ବିମାନ ଭିତରେ ମହିଳାଙ୍କ ଉପରେ ପ୍ୟାଣ୍ଟ ଖୋଲି ପରିସ୍ରା କଲେ ବ୍ୟକ୍ତି, ଆଉ ତା’ପରେ ଯାହା ହେଲା ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ବିମାନ ଭିତରେ ଜଣେ ମହିଳା ଙ୍କ ଉପରେ ପରିସ୍ରା କରିଦେଲେ ଜଣେ ବ୍ୟକ୍ତି । ପ୍ୟାଣ୍ଟ ଖୋଲି ସମସ୍ତଙ୍କ ସାମ୍ନାରେ ପରିସ୍ରା କରିଲେ । ବିମାନ କତୃପକ୍ଷ ଉକ୍ତ ଯାତ୍ରୀ ଙ୍କ ଉପରେ ଲଗାଇଲେ 30 ଦିନ ଯାତ୍ରା କଟକଣା । ଏୟାର ଇଣ୍ଡିଆ କତୃପକ୍ଷଙ୍କର ନାହିଁ ଯାତ୍ରୀ ଙ୍କ ସୁରକ୍ଷା ପ୍ରତି ଧ୍ୟାନ । ତେବେ ଏୟାର ଇଣ୍ଡିଆର ବିଜନେସ ଶ୍ରେଣୀରେ ଯାତ୍ରା କରୁଥିବା ଜଣେ ମହିଳା ଙ୍କ ଉପରେ ଜଣେ ସହଯାତ୍ରୀ ପରିସ୍ରା କରିଦେଇଛନ୍ତି ।

ଏହିଭଳି ସେତିକି ବେଳେ ହୋଇଥିଲା ଯେତେବେଳେ ବିମାନଟି ନ୍ୟୁୟର୍କର ଜନଏକକେନେଡି ବିମାନ ବନ୍ଦରରୁ ନୂଆ ଦିଲ୍ଲୀ କୁ ଆସିବା ପାଇଁ ଉଡାଣ ଭରିଥିଲା । ବିମାନଟି ଯେତେବେଳେ ଆକାଶ ମାର୍ଗରେ ଅଧା ରାସ୍ତାରେ ପହଞ୍ଚିଥିଲା ଠିକ ସେତିକି ବେଳେ ଜଣେ ମଦ୍ୟପ ସହଯାତ୍ରୀ ଉକ୍ତ ମହିଳା ଙ୍କ ଉପରେ ପରିସ୍ରା କରିଦେଇଥିଲେ ।

ଏହା ପରେ ମହିଳା ଜଣଙ୍କ ଏ ନେଇ ଏୟାର ଇଣ୍ଡିଆ କତୃପକ୍ଷ ଙ୍କୁ ଜଣାଇବା ପରେ ଉକ୍ତ ଯାତ୍ରୀ ଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନିଆଯାଇ ତାଙ୍କ ଉପରେ 30 ଦିନର ଯାତ୍ରା କଟକଣା ଲଗାଯାଇଛି । ତେବେ ସାଧାରଣ ଯାତ୍ରୀ ଏବଂ ବିଶିଷ୍ଟ ମହିଳା ଯାତ୍ରୀ ଙ୍କ ସୁରକ୍ଷା ପ୍ରତି ବିମାନ ସଂସ୍ଥା ଆଦୌ ସଚେତନ ନାହାଁନ୍ତି ବୋଲି ମହିଳା ଜଣଙ୍କ ନିଜର ତିକ୍ତ ଅନୁଭୂତି ବର୍ଣ୍ଣନା କରିଛନ୍ତି ।

ତେବେ ଏହି ଘଟଣା ଟି ଘଟିଥିଲା ନଭେମ୍ବର 26 ତାରିଖରେ । ନ୍ୟୁୟର୍କ ରୁ ଦିଲ୍ଲୀ ଗାମୀ ଏୟାର ଇଣ୍ଡିଆ ବିମାନ ଭିତରେ ମଦ୍ୟପ ଜଣକ ସମସ୍ତଙ୍କ ଆଗରେ ପ୍ୟାଣ୍ଟ ଖୋଲି ସହଯାତ୍ରୀ ମହିଳାଙ୍କ ଉପରେ ପରିସ୍ରା କରିଲେ । କିନ୍ତୁ ନା ବିମାନ କର୍ମଚାରୀ ନା ଏୟାର ଇଣ୍ଡିଆ କତୃପକ୍ଷ କେହି ମଧ୍ୟ କିଛି ପଦକ୍ଷପ ନେଲେ ନାହିଁ ।

ଏହାପରେ ମହିଳା ଜଣଙ୍କ ବାଧ୍ୟ ହୋଇ ଏୟାର ଇଣ୍ଡିଆର ମାଲିକ ଟାଟା ଗୃପର ଅଧ୍ୟକ୍ଷ ଏମ ଚନ୍ଦ୍ରଶେଖରଙ୍କ ପାଖକୁ ଚିଠି ଲେଖି ନିଜର ତିକ୍ତ ଅଭିଜ୍ଞତା ବିଷୟରେ ଜଣାଇବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଗଲା । ଏହପରେ ସେ ବାଥରୁମ ଯାଇ ଗାଧୋଇ ସାରିବା ପରେ ତାଙ୍କୁ ପିନ୍ଧିବାକୁ ଗୋଟିଏ ପାଇଜାମା ଏବଂ ସ୍ଳିପର୍ଷ ଦିଆଯାଇଥିଲା ।

ସେ ଅନ୍ୟ ଏକ ସିଟ ଦେବାକୁ କହିଥିଲେ ମଧ୍ୟ ତାଙ୍କୁ ସେହି ଅସନା ସିଟରେ ବସିବାକୁ କୁହାଯାଇଥିଲା । ଏହାପରେ ସେ ସେହି ସିଟରେ ବସି ନିଜ ଯାତ୍ରା କରିଥିଲେ । ତେବେ ବନ୍ଧୁଗଣ ଏହି ଭଳି ବ୍ୟକ୍ତିତ୍ବ ଥିବା ବ୍ୟକ୍ତି ଙ୍କୁ କେଉଁ ଦଣ୍ଡ ମିଳିବା କଥା ? ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *