ମହିଳା ନାଗାସାଧୁ ବନିବା ପାଇଁ କରିବାକୁ ପଡିଥାଏ ଏହି କାମ, ଶୁଣି ଆଶ୍ଚର୍ଯ୍ୟ ହେବେ ଆପଣ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜୀବନରେ କେବେ ନା କେବେ ନାଗାସାଧୁ ମାନଙ୍କୁ ନିଶ୍ଚୟ ଦେଖିଥିବେ । ନଗସାଧୁ ମାନଙ୍କର ରୂପ ରଙ୍ଗ ବହୁତ ଅଜବ ହୋଇଥାଏ । ତାଙ୍କର ଲମ୍ବା କେସ ଥାଏ, ତାଙ୍କ ଶରୀରରେ ଭସ୍ମ ଲାଗିଥାଏ ଓ ସେମାନେ ସବୁବେଳେ ନିର୍ବସ୍ତ୍ର ରହିଥାନ୍ତି । ଅନ୍ୟ ସାଧୁ ମାନଙ୍କ ଠାରୁ ନଗସାଧୁ ସଂପୂର୍ଣ୍ଣ ଅଲଗା ହୋଇଥାନ୍ତି । ନଗସାଧୁ ଏହି ଦୁନିଆର ସମସ୍ତ ମୋହ ମାୟା ଠାରୁ ଦୂରରେ ରହି ତପସ୍ୟା କରିଥାନ୍ତି ।

ତେବେ ବନ୍ଧୁଗଣ କଣ ଗୋଟେ ମହିଳା ଚାହିଁଲେ ନଗସାଧୁ ହୋଇପାରିବ ଆଉ ଯଦି ମହିଳା ନଗସାଧୁ ହୋଇପାରିବ ତା ହେଲେ ତାକୁ କେଉଁ ସବୁ ପରୀକ୍ଷା ଦେବାକୁ ପଡିବ । ଏହି ସମସ୍ତ ପ୍ରଶ୍ନର ଉତ୍ତର ନେଇ ଆଜି ଆମେ ଆପଣ ମାନଙ୍କ ପାଇଁ ଆସିଛୁ । ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଗୋଟେ ମହିଳାକୁ ନଗସାଧୁ ହେବା ପୂର୍ବରୁ ୧୦ ରୁ ୧୫ ବର୍ଷ କଠିନ ବ୍ରମ୍ହଚାର୍ଜ୍ୟର ପାଳନ କରିବାକୁ ପଡିଥାଏ । ଏହା ପରେ ଯଦି ମହିଳାଙ୍କ ଗୁରୁ ସନ୍ତୁଷ୍ଟ ହୋଇଯାନ୍ତି କି, ମହିଳା ଏବେ ନଗସାଧୁ ହେବା ପାଇଁ ଯୋଗ୍ୟ ଅଛନ୍ତି ତା ହେଲେ ହିଁ ମହିଳା ଜଣକ ନଗସାଧୁ ହୋଇପାରିବେ । ଗୁରୁ ସେହି ମହିଳାଙ୍କୁ ଦିକ୍ଷା ପ୍ରଦାନ କରିଥାନ୍ତି ।

ନଗସାଧୁ ହେବା ପରେ ଦୃଢ ଇଚ୍ଛା ଶକ୍ତି ଓ ସନ୍ୟାସ ଜୀବନ ଅତିବାହିତ କରିବା ପାଇଁ ମନରେ ଇଛା ଆସିବା ଦରକାର । ମହିଳା ନଗସାଧୁ ହେବା ପୂର୍ବରୁ ଗୁରୁ ତାର ଘର ପରିବାର ଓ ତାର ପୂର୍ବ ଜନ୍ମ ବିଷୟରେ ସମସ୍ତ ତଥ୍ୟା ଆଣି ଥାନ୍ତି । ମହିଳାଙ୍କୁ ନଗସାଧୁ ହେବା ପୂର୍ବରୁ ନିଜର ପିଣ୍ଡ ଦାନ କରିବାକୁ ପଡିଥାଏ । ପୁରୁଷ ମାନଙ୍କ ଭଳି ମହିଳା ନଗସାଧୁଙ୍କୁ ମୁଣ୍ଡନ କରାଯାଇଥାଏ ।

ଏହା ପରେ ସେହି ମହିଳାଙ୍କୁ ନଦୀରେ ସ୍ନାନ କରିବା ପାଇଁ ପଠା ଯାଇଥାଏ । ମହିଳା ନଗସାଧୁ ପୁରା ଦିନ ଭଗବାନଙ୍କର ଜପ କରିଥାନ୍ତି । ସେମାନେ ସକାଳୁ ଉଠି ଭଗବାନ ଶିବଙ୍କ ପୂଜା କରନ୍ତି ଏହା ପରେ ଖରା ବେଳ ଭୋଜନ କରିବା ପରେ ଶିବଙ୍କ ଜପ କରନ୍ତି ଓ ସନ୍ଧ୍ୟା ସମୟରେ ସେ ନିଦ୍ରାଶୟକୁ ଯାନ୍ତି । ମହିଳା ନଗସାଧୁଙ୍କୁ ଅନ୍ୟ ସାଧୁ ମାନେ ବହୁତ ସମ୍ମାନ ଦେଇଥାନତି ଓ ତାଙ୍କୁ ମାତା ନାମରେ ଡାକି ଥାନ୍ତି ।

ମହିଳା ନଗସାଧୁ ହେବା ପୂର୍ବରୁ ତାଙ୍କୁ ପ୍ରମାଣ କରିବାକୁ ପଡେ ଯେ, ତାଙ୍କର ସମାଜ ପ୍ରତି ଓ ପରିବାର ପ୍ରତି କୌଣସି ମୋହ ମାୟା ନାହିଁ । ବନ୍ଧୁଗଣ ମହିଳା ନଗସାଧୁ ବା ସାଧୁ ମାନଙ୍କୁ ସଂପୂର୍ଣ୍ଣ ରୂପେ ନଘ୍ନ ରହିବା ପାଇଁ ଅନୁମତି ଦିଆଯାଇ ନାହିଁ । ସେମାନେ ସବୁବେଳେ ନିଜ ଦେହରେ ଗୋଟିଏ ବସ୍ତ୍ର ପିନ୍ଧି ଥାନ୍ତି । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *