କେବେବି ସମ୍ଭବ ନୁହେଁ ସଂପର୍କ ଯୋଡିବା.. ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ କୋର୍ଟକୁ ଟାଣିବେ ବୋଲି ଚେତାବନୀ ଦେଲେ Anubhav, ଦେଖନ୍ତୁ ପୁରା ମାମଲା…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲା ବିଷୟରେ ନିଶ୍ଚୟ ଜାଣିଥିବେ । ଗତ କିଛି ଦିନ ହେବ ଉଭୟ ଅନୁଭବ ଓ ବର୍ଷା ସୋସିଆଲ ମିଡିଆରେ ନିଜ ପାରିବାରିକ ବିବାଦକୁ ନେଇ ବହୁତ ଚର୍ଚ୍ଚାରେ ରହୁଛନ୍ତି । ତେବେ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ଟାର୍ଗେଟ କରି କିଛି ଦିନର ନୀରବତାକୁ ଭାଙ୍ଗିଲେ ସାଂସଦ ଅନୁଭବ ମହାନ୍ତି ।

ଏହା ସହ ଭୁଲ ଖବର ଦେଖାଉ ଥିବା କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ କୋର୍ଟକୁ ଟାଣିବେ ବୋଲି ଦେଲେ ଚେତାବନୀ । ବର୍ଷା ଓ ଅନୁଭବ କେବେ ଏକାଠି ହେବେ ବୋଲି ଏକ ୟୁଟ୍ୟୁବ ଚ୍ୟାନେଲ ଖବର ପ୍ରସାରଣ କରିଥିଲା ଯାହାର ଶୀର୍ଷକ ଦେଇଥିଲେ ‘ତାଙ୍କୁ ଛାଡି ଆଉ ରହି ହଉନି ଆମେ ପୁଣି ମିଶିବୁ’ । ଆଉ ଡ଼େସକ୍ରିପ୍ସନରେ ଲେଖିଥିଲେ ‘ତାଙ୍କୁ ଛାଡି ଆଉ ରହି ହେଉନି, ବହୁତ କଷ୍ଟ ହେଉଛି, ଆମେ ମିଶିବୁ ଏକାଠି ରହିବୁ’ ।

ଆଉ ଏହାର ସ୍କ୍ରିନ ସଟ ନେଇ ଅନୁଭବ ନିଜ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟ ସେୟାର କରି ଅନୁଭବ କହିଛନ୍ତି, ସେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଚୁପ ରହିଛନ୍ତି  । କିନ୍ତୁ ଏହାର ଅର୍ଥ ନୁହେଁ କିଛି ମିଡିଆ ହାଉସ ଓ ୟୁଟ୍ୟୁବ ଚ୍ୟାନେଲ ଯାହା ଇଛା ତାହା ଲେଖିବେ ଓ କହି ପାରିବେ । ତାଙ୍କ ବିରୋଧରେ ଏଭଳି କୌଣସି ଭିତ୍ତିହୀନ, ଅର୍ଥହୀନ ଓ ମିଥ୍ୟା ଖବର ପ୍ରକାଶ କରନ୍ତୁ ନାହିଁ ।

ଆଉ ମିଥ୍ୟା ଖବର ପ୍ରକାଶ କରି ଲୋକଙ୍କୁ ଦ୍ଵନ୍ଦରେ ପକାନ୍ତୁ ନାହିଁ ବୋଲି ନିଜେ ସାଂସଦ ଅନୁଭବ ମହାନ୍ତି ନିଜ ଫେସବୁକ ପେଜରେ ଲେଖିଛନ୍ତି । ଆଉ ଏଭଳି ଖବର ପ୍ରକାଶ କରିବା ବନ୍ଦ ନ କାଲେ ସେ କୋର୍ଟର ଦ୍ଵାରସ୍ଥ ହେବେ ବୋଲି ଧମକ ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି । ଏହା ପୂର୍ବରୁ ସାଂସଦ ଅନୁଭବ ମହାନ୍ତି କହି ସାରିଥିଲେ କି ବର୍ଷା ଆଉ ଅନୁଭବଙ୍କ ମିଳନ ଆଉ କେବେବି ସମ୍ଭବ ନୁହେଁ ।

କିନ୍ତୁ ଏହି ନୂଆ ପୋଷ୍ଟରେ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ଚେତାବନୀ ଦେବା ସହ ପରୋକ୍ଷରେ ବି ପୁଣି ଥରେ ସେହି କଥା ଲେଖିଛନ୍ତି ବର୍ଷା ଆଉ ତାଙ୍କ ମଧ୍ୟରେ ସମ୍ପର୍କ କେବେବି ଯୋଡି ହେବ ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *