ବନ୍ଧୁଗଣ, ସରକାରୀ ନିୟମ ଅନୁଯାୟୀ ଲାଗୁ ହୋଇଥିଲା ଯେ ସରକାରୀ ଚାକିରି କରିଥିବା ମହିଳା ମାନେ ଗର୍ଭବତୀ ହେଲେ, ୬ ମାସ ଛୁଟି ନେଇପାରିବେ । କିନ୍ତୁ ବର୍ତ୍ତମାନ ୬ ମାସ ନୁହେଁ ବରଂ ୧ ବର୍ଷ ମିଳିବ ମାତୃତ୍ଵକାଳୀନ ଛୁଟି । ପୂର୍ବରୁ ୬ ମାସ ମିଳୁଥିବା ବେଳେ ବର୍ତ୍ତମାନ ଠାରୁ ୧ ବର୍ଷ ପର୍ଯ୍ୟନ୍ତ ଅଫିସ ରେ କାମ କରିବେ ନାହିଁ ମା’ ହୋଇଥିବା ମହିଳା । ଏହି ନିୟମ ଜୁଲାଇ ମାସ ପହିଲାରୁ ଲାଗୁ ହୋଇ ସାରିଛି । ଏହାକୁ ନେଇ ବର୍ତ୍ତମାନ ଖୁସି ବ୍ୟକ୍ତ କରିଛନ୍ତି ମା’ ମାନେ ।
କିନ୍ତୁ ଏହି ନିୟମକୁ କେବଳ ତେଲଙ୍ଗାନା ସରକାର ଲାଗୁ କରିଛନ୍ତି । ଭାରତର ଅନ୍ୟ କୌଣସି ସ୍ଥାନରେ ଏହାକୁ ଲାଗୁ କରାଯାଇ ନାହିଁ । ଏଣୁ ତେଲେଙ୍ଗାନା ସରକାର ଅଧୀନରେ ଚାକିରି କରିଥିବା ମହିଳା ମାନେ ଏହି ସୁବିଧା ପାଇ ପାରିବେ । ଏହି ଖବର ପ୍ରକାଶିତ ହେବା ପରେ ଖୁସି ବ୍ୟକ୍ତ କରିଛନ୍ତି ଦମ୍ପତ୍ତି । ପୂର୍ବରୁ ସମସ୍ତ ସରକାରୀ ଏବଂ ବେସରକାରୀ ସଂସ୍ଥା ଗୁଡିକରେ ମାତୃତ୍ଵ କାଳୀନ ଛୁଟି କୁ ୬ ମାସ ପର୍ଯ୍ୟନ୍ତ ଦିଆଯାଉଥିଲା । କିନ୍ତୁ ଏହି ନୂଆ ନିୟମ ଗତ ଜୁଲାଇ ଠାରୁ ଲାଗୁ କରିଛନ୍ତି ତେଲେଙ୍ଗାନା ସରକାର ।
କୁହାଯାଏ ଯେ ପ୍ରତ୍ୟକ ଦମ୍ପତ୍ତି ପିଲାଟିର ସ୍ଵପ୍ନ ଦେଖନ୍ତି । ମାତ୍ର ବର୍ତ୍ତମାନ ପୂର୍ବ ସମୟର ଯୌଧ ପରିବାର ଆଉ ନାହିଁ । ଦମ୍ପତି ମାନେ ୧ ଟି କିମ୍ବା ୨ ଟି ପିଲା ଜନ୍ମ କରୁଛନ୍ତି । କିନ୍ତୁ ନିଜର କାର୍ଯ୍ୟ ବ୍ୟସ୍ଥତା ତଥା ଛୁଟି ସଂଖ୍ୟା କମ ଥିବାରୁ ଛୋଟ ପିଲାଟିର ଯତ୍ନ ନେବା ପାଇଁ ଅନ୍ୟ ଉପରେ ନିର୍ଭର କରୁଛନ୍ତି । ଏହାଦ୍ଵାରା କୁନି ପିଲାଟି ବାପା ତଥା ମା ଙ୍କ ଠାରୁ ଦୂରେଇ ରହୁଛି । ଏହାର ସିଧା ସଳଖ ପ୍ରଭାବ ପିଲା ଉପରେ ହିଁ ପଡୁଅଛି ।
ଏହାକୁ ନେଇ ଅନେକ ସମୟରେ ବିଶେଷଜ୍ଞ ମାନେ ଚିନ୍ତା ବ୍ୟକ୍ତ ମଧ୍ୟ କରିଛନ୍ତି । ମାତୃତ୍ଵ କାଳୀନ ଛୁଟି କୁ ବଢାଇବା ଲାଗି ଅନେକ ଦମ୍ପତ୍ତି ଦାବି କରିଛନ୍ତି । ଏଣୁ ସବୁ ଦିଗ କୁ ନଜରରେ ରଖି ତେଲେଙ୍ଗାନା ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । କର୍ମଜୀବି ମହିଳା ମାନଙ୍କ ନିମନ୍ତେ ୨୦୧୬ ମସିହା ମ୍ୟାଚୋରୀଟି ବେନିଫିଟ-ଆଇ ୧୯୬୧ ରେ ସଂଶୋଧନ କରିଥିଲେ କେନ୍ଦ୍ର ସରକାର ।
ଆଉ ଏହି ସଂଶୋଧନ ବିଲ ୨୦୧୭ ରେ ଆଇନ ରେ ମଧ୍ୟ ପରିଣତ ହୋଇଥିଲା । ସେବେଠାରୁ ମହିଳା ମାନଙ୍କୁ ୧୨ ସପ୍ତାହ ବଦଳରେ ୨୬ ସପ୍ତାହ ଛୁଟି ମିଳୁଛି । କେତେକ ଡାକ୍ତର ମାନେ ମଧ୍ୟ ନବଜାତଶିଶୁ ପାଖରେ ଅତି କମରେ ୩୬୪ ଦିନ ମା’ ରହିବା ଦରକାର ବୋଲି ପରାମର୍ଶ ଦେଇଥିଲେ । ଏଣୁ ଏବେ ଏହାକୁ ପ୍ରଥମେ ତେଲେଙ୍ଗାନା ଲାଗୁ କରିଅଛି । ବନ୍ଧୁଗଣ ଏହି ପ୍ରସଙ୍ଗ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।