ରାଜ୍ୟ ସରକାରଙ୍କ ପାୱାର ବ୍ରିଗେଡରେ ଥିବା ମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କଣ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ନମସ୍କାର ବନ୍ଧୁଗଣ, ସବୁ ସ୍ଥାନରେ ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ସ୍ଥାନ ମିଳିଥାଏ । ସେ ଚାକିରି ଟିଏ ହେଉ ବା ଅନ୍ୟ କୌଣସି ବି ସ୍ଥାନରେ ହେଉ । ତେବେ ରାଜ୍ୟକୁ ଚଲାଉଥିବା ମନ୍ତ୍ରୀଙ୍କର ଶିକ୍ଷାଗତ ଯୋଗ୍ୟତା କେତେ ରହିଛି ସେମାନେ କେଉଁ ପାଠ ପଢି ଆଜି ସେଠାରେ ପହଞ୍ଚିଛନ୍ତି । ଏହିସବୁ ସାଧାରଣ ଭାବରେ ଆପଣଙ୍କ ମନରେ ଆସୁଥିବ । ତେଣୁ ଆଜି ଆମେ ଆପଣ ମାନଙ୍କୁ ମନ୍ତ୍ରୀଙ୍କର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ପ୍ରୀତିରଞ୍ଜନ ଘଡେଇ: ଘଡେଇ ପରିବାରକୁ ପୁଣି ଥରେ ମନ୍ତ୍ରୀପଦ ମିଳିଛି । ପ୍ରୀତି ରଞ୍ଜନଙ୍କୁ ପୁଣି ଥରେ ଗ୍ରାମ୍ୟ ଉନ୍ନୟନ ଏବଂ ବୈଷୟିକ ଶିକ୍ଷା ବିଭାଗର ଗୁରୁତ୍ଵପୂର୍ଣ ରାଷ୍ଟ୍ରମନ୍ତ୍ରୀ ଭାବରେ ଦାୟିତ୍ଵ ପ୍ରାଦାନ କରାଯାଇଛି । ସେ ୟୁନିଟ 8 ଭୁବନେଶ୍ଵରରୁ ଯୁକ୍ତ ଦୁଇ ଏବଂ ବାଙ୍ଗାଲୋରର ବିଶ୍ଵ ବିଦ୍ୟାଳୟର ମେକାନିକାଲ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି ।

ନବ କିଶୋର ଦାସ: ନବ ଦାସ ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିବା ସହ ଏବେ ମଧ୍ୟ ସେ ସ୍ୱାସ୍ଥ୍ୟ ମନ୍ତ୍ରୀ ପଦବୀରେ ରହିଥିଲେ । ନବ ଦାସ MA,MLB ପାସ କରିଛନ୍ତି । ପ୍ରଫୁଲ କୁମାର ମଲ୍ଲିକ: ପ୍ରଫୁଲଙ୍କୁ ଖଣି ଏବଂ ଇସ୍ପାତ ସହିତ ପୂର୍ବ ବିଭାଗ ଦାୟିତ୍ଵ ଦିଆଯାଇଛି । ପୂର୍ବରୁ ପ୍ରଫୁଲଙ୍କୁ ପୂର୍ତ୍ତ ବିଭାଗର ଦାୟିତ୍ଵ ପ୍ରଦାନ କରାଯାଇଥିଲା ।

ଶ୍ରୀକାନ୍ତ ସାହୁ: ଗଞ୍ଜାମ ପରିସରରୁ ଦୁଇଥର ବିଧାୟକ ହୋଇଛନ୍ତି ଶକ୍ତି ସାହୁ । ନ୍ୟାସନାଲ ଇନଷ୍ଟିଚିଉଟରୁ ସ୍କୁଲିଙ୍ଗ ପାସ କରିଛନ୍ତି ଶ୍ରୀକାନ୍ତ। ଶିକ୍ଷାଗତ ଯୋଗ୍ୟତା ବେଶି ନଥିଲେ ମଧ୍ୟ ତାଙ୍କ ଉପରେ ଆସ୍ଥା ରଖି ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇଛି । ଶ୍ରମ ମନ୍ତ୍ରୀର ଦାୟିତ୍ଵ ନିର୍ବାହ କରୁଛନ୍ତି ଶ୍ରୀକାନ୍ତ ସାହୁ । ଟୁକୁନି ସାହୁ: ଜଳ ସମ୍ପଦ, ବାଣିଜ୍ୟ ଏବଂ ପରିବହନ ଭଳି ବହୁ ଗୁରୁତ୍ଵପୂର୍ଣ କାର୍ଯ୍ୟ କରିବାର ଦାୟିତ୍ଵ ମିଳିଛି । ସେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି ।

ସମୀର ରଞ୍ଜନ ଦାସ: ପୂର୍ବରୁ ଗଣ ଶିକ୍ଷା ମନ୍ତ୍ରୀ ଥିଲେ ସମୀର ରଞ୍ଜନ ଦାସ । ବର୍ତ୍ତମାନ ତାଙ୍କୁ ରାଷ୍ଟ୍ରମନ୍ତ୍ରୀର ପଦବୀ ମିଳିଛି । ତିନି ଥର ବିଧାୟକ ହେବା ସହ ସେ ଆଇନରେ ସ୍ନାତକ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ମନ୍ତ୍ରୀ ମାନଙ୍କ ଶିକ୍ଷାଗତ ଯୋଗ୍ୟତା ମୁଖ୍ୟ ହେବା ସହ ତାଙ୍କ କାର୍ଯ୍ୟ କରିବାର ଦକ୍ଷତାକୁ ମଧ୍ୟ ପରିଲକ୍ଷିତ କରାଯାଇଥାଏ । ଏହାପରେ ଯାଇ ତାଙ୍କୁ ପଦବୀ ମିଳିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *