ପୁଣି ମାର୍ଚ୍ଚ ୨୬ ରେ ଭାରତ ବନ୍ଦ ଡାକରା, ଦେଖନ୍ତୁ କଣ ରହିବ ଖୋଲା ଓ କଣ ରହିବ ବନ୍ଦ ?

ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସାରେ ଜଣା ପାଇଡିଛି ଯେ ଆସୁଥିବା ୨୬ ତାରିଖ ଦିନ ଭାରତ ବନ୍ଦ ରହିବାକୁ ଯାଉଛି । ଏହି ବର୍ଷ ଆମେ ମାନେ ବହୁତ ଥର ଭାରତ ବନ୍ଦ ହେବାର ସମ୍ମୁଖୀନ ହୋଇଛୁ । କେତେବେଳେ ରାଜ୍ୟ ବନ୍ଦ ହେଉଛି ତ କେତେବେଳେ ଦେଶ ବନ୍ଦ ହେଉଛି । କିନ୍ତୁ ବନ୍ଧୁଗଣ ବର୍ତ୍ତମାନ ଏହା ଖବର ମିଳିଛି ଯେ, ପୁଣି ଭାରତରେ ବନ୍ଦ ଡାକରା ଡକାଯାଇଛି । ଏହି ବନ୍ଦ ଡକରାଟି ଆସୁଥିବା ମାର୍ଚ୍ଚ ମାସ ୨୬ ତାରିଖରେ ହେବାକୁ ଯାଉଛି । ଏହି ବନ୍ଦ ଡକରାଟି କୃଶକ ସଂଗଠନ ଦେଇଛନ୍ତି । ଯାହାଫଳରେ ଖବର ମିଳିଛି ଯେ ସାରା ଦିନ ଭରତ ବନ୍ଦ ରହିବ ।

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଗତ ମାସ ଫେବୃୟାରି ୬ ତାରିଖରେ କୃଶକ ସଂଘଠନ ଥରେ ବନ୍ଦ ଡକରା ଦେଇଥିଲେ ହେଲେ ପୁଣି ଥରେ ଏମାନେ ଏହି ମାସ ୨୬ ତାରିଖରେ ବନ୍ଦ ଡକରା ଦେବାକୁ ଯାଉଛନ୍ତି ।

ଭାରତ ବନ୍ଦ ହେବା କାରଣରୁ କଣ ସବୁ ଖୋଲା ରହିବ ଓ କଣ ସବୁ ବନ୍ଦ ରହିବ ତାହା ବିଷୟରେ ଅଧିକାଂଶ ଲୋକ ଜାଣି ନାହାନ୍ତି । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଏହି ବର୍ଷ ପ୍ରଥମେ କୃଶକ ସଂଘଠନ ବନ୍ଦ ଡକରା ଦେଇଥିଲେ । ଏହା ପରେ କଂଗ୍ରେସ ଦଳ ପେଟ୍ରୋଲ ଦର ବଢିବାରୁ ବନ୍ଦ ଡକରା ଦେଇଥିଲେ ଓ ଏହାପରେ ଗତମାସରେ ଭାରତୀୟ ବ୍ଯବସାୟିକ ସଂଘଠନ ଜିଏସଟି ବିରୋଧରେ ବନ୍ଦ ଡକରା ଦେଇଥିଲେ । ଗତ ମାସରେ ଭରତ ତିନି ଥର ବନ୍ଦ ହୋଇଥିଲା । ଏହାପରେ ପୁଣି ଏହି ମାସ ୨୬ ତାରିଖରେ ଭାରତ ବନ୍ଦ ହେବାକୁ ଯାଉଛି ।

ବନ୍ଧୁଗଣ ଏହି ବନ୍ଦ ଡକରା ହେତୁ ସାରା ଭରତ ଦିନ ସାରା ବନ୍ଦ ରହିବ । ଏହି ଦିନରେ କୌଣସି ଗାଡି ଚାଲିପାରିବ ନାହିଁ ଓ ଏହା ସହିତ କୃଷି କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଗାଡି ମଧ୍ୟ ଚାଲିବ ନାହିଁ । କିନ୍ତୁ ବନ୍ଧୁଗଣ କିଛି ଜରୁରୀ କାଳୀନ ପରିସ୍ଥିତିରେ ଯାଉଥିବା ଗାଡି ଗୁଡିକ ଚାଲିବ । ଏହି ଦିନରେ ଅଗ୍ନିସମ ଗାଡି, ଆମ୍ବୁଳାନ୍ସ, ପୋଲିସ ଗାଡି, ମିଡିଆ ଗାଡି, ଛୋଟ ପିଲାଙ୍କ ଖାଦ୍ୟ ନେଇ ଆସୁଥିବା ଗାଡି ଓ କ୍ଷୀର ଗାଡି ମଧ୍ୟ ଚାଲିବ ।

ଏହା ସହିତ ବନ୍ଧୁଗଣ ଯେଉଁ ମାନ ପ୍ରାଇଭେଟ ଗାଡିରେ ହସ୍ପିଟାଲ ଯାଉଥିବେ ସେମାନେ ଯାଇପାରିବେ । ଏହା ସହିତ ସରକାରୀ ବିଭାଗର ସମସ୍ତ ଅଫିସ ଖୋଲା ରହିବ । କ୍ଷୀର ଦୋକାନ, ଛୋଟ ପିଲାଙ୍କ ଖାଦ୍ୟ ଦୋକାନ ଓ ମେଡ଼ିସିନ ଦୋକାନ ଆଦି ମଧ୍ୟ ଖୋଲା ରହିବ । ତେଣୁ ବନ୍ଧୁଗଣ ଆପଣ ମାନେ ଏହି ସୂଚନା ବିଷୟରେ ଅନ୍ୟ ମାନଙ୍କୁ ଜଣାନ୍ତୁ ଓ ଆପଣଙ୍କୁ ଆମ ଖବର କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *