Jyotish Shastra – ଯେଉଁ ମହିଳାଙ୍କ ପାଖରେ ରହିଥାଏ ଏହି ୪ ଟି ଲକ୍ଷଣ ସେମାନେ ଅଟନ୍ତି ସବୁଠାରୁ ପବିତ୍ର

ବନ୍ଧୁଗଣ ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ଦେବୀର ସ୍ଥାନ ଦିଆ ଯାଇଛି । ସେମିତି ପ୍ରକୃତି ମଧ୍ୟ ନାରୀ ଭିତରେ କୋମଳତା, ସମାନତା ଓ ମମତାର ଭାବନାକୁ ଭରି ଦେଇଛି । ଅଧିକାଂଶ ନାରିଙ୍କ ମଧ୍ୟରେ ଏହା ମଧ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ ଯେମିତି ହାତର ପାଞ୍ଚ ଆଙ୍ଗୁଳି ସମାନ ହୋଇ ନଥାଏ ସେମିତି ସବୁ ନାରୀମାନେ ମଧ୍ୟ ସମାନ ହୋଇ ନଥାନ୍ତି । ମହିଳାଙ୍କ ମୁଣ୍ଡ ଉପରେ ଏହି ଦାୟିତ୍ଵ ଲଦି ଦିଆଯାଏ କି ପରିବାରର ସମ୍ମାନ ଉପରେ ଯେପରି କୌଣସି ହାନି ନ ଆସେ । ଯେମିତି କିଛି ମହିଳାମାନେ ନିଜର ନୈତିକ ଓ ସାମାଜିକ ବ୍ୟବହାରକୁ ପବିତ୍ର କରି ରଖିଥାନ୍ତି ସେମିତି କିଛି ମହିଳାମାନେ ମଧ୍ୟ ଏମିତି ହୋଇଥାନ୍ତି କି ଯାହାଙ୍କର କର୍ମ ପାଇଁ କୁଳର ବିନାଶ ହୋଇଥାଏ ।

ଏହିପରି ନାରୀ ମାନଙ୍କୁ କୁଲକ୍ଷଣି ବା ଅଲକ୍ଷଣୀ ବୋଲି କୁହାଯାଏ । ଏମିତିରେ ଜାଣିବା ଜରୁରୀ ହୋଇଥାଏ କି କିପରି ଜାଣିବା କି କେଉଁ ମହିଳା ପବିତ୍ର ହୋଇଥାନ୍ତି ଏବଂ କେଉଁ ମହିଳା ଖରାପ ଅଟନ୍ତି । ଆଜି ଆମେ ଆପଣଙ୍କୁ ମହିଳାମାନଙ୍କ କିଛି ଲକ୍ଷଣ ବିଷୟରେ କହିବୁ ଯାହା ଦ୍ଵାରା ଆପଣ ନାରୀ ମାନେ ପବିତ୍ର ନା ଅପବିତ୍ର ଜାଣି ପାରିବେ । ତେବେ ଆସନ୍ତୁ ଜାଣିବା ।

୧. ଜ୍ଯୋତିଷ ଏବଂ ଧାର୍ମିକ ଶାସ୍ତ୍ର ଅନୁସାରେ ଯେଉଁ ମହିଳାମାନଙ୍କର ଓଠ ଉପରେ ହାଲ୍କା କେଶ ରହିଥାଏ ସେହି ମହିଳାମାନେ ଭଲ ଗୁଣବତୀ ହୋଇଥାନ୍ତି । ଏହି ସବୁ ମହିଳାମାନେ ଦାନ ଧର୍ମରେ ବିଶ୍ଵାସ ରଖିଥାନ୍ତି । ଏମାନେ ଟିକେ ଅଳସୁଆ ସ୍ଵଭାବର ହୋଇଥାନ୍ତି । କିନ୍ତୁ ନିଜ କାମ ନିଜେ କରିବାକୁ ପସନ୍ଦ କରନ୍ତି । ଏମାନଙ୍କର କଥା ବାର୍ତ୍ତା କରିବାର ଶୈଳୀ ସମସ୍ତଙ୍କ ଠାରୁ ଅଲାଗା ହୋଇଥାଏ ଯାହା ଦ୍ଵାରା ଏମାନେ ସହଜରେ କାହାକୁ ବି ନିଜ ଆଡକୁ ଆକର୍ଷିତ କରି ନିଅନ୍ତି ।

୨. ଯେଉଁ ଝିଅମାନଙ୍କର ମଥାରେ କଳାଜାଇ ରହିଥାଏ ସେହି ଝିଅମାନେ ନିଜ ସ୍ବାମୀଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତି । ଏଭଳି ଝିଅମାନେ ବହୁତ ସାଧା ସିଧା ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ସ୍ବାମୀଙ୍କୁ ସବୁ ପରିସ୍ଥିତିରେ ସହଯୋଗ କରିଥାନ୍ତି । ଏମାନେ ମଧ୍ୟ ଆତ୍ମ ନିର୍ଭରଶୀଳ ହୋଇଥାନ୍ତି ଏବଂ ସ୍ବାମୀଙ୍କୁ ବହୁତ ପ୍ରେମ କରିଥାନ୍ତି । ଏମାନଙ୍କ ପାଇଁ ତାଙ୍କ ସ୍ଵାମୀ ବହୁତ ଭାଗ୍ଯବାନ ହୋଇଥାନ୍ତି ।

୩. ଯେଉଁ ଝିଅମାନଙ୍କ ଶରୀରରେ ହାଲ୍କା କେଶ ରହିଥାଏ ସେମାନଙ୍କ ଭାଗ୍ୟ ବହୁତ ପବିତ୍ର ହୋଇଥାଏ । ଏମାନେ କୌଣସି ପରିସ୍ଥିତିକୁ ଡରି ନଥାନ୍ତି ଏବଂ ସବୁ ସ୍ଥାନରେ ଜିତିଥାନ୍ତି । ଏହି ଝିଅମାନଙ୍କ ଠାରେ ମାତା ସିତାଙ୍କର ଗୁଣ ରହିଥାଏ । ଏମାନେ ସବୁବେଳେ ଭଗବାନଙ୍କ ଉପରେ ବିଶ୍ଵାସ ରଖିଥାନ୍ତି । ଏମାନେ ବହୁତ ସାହସୀ ଓ ଚତୁର ସ୍ଵଭାବର ହୋଇ ଥିବାରୁ ଏମାନଙ୍କୁ ସମସ୍ତେ ପ୍ରଶଂସା କରିଥାନ୍ତି ।

୪. ଯେଉଁ ଝିଅମାନେ ବହୁତ ପତଳା ହୋଇଥାନ୍ତି ସେମାନେ ନିଜ ସ୍ବାମୀଙ୍କ ପ୍ରତି ନିଜକୁ ସମର୍ପିତ କରି ରଖିଥାନ୍ତି । ସେମାନେ ନିଜ ସ୍ବାମୀଙ୍କୁ ହୃଦୟରୁ ବହୁତ ଭଲ ପାଇଥାନ୍ତି । ଏମାନେ ପରିବାରର ସମସ୍ତଙ୍କ ବିଷୟରେ ସବୁବେଳେ ଭଲ ଚିନ୍ତା କରିଥାନ୍ତି । ଏମାନଙ୍କ ହୃଦୟ ବହୁତ ବଡ ଓ ଏମାନେ ବହୁତ ସଂସ୍କାରୀ ହୋଇଥାନ୍ତି ।  ଏମାନେ ନିଜ ସଂସ୍କାରକୁ କେବେ ବି ଭୁଲନ୍ତି ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *