କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର, କଳାବଜାରି କରୁଥିଲେ ମିଳିବ ଏମିତି କଠୋର ଦଣ୍ଡ

କରୋନା ଭାଇରସର ଆତଙ୍କ କାରଣରୁ ଦେଶକୁ ୨୧ ଦିନିଆ ଲକ ଡାଉନ କରାଯାଇଛି । ଯାହାର ଫାଇଦା କିଛି ବ୍ୟବସାୟୀ ଉଠାଉଛନ୍ତି । କିଛି ଲୋକ ଏହି ମଉକାର ଫାଇଦା ଉଠାଇ କିଛି ଅତ୍ୟାବଶ୍ୟକ ସାମଗ୍ରୀ ମହଜୁଦ ରଖି କଳା ବଜାରୀ କରୁଥିବାର କଥା ସାମନାକୁ ଆସୁଛି । ଯେଉଁ କାରଣରୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖା ଦେଇଛି । ସେଥିପାଇଁ କେନ୍ଦ୍ର ସରକାର ଏହି କଳାବଜାରୀରେ ସାମିଲ ଥିବା ଲୋକଙ୍କୁ ଦଣ୍ଡ ଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଏହା ବିରୁଦ୍ଧରେ କଠୋର ଆଇନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିପାଇଁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବଙ୍କୁ ଯୋଗାଯୋଗ କରି କହିଛନ୍ତି କି ଗୃହ ମନ୍ତ୍ରାଳୟ ଏହି ୨୧ ଦିନିଆ ଲକ ଡାଉନରେ ଔଷଧ, ଚିକିତ୍ସା ଉପକରଣ ଓ ଖାଦ୍ଯ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ପରିବହନକୁ ଅନୁମତି ଦେଇଛି ତଥାପି ଉତ୍ପାଦନ ହ୍ରାସ ପାଇବାର ଖବର ମିଳୁଛି । ସେ କହିଛନ୍ତି କି ଜରୁରୀ ଜିନିଷ ଉପଲବ୍ଧ କରାଇବା ପାଇଁ ସବୁ ରାଜ୍ୟ ସରକାର ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ।

ଏଥିରେ ଷ୍ଟକ ସୀମା ନିର୍ଦ୍ଧାରଣ, ମୂଲ୍ୟର କ୍ୟାମ୍ପିଙ୍ଗ, ଉତ୍ପାଦନ ବୃଦ୍ଧି, ଡିଲରଙ୍କ ଆକାଉଣ୍ଟ ଯାଞ୍ଚ ଓ କିଛି ଅନ୍ୟ କାର୍ଯ୍ୟ ସାମିଲ ଅଛି । ସେ ଅନୁରୋଧ କରିଛନ୍ତି କି ସର୍ବସାଧାରଣଙ୍କ ପାଇଁ ଦ୍ରବ୍ୟକୁ ଉଚିତ ମୂଲ୍ଯରେ ଉପଲବ୍ଧ କରାଇବା ପାଇଁ ଉଚିତ ପଦକ୍ଷେପ ନିଅନ୍ତୁ । ଏହା ଛଡା ସେ କହିଛନ୍ତି କି ଏଭଳି କଳାବଜାରୀ ଲୋକଙ୍କୁ ଇସି ଅଧିନିୟମ ଅନୁଯାୟୀ ୭ ବର୍ଷ ଜେଲ କିମ୍ବା ଭାରି ଜୋରିମାନା ଦେବାକୁ ପଡିପାରେ । ଏହିପରି ଦେଶ ଦୁନିଆର ସବୁ ଖବର ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *