ମାର୍ଗଶିର ମାସ ଗୁରୁବାର ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି ୩ ଟି ଉପାୟ, ହେବେ ମାଲାମାଲ- Ajira Anuchinta

ଟଙ୍କା ହେଉଛି ଏକ ଏପରି ଜିନିଷ ଯାହାକି ସମସ୍ତଙ୍କର ପସନ୍ଦ ହୋଇଥାଏ । କେହିବି ଏହାକୁ ନିଜ ପାଖରୁ ଦୂରେଇ ଦେବାକୁ ଚାହିଁନଥାଏ । ଆଉ ଆଜିର ଏହି ଦୁନିଆରେ ସେହି ଟଙ୍କାକୁ ନେଇ ବହୁତ ଲଢେଇଝଗଡା ମଧ୍ୟ ହୋଇଥାଏ । ସେଥିପାଇଁ ପ୍ରତତ୍ୟେକ ଲୋକ ଚାହିଁଥାନ୍ତି କି ତାଙ୍କର ସିନ୍ଧୁକ କେବେବି ଖାଲି ନହେଉ । ଏହି ଆର୍ଥିକ ସମସ୍ୟାକୁ ଦୂର କରିବା ପାଇଁ ଆମକୁ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ନିହାତି ଦରକାର ।

ଏମିତି ମଧ୍ୟ କୁହାଯାଏ କି ଯେଉଁ ଘରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଥାଏ ସେଠି ଟଙ୍କାପଇସାର କମ ହୋଇ ନଥାଏ । ସେଥିପାଇଁ ଆମେ ପୂଜା ଆରାଧନା ଦ୍ଵାରା ମାତା ଲକ୍ଷ୍ମୀଙ୍କୁ ଘରକୁ ଆମନ୍ତ୍ରିତ କରିଥାଉ । ମାତା ଲକ୍ଷ୍ମୀଙ୍କୁ ଗୃହକୁ ଆଣିବା ଏତେ ସହଜ ହୋଇନଥାଏ । ମାତାଲକ୍ଷ୍ମୀ ମଧ୍ୟ କାହାରି ଘରକୁ ଏତେ ସହଜରେ ଆସି ନଥାନ୍ତି । ଏଥି ପାଇଁ ଆପଣଙ୍କ ଘରେ କିଛି ଖାସ ଜିନିଷ ରହିବା ଦରକାର ହୋଇଥାଏ । ଅର୍ଥାତ ଯେଉଁ ଘରେ ସକାରାତ୍ମକ ଭାବନା ଅଧିକା ଥାଏ ସେ ଘରକୁ ମାତା ଲକ୍ଷ୍ମୀ ଅତି ଶୀଘ୍ର ଆସିଥାନ୍ତି । ଏବଂ ନକାରାତ୍ମକ ଭାବନା ଥିବା ଲୋକଙ୍କ ଘରକୁ ମାତା ଲକ୍ଷ୍ମୀ କେବେବି ଆସି ନଥାନ୍ତି ।

ଗୁରୁବାର ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାଏ । ତେଣୁ ଗୁରୁବାର ଦିନ ଆମକୁ ଏମିତି କିଛି ବିଶେଷ କାର୍ଯ୍ୟ କରିବାକୁ ପଡିଥାଏ ଯାହା ଦ୍ଵାରା ମାତା ଲକ୍ଷ୍ମୀ ଆମ ଉପରେ ପ୍ରସନ୍ନ ହୋଇ ତାଙ୍କର କୃପାବୃଷ୍ଟି କରିଥାନ୍ତି । ଯାହାକି ଆମ ଘରେ ସକାରାତ୍ମକ ଭାବନାକୁ ବୃଦ୍ଧି କରିଥାଏ । ଆଉ ନକାରାତ୍ମକ ଭାବନା କୁ କମ କରିଦେଇଥାଏ । ତେବେ ଆସନ୍ତୁ ଜାଣିବା ସେହିସବୁ ଉପାୟ ଗୁଡିକ ବିଷୟରେ ।

ପ୍ରଥମେ ଘରକୁ ସବୁବେଳେ ସଫାସୁତୁରା ରଖନ୍ତୁ । ଘରେ ଥିବା ସମସ୍ତ ଅଳିଆ ଆବର୍ଜନା ଘରର ଖରାପ ଭାବନକୁ ବଢାଇ ଦେଇଥାଏ । ତେଣୁ ଘରକୁ ସଫସୁତୁରା ରଖିବା ନିହାତି ଆବଶ୍ୟକ ହୋଇଥାଏ । ସେଥିପାଇଁ ଆପଣ ଗୁରୁବାର ଦିନ ଘରର ସମସ୍ତ କୋଣ ଅନୁକୋଣ ଭଲଭାବରେ ସଫାକରିଦିଅନ୍ତୁ । ଏହାଦ୍ୱାରା ମାତା ଲକ୍ଷ୍ମୀ ଯେତେବେଳେ ଆପଣଙ୍କ ଘରକୁ ପ୍ରବେଶ କରିବେ ତ ପ୍ରସନ୍ନ ହୋଇଯିବେ । ଲୋକେ ସବୁବେଳେ ଘରକୁ କେବଳ ଝାଡୁପୋଛା ଦେଇଥାନ୍ତି କିନ୍ତୁ ଘରେ ଥିବା ସବୁ ଆସବାବପତ୍ର ତଳେ ଥିବା ଆଳିଆକୁ ହଟାଇବାକୁ ଭୁଲିଯାନ୍ତି । ସେଥିପାଇଁ ଆପଣ ପ୍ରଥମେ ଘରକୁ ଭଲ ଭାବରେ ସଫାକରନ୍ତୁ ।

ଦ୍ଵିତୀୟରେ ଭାଙ୍ଗିଯାଇଥିବା ସମସ୍ତ ଜିନିଷକୁ ଘରୁ କାଢି ଦିଅନ୍ତୁ । ଘରେ ରହିଥିବା ଭଙ୍ଗା ଜିନିଷ ଘରର ସୌନ୍ଦର୍ଜ୍ୟକୁ କମାଇଥାଏ । ଭାଙ୍ଗିଯାଇଥିବା ଆଇନା ଚୌକି ଏବଂ ବୈଦ୍ୟୁତିକ ଜିନିଷପତ୍ର ଘରେ ରଖିବା ଅଶୁଭ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ବି ଏହିସବୁ ଜିନିଷକୁ ଅଶୁଭ ମାନନ୍ତି । ତେଣୁ ଗୁରୁବାରଦିନ ଏହିସବୁ ଜିନିଷକୁ ଘରୁ ଯେତେ ପାରୁଛନ୍ତି ଦୂରକୁ ନେଇଯାଆନ୍ତୁ । ଦେଖିବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ ।

ତୃତୀୟରେ ଘରର କବାଟରେ ଶୁଭ ଜିନିଷ ଲଗାନ୍ତୁ । ଲକ୍ଷ୍ମୀମାଙ୍କୁ ପ୍ରସନ୍ନ କରିବାକୁ ହିଁ ଆପଣ ଆପଣଙ୍କ ଘରର କବାଟରେ ଗୁରୁବାରଦିନ ରାତିରେ ଶୁଭଲାଭ ସହ ସ୍ଵସ୍ତିକ ଚିହ୍ନ ଲଗାନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଆକର୍ଷିତ ହୋଇ ଆପଣଙ୍କ ଗୃହକୁ ପ୍ରବେଶ କରିଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *