କଳା ମରିଚରେ ଲୁଚି ରହିଛି ଆରୋଗ୍ୟର ଭଣ୍ଡାର, ଏହା ବଡ ରୋଗକୁ ବି ମୂଳରୁ ଭଲ କରିଦେଇ ଥାଏ

ଗରମ ମସଲାରେ ମୁଖ୍ୟ ଭାବେ ସାମିଲ ହେଉଥିବା ଗୋଲ ମରିଚରେ ଅନେକ ଔଷଧୀୟ ଗୁଣ ଅଛି । ଏହା ପେଟ ଠାରୁ ଆରମ୍ଭ କରି ମୁହଁ ପର୍ଯ୍ୟନ୍ତ କାମ କରିଥାଏ । ଏହା ଆମ ଖାଦ୍ୟର ସ୍ଵାଦ ବଢାଇବା ସହିତ କେତେକ ରୋଗର ଚିକିତ୍ସାରେ ବି ସହାୟକ ହୋଇଥାଏ ।

ଗୋଲ ମରିଚର ଉପକାରିତା

କାଶ ହେଉଥିଲେ ୮-୧୦ଟି ମରିଚ ସହିତ ୧୦-୧୫ଟି ତୁଳସୀ ପତ୍ର ମିଶାଇ ଚା କରି ପିଇବା ଦ୍ଵାରା ଆରାମ ମିଳିଥାଏ । ୧୦୦ଗ୍ରାମ ଗୁଡ ତରଳାଇ ତାହା ସହିତ ୨୦ଗ୍ରାମ ମରିଚ ଗୁଣ୍ଡ ମିଶାଇ ଟିକେ ଥଣ୍ଡା ହେବା ପରେ ସେଥିରେ ଛୋଟ ଛୋଟ ଗୁଳି କରି ଦିଅନ୍ତୁ । ଖାଇ ସାରିବା ପରେ ୨ଟି ଗୁଳି ଖାଇବା ଦ୍ଵାରା କାଶରୁ ଆରାମ ମିଳିଥାଏ । ଦୁଇ ଚାମଚ ଦହି ,ଏକ ଚାମଚ ଚିନି ଏବଂ ୬ଗ୍ରାମ ମରିଚ ଗୁଣ୍ଡ ମିଶାଇ ଚାଟିବା ଦ୍ଵାରା ଶୁଖିଲା କାଶରୁ ଆରାମ ମିଳିଥାଏ । ଗୋଟିଏ ଚାମଚ ମହୁରେ ୨-୩ ଟି ମରିଚ ପେଶି ସେଥିରେ ଟିକେ ହଳଦୀ ମିଶାଇ ଖାଇବା ଦ୍ଵାରା କଫରୁ ଆରାମ ମିଳିଥାଏ ।

ନାକର ଆଲର୍ଜି ପାଇଁ ୧୦ଗ୍ରାମ ଶୁଣ୍ଠି ,ମରିଚ ,ଅଳେଇଚ ଏବଂ ମିଶ୍ରିକୁ ମିଶାଇ ଗୁଣ୍ଡ କରନ୍ତୁ ଏବଂ ସେଥିରେ ୧୦ଟି ତୁଳସୀ ପତ୍ର ମିଶାଇ ଦିଅନ୍ତୁ । ଏହା ପରେ ସେଥିରେ ଗୁଳି କରନ୍ତୁ ଏବଂ ଛାଇରେ ଶୁଖାଇ ଦିଅନ୍ତୁ । ସକାଳେ ଓ ସନ୍ଧ୍ୟାରେ ୨ଟି ଗୁଳି ଗରମ ପାଣି ସହିତ ଖାଆନ୍ତୁ । ମରିଚ ଗୁଣ୍ଡ ସହିତ ଗୁଡ ମିଶାଇ ଖାଇଲେ ନାକରୁ ବାହାରୁଥିବା ରକ୍ତ ବନ୍ଦ ହୋଇ ଯାଇଥାଏ । ତଣ୍ଟି ପଡି ଯାଇଛି ତ ୭ଟି ମରିଚ ସହିତ ୭ଟି ନକୁଳଦାନା ରାତିରେ ଶୋଇବା ପୂର୍ବରୁ ଚୋବାଇ ଖାଆନ୍ତୁ । ଜ୍ଵର ହୋଇଥିଲେ ତୁଳସୀ, ମରିଚ ଏବଂ ଗିଲୋୟ ର କାଢା ବନାଇ ପିଇବା ଲାଭକାରୀ ହୋଇଥାଏ ।

ଶ୍ଵାସନଳୀରେ ସଂକ୍ରମଣ ହେଇଥିଲେ ମରିଚ ଏବଂ ପୋଦିନାର ଚା ପିଅନ୍ତୁ । ମରିଚ ଏବଂ ବିଟଲୁଣ ଦହିରେ ମିଶାଇ ଖାଇଲେ ପାଚକ ସମ୍ବନ୍ଧୀୟ ରୋଗ ଦୂର ହୋଇଥାଏ । ଘୋଳଦହି ସହିତ ମରିଚ ଗୁଣ୍ଡ ମିଶାଇ ପିଇବା ଦ୍ଵାରା ପେଟର କୀଟାଣୁ ମରିଥାନ୍ତି । ଗ୍ୟାସ ହୋଇଥିଲେ ଗୋଟିଏ କପ ପାଣିରେ ଅଧା ଲେମ୍ବୁ ରସ ,ଅଧା ଚାମଚ ମରିଚ ଗୁଣ୍ଡ ଏବଂ ଅଧା ଚାମଚ ବିଟଲୁଣ ମିଶାଇ ପିଅନ୍ତୁ । ବଦହଜମି ହୋଇଥିଲେ ଫାଳେ ଲେମ୍ବୁରେ ମରିଚ ଗୁଣ୍ଡ ଏବଂ ବିଟଲୁଣ ପକାଇ ଟିକେ ଗରମ କରି ଶୋଷନ୍ତୁ ।

ଆଖିକୁ ଭଲ ରଖିବା ପାଇଁ ଅଟା ରେ ଦେଶୀ ଘିଅ ,ମରିଚ ଏବଂ ଚିନି ମିଶାନ୍ତୁ ଏବଂ ସେଥିରୁ ସକାଳେ ଗୋଟିଏ ଚାମଚ ଖାଆନ୍ତୁ । ଲୁଣ ସହିତ ମରିଚ ମିଶାଇ ଦାନ୍ତ ଘଷିବା ଦ୍ଵାରା ପାଇରିୟା ଠିକ ହୋଇଥାଏ । ପାଟିରୁ ଗନ୍ଧ ବାହାରୁ ଥିଲେ ରାତିରେ ବ୍ରସ କରିବା ପୂର୍ବରୁ ୨ଟି ମରିଚ ଚୋବାଇ ଖାଆନ୍ତୁ । ହାଇ ବ୍ଲଡ଼ପ୍ରେସର ପାଇଁ ଅଧା ଗ୍ଲାସ ଉଷୁମ ପାଣିରେ ଏକ ଚାମଚ ମରିଚ ଗୁଣ୍ଡ ମିଶାଇ ପିଇବା ଦ୍ଵାରା ଆରାମ ମିଳିଥାଏ । ମାଇଗ୍ରେନ ଥିଲେ ଗୋଟିଏ କପ କ୍ଷୀର ସହିତ ଗୋଟିଏ ଚାମଚ ମରିଚ ଗୁଣ୍ଡ ଏବଂ ଟିକେ ହଳଦୀ ମିଶାଇ ପିଅନ୍ତୁ । ମୁହଁରେ ଦାଗ ହୋଇଥିଲେ ଗୋଟିଏ ଗ୍ଲାସ ଗାଜର ରସରେ ଲୁଣ ଏବଂ ମରିଚ ଗୁଣ୍ଡ ମିଶାଇ ପିଇବା ଦ୍ଵାରା ଉପକାରୀ ହୋଇଥାଏ । ସ୍ୱାସ୍ଥ୍ୟ ସମ୍ବଧୀୟ ଗୋଲ ମରିଚର ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଆଗକୁ ଏମିତି ଟିପ୍ସ ପାଇବା ପାଇଁ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *