାଇଁ ବି ଭଲ ଅଟେ ଓ ଏହା ସହିତ ଗର୍ଭରେ ବି ଥିବା ଶିଶୁ ପାଇଁ ବହୁତ ଉଚିତ ଅଟେ ।

ଏହା ସହିତ ଯଦି ଶିଶୁକୁ ସୁସ୍ଥ ଓ ବୁଦ୍ଧିମାନ କରିବାକୁ ଚାହୁଁଛନ୍ତି ତେବେ ସର୍ବଦା ଏକ ଭଲ, ଶାନ୍ତ ଓ ସୁଖମୟ ପରିବେଶରେ ରହିବାକୁ ଚେଷ୍ଟା କରନ୍ତୁ । ବାଦ – ବିବାଦ ଠାରୁ ଦୂରେଇ ରୁହନ୍ତୁ । ଏହା ସହିତ ଷ୍ଟ୍ରେସ ନିଅନ୍ତୁ ନାହିଁ । କାରଣ ଅଧିକ ଚିନ୍ତିତ ରହିବା ଦ୍ଵାରା ଶିଶୁ ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ । ଏହା ସହିତ ପୌଷ୍ଟିକ ଯୁକ୍ତ ଖାଦ୍ୟ ବି ସେବନ କରିବା ଉଚିତ ।

ଅଣ୍ଡା –

ଅଣ୍ଡାରେ କୋଲିନ ନାମକ ତତ୍ୱ ହୋଇଥାଏ ଯାହା ମସ୍ତିଷ୍କର ବିକାଶ ପାଇଁ ଜରୁରୀ ଅଟେ । ଏହା ଦ୍ଵାରା ବୁଦ୍ଧି ବଢିଥାଏ । ଏହା ସହିତ ଅଣ୍ଡାରେ ଆୟରନ ଓ ପ୍ରୋଟିନ ବି ଥାଏ ଯାହା ମସ୍ତିଷ୍କର ବିକାଶ ପାଇଁ ବହୁତ ଜରୁରୀ ଅଟେ ।

ପାଳଙ୍ଗ ଶାଗ –

ଗର୍ଭବତୀ ସମୟରେ ପାଳଙ୍ଗ ଶାଗ ଖାଇବା ବହୁତ ଲାଭଦାୟକ ହୋଇଥାଏ । ପାଳଙ୍ଗରେ ପ୍ରୋଟିନ, ଫାଇବର, ଭିଟାମିନ ଓ ମିନେରାଲ୍ସ ବି ଥାଏ । ଯାହା ମସ୍ତିସ୍କର ବିକାଶରେ ସାହାର୍ଯ୍ୟ କରେ ।

ଡାଲି –

ଡାଲିରେ ପ୍ରୋଟିନ ବହୁତ ମାତ୍ରାରେ ଥାଏ । ଗର୍ଭବତୀ ସମୟରେ ଡାଲିରେ ଘିଅ ମିଶ୍ରିତ କରି ସେବନ କରିବାକୁ ଉପଦେଶ ବି ଦିଆଯାଏ । ଏହା ମସ୍ତିସ୍କର ବିକାଶରେ ସାହାର୍ଯ୍ୟ କରିଥାଏ । ଏହି ଟିପ୍ସ ଆପଣଙ୍କ କାମରେ ନିଶ୍ଚୟ ଆସିବ । ଭାଲାଗିଥିଲ ଗୋଟେ ସେଆର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିଦେବେ ।

Leave a Reply

Your email address will not be published. Required fields are marked *