‘ମୋତେ ଭିଲିଆନ କରିଦେଲେ’, ଏମିତି କାହିଁକି କହିଲେ Kanak News ରିପୋର୍ଟର Manoranjan Mishra, ଦେଖନ୍ତୁ Video

ଆଜି ଅରିନ୍ଦମ ଦାସଙ୍କ ମୃତ୍ୟୁକୁ ୧୧ ଦିନ ହୋଇ ସାରିଛି । ଏମିତିରେ ଭୁବନେଶ୍ଵରର ସାମ୍ବାଦିକମାନେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହି ଅବସରରେ କନକ ନ୍ୟୁଜର ରିପୋର୍ଟର ଓ ଆଙ୍କର ମନୋଜ ମିଶ୍ର ଅରିନ୍ଦମ ଦାସଙ୍କ ମାମଲାରେ ତାଙ୍କୁ ନେଇ ଯେଉଁ ମି-ଛ କଥା କୁହାଯାଇଛି ତାକୁ ନେଇ ସେ ନିଜର ମନ୍ତବ୍ୟ ରଖିଛନ୍ତି । ମନୋଜ ମିଶ୍ର କହିଲେ କି ରିପୋର୍ଟିଙ୍ଗ ସମୟରେ ଜଣେ ସାମ୍ବାଦିକର ମୃ-ତ୍ୟୁ ହେବା କଥାକୁ ମୁଁ ସହଜରେ ଗ୍ରହଣ କରି ପାରୁ ନାହିଁ ।

ଜଣଙ୍କର ମୃ-ତ୍ୟୁ-କୁ ସମସ୍ତେ ଦେଖୁଥିବେ ଓ ତାକୁ ସାହାର୍ଯ୍ୟ କରି ପାରୁ ନ ଥିବେ ଏହିଭଳି ଦୃଶ୍ୟ ମୋତେ ବହୁତ କ-ଷ୍ଟ ଦେଇଛି । ମୁଁ ଅରିନ୍ଦମଙ୍କ ଏହିଭଳି ଅ-କା-ଳ ବି-ୟୋ-ଗ-କୁ ଗ୍ରହଣ କରି ପାରି ନ ଥିଲି ଓ ମୋ ମନରେ ଥିବା ଦୁଃଖ ଓ କୋ-ହ-କୁ ମୁଁ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିଥିଲି । କିନ୍ତୁ ଏହି କଥାକୁ ନେଇ ବହୁତ ବିତର୍କ ହେଲା । ଯାହାକି ମୋତେ ବହୁତ କଷ୍ଟ ଦେଲା । ମିଡିଆ ଓ ସମସ୍ତେ ମୋତେ ଏମିତି ଭାବରେ ଆକ୍ଷେପ କରି କହିଲେ କି ମୁଁ ଯେମିତି ଗୋଟିଏ ଭିଲିଆନ ।

ସମସ୍ତେ କହିଲେ ଅରିନ୍ଦମ ଦାସଙ୍କ ସମ୍ପର୍କରେ ମୁଁ କଟୁ ମନ୍ତବ୍ୟ ଦେଉଛି । ଯାହାକି ମୋତେ ବହୁତ ଦୁଃଖିତ କରିଥିଲା । ସେ ମୋର ସାନ ଭାଇ ଭଳି । ପରିବାରରେ ଯେମିତି ଜଣେ ସଦସ୍ୟଙ୍କର ମୃ-ତ୍ୟୁ ହେଲେ କଷ୍ଟ ହୁଏ ସେହିଭଳି ମୋତେ ବହୁତ କ-ଷ୍ଟ ହେଉଛି । କିନ୍ତୁ ମୁଁ ଆଶା କରିବି ଅରିନ୍ଦମ ଯେଉଁ ବାର୍ତ୍ତା ସମସ୍ତଙ୍କୁ ଦେଇ ଗଲେ ତାକୁ ଆମେ ସମସ୍ତେ ପାଳନ କରିବା ।

ଗୋଟିଏ କଥା ମୋତେ ବହୁତ ପ୍ରଭାବିତ କରିଛି ତାହା ହେଉଛି କି ଏମିତି କୌଣସି ଖବର ନାହିଁ ଯାହାକି ଆମ ଜୀବନ ଠାରୁ ଅଧିକ ମହତ୍ଵ ରଖିଥାଏ । ଜୀବନରେ ଆମେ ସମସ୍ତେ କାମ କରିବା । ଦୁଃସାହିକତା ଦେଖାଇବା । କିନ୍ତୁ ଏହିଭଳି କୌଣସି କାମ କରନ୍ତୁ ନାହିଁ ଯାହା ଆମ ଜୀବନକୁ ବି ନେଇ ଯାଇ ପାରେ ।

ଅରିନ୍ଦମ ଉପରେ ମୋର ଅଭିମାନ ଅଛି । ସମସ୍ତଙ୍କର ଜୀବନ ବହୁତ ମୂଲ୍ୟବାନ ସେଥିପାଇଁ ଏହି ଜୀବନକୁ ଗୁରତ୍ଵ ଦିଅନ୍ତୁ । କେବେ ବି ଜୀବନକୁ ଛୋଟ କରି ନ୍ୟୁଜକୁ ବଡ କରନ୍ତୁ ନାହିଁ । ଯଦି ଅରିନ୍ଦମ ବଞ୍ଚି ଥାନ୍ତେ ତେବେ ସେ ଆହୁରି ବଡ ବଡ ଷ୍ଟୋରିକୁ କଭର କରି ଥାନ୍ତେ । ସେଥିପାଇଁ ଅରିନ୍ଦମଙ୍କ ଜୀବନ ଠାରୁ କୌଣସି ବି ଖବର ବଡ ନୁହେଁ ।

Leave a Reply

Your email address will not be published. Required fields are marked *