ବିଛା ଦେଇଥାଏ ଭବିଷ୍ୟତର ସୂଚନା, ଘରକୁ ଆସିବା ଶୁଭ ନା ଅଶୁଭ – Ajira Anuchinta

ବିଛା ଦେଖିବା ମାତ୍ରେ ଆମେ ଡରି ଯାଇଥାଉ ଓ ସାଙ୍ଗେ ସାଙ୍ଗେ ଆମେ ତାକୁ ମାରି ଦେଇଥାଉ । କାହିଁକି ନା ବିଛା ପ୍ରତି ଆମର ପ୍ରବଳ ଭୟ ରହିଥାଏ । ଆମେ ଭାବୁ କି ବିଛା କାମୁଡିଦେବ । ଅବଶ୍ୟ ଏହା ସତ୍ୟ ଯେ ବିଛା କାମୁଡିଲେ ବହୁତ ଯନ୍ତ୍ରଣା ହୋଇଥାଏ । ବିଛା ସାଧାରଣତଃ ଅନେକ ପ୍ରକାରର । ସେଗୁଡିକ ହେଲା ନାଲି ବିଚ୍ଚା, କଳା ବିଛା ଓ ଛୋଟ ବିଚ୍ଚା । କିନ୍ତୁ ଯଦି ଆପଣ କେବେ କୌଣସି ବିଛା ଦେଖନ୍ତି ତେବେ ଏହାକୁ ମାରନ୍ତୁ ନାହିଁ କାହିଁକି ନା ବିଛା ତା ଜୀବନ କାଳରେ ଥରୁଟିଏ ମାତ୍ର ପିଲା ଜନ୍ମ କରିଥାଏ ।

ଆପଣ ଯଦି କୌଣସି ବିଛାକୁ ମାରି ଦେଉଛନ୍ତି ତେବେ ତାହାର ବଂଶ ଆପଣ ବୁଡାଇ ଦେଉଛନ୍ତି । ଏହା କୌଣସି ବଡ ପାପ ଠାରୁ ମଧ୍ୟ କମ ନୁହେଁ । ତେଣୁ ବିଛାକୁ ନ ମାରି କୌଣସି ଏକ ଅଜଣା ଜାଗାରେ ଛାଡି ଦିଅନ୍ତୁ । ବିଛାକୁ ନେଇ ଆମ ମନରେ ଅନେକ ନକରାତ୍ମକ ଭାବନା ରହିଛି । ତେବେ ଜାଣି ରଖନ୍ତୁ ଯେ ବିଛା କେବେ ହେଲେ ଅଶୁଭ ନୁହେଁ ।

ଯଦି ଆପଣ କୌଣସି କାମରେ ବାହାରକୁ ବାହାରିଛନ୍ତି ଓ ଆପଣ ବିଛା ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଆପଣଙ୍କର ସମସ୍ତ କାର୍ଯ୍ୟ ମଧ୍ୟ ସଫଳ ହୋଇଯାଏ ।

ଘରେ ଯଦି ଆପଣ ବିଛା ଦେଖନ୍ତି ତେବେ ଆପଣଙ୍କର କୌଣସି ଏକ କାର୍ଯ୍ୟ ଆଗାମୀ ସାତ ଦିନ ମଧ୍ୟରେ ପୂରଣ ହେବାକୁ ଯାଉଛି ।

ଯଦି ଆପଣ କୌଣସି ଗୁରୁବାର ଦିନ ଘରକୁ ବିଛା ଆସୁଥିବାର ଦେଖନ୍ତି ତ ତେବେ ଜାଣି ରଖନ୍ତୁ ଯେ ମାତା ଲକ୍ଷ୍ମୀ ଆପଣଙ୍କ ପୂଜାରେ ସନ୍ତୁଷ୍ଟ ଅଟନ୍ତି ଓ ବହୁତ ଶୀଘ୍ର ମାତା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରିବେ ।

କିନ୍ତୁ ଯଦି ଆପଣ କଳା କଙ୍କଡା ବିଛା 2-3 ଟି ଘରେ ଧାଡି ବାନ୍ଧି ଚାଲୁଥିବାର ଦେଖିବେ ତେବେ ଏହା ଅଶୁଭ ହୋଇଥାଏ । ଏହା ଧନହାନି ହେବା ପୂର୍ବରୁ ସୂଚନା ଦେଇଥାଏ ।

ସେହିଭଳି ଯଦି ବିଜୁଳି ବା ଘଡଘଡି ମାରିବା ସମୟରେ ଆପଣଙ୍କ ଘରେ କୌଣସି କଙ୍କଡା ବିଛା ଖସି ପଡିବାର ଦେଖନ୍ତି ତେବେ ବୁଝି ଯାଆନ୍ତୁ ଯେ କୌଣସି ବଡ ସମସ୍ୟା ଆସିପାରେ । ତେବେ ସଙ୍ଗେ ସଙ୍ଗେ ସେହି ବିଛା ଉପରେ ହଳଦୀ ପାଣି ପକାଇ ଦିଅନ୍ତୁ। ଏପରି କରିବା ଦ୍ଵାରା ସମସ୍ତ ବାଧା ବିଘ୍ନ ଦୂରେଇ ଯାଇଥାଏ । ତେବେ ବନ୍ଧୁଗଣ ଆପଣ ମାନେ ତ ଜାଣିଲେ ଆମକୁ ବିଛା ଏହି ସବୁ ସଙ୍କେତ ଦେଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *