ସ୍ତ୍ରୀ ପିନ୍ଧୁଥିବା ମଙ୍ଗଳ ସୂତ୍ର ସ୍ୱାମୀ ଜୀବନରେ ଆଣିଥାଏ ମହା ବିପଦ

ଆମ୍ଭେମାନେ କେଉଁ କାଳରୁ ଅନେକ ପ୍ରକାରର ପରମ୍ପରା ମାନି ଆସୁଅଛୁ । ଏହା ମଧ୍ୟରୁ ଗୋଟିଏ ହେଉଛି ମଙ୍ଗଳସୂତ । ହିନ୍ଦୁ ଧର୍ମ ଶାସ୍ତ୍ରରେ ମଙ୍ଗଳସୂତ୍ରକୁ ବହୁତ ଗୁରୁତ୍ଵ ଦିଆ ଯାଇଥାଏ । ବିବାହିତା ମହିଳାମାନଙ୍କୁ ସଧବାର ପରିଚୟ ଦେଇଥାଏ ଏହି ମଙ୍ଗଳ ସୂତ୍ର । ବନ୍ଧୁଗଣ ବିନା ମଙ୍ଗଳସୂତ୍ରରେ କୌଣସି ବି ବିବାହ ବର୍ଜିତ ଅଟେ । ଏହି ମଙ୍ଗଳ ସୂତ୍ର ର ଅନେକ ପ୍ରକାରର ମହତ୍ଵ ମଧ୍ୟ ଅଛି । କିନ୍ତୁ ଆମ ଓଡିଶାର ଅନେକ ଜିଲ୍ଲାରେ ମଙ୍ଗଳସୂତ୍ର ବ୍ୟବହାର କରାଯାଏ ନାହିଁ ।

କାରଣ ଏହି ଜିଲ୍ଲା ମାନଙ୍କରେ ଅନ୍ୟ ପ୍ରକାରର କଥା ମାନ ପ୍ରଚଳିତ ହୋଇଥାଏ । ଯେଉଁ କାରଣରୁ ଏହି ଜିଲ୍ଲା ମାନଙ୍କରେ ମଙ୍ଗଳ ସୂତ୍ରର ବ୍ୟବହାର କରାଯାଏ ନାହିଁ । କିନ୍ତୁ ସେହି ଜିଲ୍ଲା ମାନଙ୍କରେ ଆଜି କାଲି ମଙ୍ଗଳ ସୂତ୍ର ର ବ୍ୟବହାର ମଧ୍ୟ ଦେଖା ଗଲାଣି । ହିନ୍ଦୁ ଧର୍ମ ଶାସ୍ତ୍ରରେ ଲେଖା ଅଛି କି ମଙ୍ଗଳ ସୂତ୍ର ସମସ୍ତେ ବ୍ୟବହାର କରିବା ଉଚିତ । ତେବେ ଚାଲନ୍ତୁ ଜାଣିବା ସଂପୂର୍ଣ୍ଣ କଥା ।

୧. କୌଣସି ବି ବିବାହିତା ନାରୀ କାହାର ବି ମଙ୍ଗଳସୂତ୍ର ମାଗି କି ପିନ୍ଧିବା ବର୍ଜିତ ଅଟେ ଓ ନିଜ ମଙ୍ଗଳସୂତ୍ର ଗଳାରୁ ଖୋଲି ଆଉ କାହାକୁ ଦେବା ମଧ୍ୟ ଅଶୁଭ ହୋଇଥାଏ । ସେ ଯେତେ ଚିହ୍ନା ପରିଚିତ ହୁଅନ୍ତୁ ନା କାହିଁକି । ଏମିତି କରିବା ଦ୍ଵାରା ସ୍ଵାମୀର ଆୟୁଷ କମ ହୋଇଥାଏ ଓ ସେମାନଙ୍କ ମଧ୍ୟରେ ପ୍ରେମ କମି ଯାଇଥାଏ ।

୨. ଗୋଟିଏ ବିବାହିତା ନାରୀ ପାଇଁ ଶଙ୍ଖା, ସିନ୍ଦୁର, ପାଉଁଜି, ଝୁଣ୍ଟିଆ ଆଦି ଯେତିକି ଗୁରୁତ୍ୱପୂର୍ଣ୍ଣ ଅଟେ ଏହା ଠାରୁ ଅଧିକ ମହତ୍ବପୂର୍ଣ୍ଣ ମଙ୍ଗଳସୂତ୍ର ହୋଇଥାଏ । ଏହା ସ୍ବାମୀର ଅସ୍ଥିତ୍ଵର ପରିଚୟ ଦେଇଥାଏ । ଏଣୁ ସ୍ବାମୀଙ୍କ ଲମ୍ବା ଆୟୁଷ ପାଇଁ ସ୍ତ୍ରୀ ମାନେ ମଙ୍ଗଳସୂତ୍ର ଗଳାରେ ଧାରଣ କରିବା ଅତ୍ୟନ୍ତ ଜରୁରୀ ଅଟେ । ଏହା ମଧ୍ୟ କୁହାଯାଏ କି ମଙ୍ଗଳ ସୂତ୍ର ବିବାହିତ ଜୀବନକୁ ନଜର ଦୋଷରୁ ବଞ୍ଚାଇଥାଏ ।

୩. ସମସ୍ତ ମଙ୍ଗଳସୂତ୍ର କଳା ମାଳୀ ଓ ସୁନାରେ ଗଢା ହୋଇଥାଏ । କାରଣ କଳା ରଙ୍ଗ ଆପଣଙ୍କୁ ଖରାପ ନଜର ଦୋଷରୁ ରକ୍ଷା କରିଥାଏ । ଏହି କାରଣରୁ ମଙ୍ଗଳସୂତ୍ରରେ କଳା ମାଳିର ଉପଯୋଗ କରାଯାଏ । ଯେପରିକି ଦାଂପତ୍ଯ ଜୀବନରେ କାହାରି ବି ଖରାପ ନଜର ନ ଲାଗେ ।

୪. ମଙ୍ଗଳସୂତ୍ର ଗଳାରୁ କାଢିବା ବର୍ଜନୀୟ ଅଟେ । ବିବାହ ସମୟରେ ସ୍ଵାମୀ ଯେଉଁ ମଙ୍ଗଳସୂତ୍ର ପିନ୍ଧାଇଥାଏ ତାହାକୁ କୌଣସି ବି ପରିସ୍ଥିତିରେ ଖୋଲିବା ବର୍ଜିତ ଅଟେ । ଏହାକୁ କେବଳ ସେତେବେଳେ ଖୋଲିବା ଆବଶ୍ୟକ ଯେତେବେଳେ କିଛି ଅଶୁଭ ଘଟଣା ଘଟିଥାଏ । ଯଦି କୌଣସି କାରଣରୁ ମଙ୍ଗଳସୂତ୍ର ଖୋଲିବାର ଆବଶ୍ୟକତା ପଡିଥାଏ ତେବେ ତୁରନ୍ତ ଏକ କଳା ସୂତା ପିନ୍ଧିନେବା ଉଚିତ ।

୫। ଯେଉଁ ସ୍ତ୍ରୀ ନିଜ ସ୍ବାମୀଙ୍କ ନାଁ ରେ ମଙ୍ଗଳସୂତ୍ର ପିନ୍ଧିଥାଏ ତାଙ୍କ ସ୍ବାମୀଙ୍କର ଆୟୁଷ ବହୁତ ଲମ୍ବା ହୋଇଥାଏ । ସମ୍ପର୍କରେ ମଧୁରତା ରହିଥାଏ ।

6। ମଙ୍ଗଳ ସୂତ୍ରରେ ସୁନା ରହିବା ଦ୍ଵାରା ବୃହସ୍ପତି ଗ୍ରହର କୁପ୍ରଭାବରୁ ରକ୍ଷା କରିଥାଏ । ବିବାହିତ ଜୀବନରେ ସୁଖ ସମୃଦ୍ଧି ଓ ଉନ୍ନତି ହୋଇଥାଏ ଓ ସୁନାର ବ୍ୟବହାର ଯୋଗୁ ଶରୀରରେ ସକରାତ୍ମକ ଉର୍ଜ୍ଜାର ଉତ୍ପତି ମଧ୍ୟ ହୋଇଥାଏ ।

7। ମଙ୍ଗଳ ସୂତ୍ର ହଠାତ ଛିଣ୍ଡିଯିବା ଏକ ଅଶୁଭ ସଙ୍କେତ ହୋଇଥାଏ । କୁହାଯାଏ କି ଏହା କୌଣସି ଦୁର୍ଘଟଣାର ସଙ୍କେତ ମଧ୍ୟ ହୋଇଥାଏ ବା ସମ୍ପର୍କ ରେ ଫାଟ ସୃଷ୍ଟି କରିଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *