ମହାନ ଶିବଭକ୍ତ ଥିଲେ ସୁଶାନ୍ତ ସିଂହ ରାଜପୁତ, ଫିଲ୍ମ କେଦାରନାଥ ଶୁଟିଙ୍ଗ ସମୟରେ ଏମିତି ବିତାଉଥିଲେ ଜୀବନ

ସୁଶାନ୍ତ ସିଂ ରାଜୁପୁତଙ୍କ ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟ ରାୟ ଆସିସାରିଛି , ସୁପ୍ରିମକୋର୍ଟ ସିବିଆଇ ଯାଞ୍ଚର ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ଫୈସଲାକୁ ସମସ୍ତେ ସ୍ୱାଗତ ଜଣାଇଛନ୍ତି । ବହୁତ ଦିନ ଧରି ସୁଶାନ୍ତଙ୍କ ପରିବାର ଲୋକେ ଓ ତାଙ୍କ ଫ୍ୟାନ ମାନେ ସିବିଆଇ ଯାଞ୍ଚ କରିବାକୁ ଅପିଲ କରିଥିଲେ ।

କାଲି ଏହି ରାୟରେ ସୁଶାନ୍ତଙ୍କ ପୂର୍ବ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ବହୁତ ଖୁସି ହୋଇଛନ୍ତି । ସେ ତାଙ୍କ ଇଂଷ୍ଟାଗ୍ରାମ ପେଜ୍ ରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ , justice is the truth in action. Truth wins……. , ଏହାର ଅର୍ଥ ଏହା ଯେ ସତ୍ୟର କ୍ରିୟାଶୀଳତା ହିଁ ନ୍ୟାୟ ଅଟେ । ସତ୍ୟର ଜିତାପଟ ହୋଇଛି । ଏହା ସହିତ ସେ ମଧ୍ୟ୍ୟ #ststeptossrjustice ର ବ୍ୟବହାର କରିଛନ୍ତି ।

ସୁଶାନ୍ତ ସିଂ ରାଜପୁତଙ୍କର ଭଗବାନଙ୍କ ପ୍ରତି ବହୁତ ବିଶ୍ୱାସ ଥିଲା । ସୁଶାନ୍ତଙ୍କ ମୃତ୍ୟୁ ପରେ ଅଙ୍କିତା ଏକ ଜଳୁଥିବା ଦୀପ ସହିତ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ସୁଶାନ୍ତଙ୍କୁ ଭଗବାନଙ୍କ ପୁତ୍ର ବୋଲି କହିଥିଲେ । ଯେତେବେଳେ ସୁଶାନ୍ତ କେଦାରନାଥରେ ସୁଟିଂ କରୁଥିଲେ , ସେତେବେଳେ ଖାଲି ସମୟରେ ସେ ଆସି ଭଗବାନ ଶିବଙ୍କ ଚରଣରେ ବସି ଯାଉଥିଲେ । କେଦାରନାଥରେ ସୁଟିଂ ସମୟରେ ସେ ବହୁତ ଖୁସି ଅନୁଭବ କରୁଥିଲେ ।

ଏହି ସମୟରେ ତାଙ୍କର ବହୁତ ଭିଡିଓ ଓ ଫଟୋ ମଧ୍ୟ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ବହୁତ ମସ୍ତି କରୁଥିବାର ଦେଖାଯାଉଥିଲେ । ଏହି ଫିଲ୍ମର ସୁଟିଂକୁ ସୁଶାନ୍ତ ବହୁତ ଉପଭୋଗ କରିଥିଲେ । ଡ଼ାଇରେକ୍ଟର ଅଭିଷେକ କପୁର ଏହା କହିଛନ୍ତି ଯେ ,ସୁଶାନ୍ତ ଫିଲ୍ମର ସବୁ ସୁଟକୁ ହୃଦୟର ସହିତ କରୁଥିଲେ ।

ସୁଶାନ୍ତ ସିଂ ରାଜପୁତଙ୍କର ଶିବଙ୍କ ପ୍ରତି ବହୁତ ଭକ୍ତି ଥିଲା । ସେ ବହୁତ ଥର ଶିବଙ୍କ ଉପାସନା କରୁଥିବାର ଦେଖାଯାଇଛି । ତାଙ୍କର ଭଗବାନ ଗଣେଶଙ୍କ ପ୍ରତି ମଧ୍ୟ୍ୟ ଗଭୀର ଭକ୍ତି ଥିଲା । ପ୍ରତି ବର୍ଷ ଗଣେଶ ଚତୁର୍ଥୀରେ ସେ ବହୁତ ଖୁସି ରହୁଥିଲେ । ଜନ୍ମାଷ୍ଟମୀ ରେ ସୁଶାନ୍ତଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ମାଇକ ଆଗରେ ଭଗବାନଙ୍କ ଆରଧନା କରିବାର ଦେଖାଯାଇଥିଲେ । ସୁଶାନ୍ତ ବହୁତ ଭକ୍ତିର ସହ ଆରାଧନା କରୁଥିବାର ନଜର ଆସିଥିଲେ ।

ସୁଶାନ୍ତ ତାଙ୍କ ନିଜ ଘରେ ମଧ୍ୟ ତାଙ୍କ ବନ୍ଧୁମାନଙ୍କ ସହ ଭଗବାନ ଶିବଙ୍କର ନାମ ଜପ କରୁଥିଲେ । ତାଙ୍କୁ ଭଗବାନଙ୍କୁ ଧ୍ୟାନ କରିବାପାଇଁ ସେମିତି କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ଓ ସମୟର ଆଵଶ୍ୟକତା ପଡୁନଥିଲା । ସେ ଯେକୌଣସି ସମୟରେ ଓ ସ୍ଥାନରେ ମଧ୍ୟ ଭଗବାନଙ୍କୁ ଆରାଧନା କରିଦେଉଥିଲେ । ସୁଶାନ୍ତ ସିଂ ରାଜପୁତଙ୍କୁ ଶୀଘ୍ର ନ୍ୟାୟ ମିଳିବା ପାଇଁ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *