ମଙ୍ଗଳବାରର ଏହି ଉପାୟ କଲେ ଦାରିଦ୍ରତା ହୋଇଥାଏ ଦୂର, ବାସ ଏହି ପ୍ରକାରରେ ୧୧ ଟଙ୍କା କରନ୍ତୁ ଦାନ

ମହାବଳୀ ହନୁମାନଙ୍କ ପୂଜା ଅର୍ଚନା ପାଇଁ ମଙ୍ଗଳ ବାର ଉତ୍ତମ ବୋଲି ମାନନ୍ତି । ମହାବଳୀ ହନୁମାନଙ୍କ ଉପରେ ଭଗବାନ ରାମଙ୍କ ଓ ମାତା ସୀତାଙ୍କ ଅତିରିକ୍ତ ସବୁ ଦେବାଦେବୀଙ୍କ ଓ ସବୁ ଗ୍ରହଙ୍କ କୃପା ଦୃଷ୍ଟି ରହିଅଛି । ହନୁମାନ ଗଣେଶଙ୍କ ଓ ଧନ ଦେବୀ ମାତା ଲକ୍ଷ୍ମୀଙ୍କ ଅତି ପ୍ରିୟ ଅଟନ୍ତି । ଏଇଥିପାଇଁ ଆପଣ ଯଦି ମଙ୍ଗଳବାର ଦିନ କିଛି ଉପାୟ କରୁଛନ୍ତି ଏହା ଦ୍ୱାରା ହନୁମାନ ଙ୍କ ସହିତ ମାତା ଲକ୍ଷ୍ମୀଙ୍କ ଆଶିର୍ବାଦ ମିଳିବା ସହିତ ମହାବଳୀ ହନୁମାନ ପ୍ରସନ୍ନ ହୋଇଥାନ୍ତି ।

ଆପଣଙ୍କର ଧନ ସହିତ ଜଡିତ ଅସୁବିଧା ଦୂର ହୋଇଥାଏ । ଯଦି ଆପଣ ଏହି ଦିନରେ କିଛି ବିଶେଷ ଉପାୟ କରନ୍ତି ତାହାଲେ ଏହା ବହୁତ ଲାଭକାରୀ ହୋଇଥାଏ । ଆଜି ଆମେ ଆପଣଙ୍କୁ ମଙ୍ଗଳବାର ର ୧୧ ଟଙ୍କାର ସରଳ ଉପାୟ କହିବାକୁ ଯାଉଛୁ ଯାହା ଦ୍ୱାରା ଆପଣଙ୍କ ନିର୍ଦ୍ଧନତା ଦୂର ହୋଇଥାଏ ।

ମଙ୍ଗଳବାର ଦିନ ଏହି ପ୍ରକାରର ୧୧ ଟଙ୍କା ର କରନ୍ତୁ ଉପାୟ

ଯଦି ଆପଣ ମଙ୍ଗଳବାର ଏହି ଉପାୟ କରୁଛନ୍ତି ସର୍ବ ପ୍ରଥମେ ପ୍ରାତଃ କାଳରେ ଆପଣଙ୍କୁ ବ୍ରହ୍ମ ମୁହୂର୍ତ୍ତରେ ଉଠିବାକୁ ପଡିବ । ଏହା ପରେ ଆପଣ ସବୁ କାମକୁ ଛାଡି ପ୍ରଥମେ ସ୍ନାନ କରିନେବା ଉଚିତ । ସ୍ନାନ କରିସାରିବା ପରେ ଆପଣ ପୂଜା ସ୍ଥଳକୁ ଯାଇ ଏବଂ ଧନଲକ୍ଷ୍ମି ମାତା ଲକ୍ଷ୍ମୀଙ୍କ ସହିତ ପ୍ରଭୁ ଗଣେଶ ଙ୍କ ଓ ମହାବଳୀ ହନୁମାନ ଙ୍କ ପ୍ରତିମା ରଖି ପୂଜା କରନ୍ତୁ ।

ଏହା ପରେ ଆପଣ ଙ୍କୁ ଗୋଟେ ଦୀପ ଜାଳି ୧୧ ଟଙ୍କା ମାତା ଲକ୍ଷ୍ମୀଙ୍କ ଚରଣ ରେ ରଖି ଦିଅନ୍ତୁ । ଆପଣ ଙ୍କୁ ଧ୍ୟାନ ଦେବାକୁ ହେବ ଯେ ଆପଣ ଯେଉଁ ୧୧ ଟଙ୍କା ରଖିଛନ୍ତି ସେଗୁଡିକ ସବୁ କଏନ୍ ହେବା ଦରକାର । ଆପଣ କେବେ ବି ନୋଟ ରଖିବେ ନାହିଁ । ଅପଣ କଏନ୍ ଯେ କୌଣସି ସଂଖ୍ୟା ର ରଖିପାରିବେ । ଏହାକୁ ରଖିବା ପରେ ଆପଣ ଆପଣଙ୍କ ମନୋସ୍କାମନା କୁ ମନେ ମନେ କହିବା ଦରକାର । ଆପଣଙ୍କ ମନୋସ୍କାମନାକୁ ସାତ ଥର କୁହନ୍ତୁ ।

ଏତିକି କରିବା ପରେ ଆପଣଙ୍କୁ ଭଗବାନ ଙ୍କୁ ବିଧି ବିଧାନ ହିସାବରେ ପୂଜା ଆରମ୍ଭ କରନ୍ତୁ । ପୂଜା କରୁଥିବା ସମୟରେ ଓମ୍ ନମଃ ବାସୁଦେବାୟ ନମଃ ମନ୍ତ୍ରର ଜପ କମ ସେ କମ ୨୧ ଥର କରନ୍ତୁ । ଯଦି ଏହାକୁ ୧୦୮ଥର ଜପ କରନ୍ତି ତା ହେଲେ ବହୁତ ଉତ୍ତମ ଅଟେ । ଯେତେବେଳେ ଆପଣଙ୍କ ପୂଜା ସରିଯାଏ ସେତେବେଳେ ଆପଣଙ୍କୁ ୧୧ ଟଙ୍କା କଏନ୍ କୁ ଏଗାର ଥର ଦୀପ ଉପରେ ବୁଲାଇବାକୁ ହେବ ।

୧୧ ଟଙ୍କା କୁ ଦରିଦ୍ରଙ୍କ ମଧ୍ୟରେ ଦାନ କରନ୍ତୁ

ଆପଣଙ୍କ ପୂଜା ସରିବା ପରେ ସେହି ୧୧ ଟଙ୍କା କଏନ୍ କୁ ଆପଣ ଛୋଟ ପିଲାଙ୍କୁ କିମ୍ବା ଦରିଦ୍ର ଲୋକଙ୍କ ମଧ୍ୟରେ ଦାନ କରିଦିଅନ୍ତୁ । ପୁରାଣ ଶାସ୍ତ୍ରରେ ଦାନ କରିବା ଦ୍ୱାରା ସବୁ ଦେବା ଦେବୀ ଖୁସି ହୁଅନ୍ତି । ଏହି ଉପାୟକୁ କରିବା ଦ୍ୱାରା ଆପଣଙ୍କ ଦରିଦ୍ରତା ଦୂର ହୋଇଥାଏ । ଏହା ସହିତ ଧନ ପ୍ରାପ୍ତି ହେବାକୁ ଲାଗିଥାଏ ।

ସାବଧାନତା

ଯଦି ଆପଣ ଏହି ଉପାୟ କରୁଛନ୍ତି ତା ହେଲେ ଆପଣଙ୍କୁ ଏହାକୁ ଧ୍ୟାନ ରଖିବାକୁ ହେବ ଯେ ଆପଣ ଆପଣଙ୍କ ମନରେ କାହାରି କି ଅସୁବିଧା ପହଞ୍ଚାଇବା ସ୍ଵାର୍ଥ ରଖନ୍ତୁ ନାହିଁ । ଏହି ଉପାୟକୁ ନିଜ ପାଇଁ ଓ ନିଜ ପରିବାର ପାଇଁ ବ୍ୟବହାର କରନ୍ତୁ । ଆପଣଙ୍କ ଏହି ଦାନରେ ମାତା ଲକ୍ଷ୍ମୀଙ୍କ ଆହ୍ଵାନ କରନ୍ତୁ । ଏଥିପାଇଁ ଆପଣ ନିଜ ମନରୁ ସ୍ୱାର୍ଥ କୁ ବାହାର କରିଦିଅନ୍ତୁ । ଯଦି ନିଃସ୍ୱାର୍ଥ ମନରେ ଆପଣ ଏହି ପୂଜାକୁ କରିବେ ତା ହେଲେ ଏହାଦ୍ଵାରା ହନୁମାନଙ୍କ ସହିତ ଧନ ର ଦେବୀ ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ସର୍ବଦା ରହିବ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *