ରିସର୍ଚରୁ ଜଣା ପଡିଲା, ଜଳଖିଆରେ ପରିବର୍ତ୍ତନ କରିବା ଦ୍ଵାରା ଟାଇପ ୨ ମଧୁମେହକୁ ଏମିତି ନିୟନ୍ତ୍ରଣ କରାଯାଇ ପାରିବ, ପଢନ୍ତୁ ସମ୍ପୂର୍ଣ ଖବର…

କାନାଡା ର ୟୁନିଭର୍ସିଟି ଅଫ ୱେଲ୍ଫ ଏବଂ ୟୁନିଭର୍ସିଟି ଅଫ ଟୋରଟୋ ର ଅନୁସନ୍ଧାନକାରୀ ମାନଙ୍କ ଦ୍ଵାରା ପ୍ରମାଣ ମିଳିଛି କି ପ୍ରତିଦିନ ର ଜଳଖିଆ ରେ ପରିବର୍ତ୍ତନ କରିବା ଦ୍ଵାରା ଟାଇପ 2 ମଧୁମେହକୁ ନିୟନ୍ତ୍ରଣ କରାଯାଇ ପାରିବ । ଆମ ଶରୀର ପାଇଁ ସକାଳର ଜଳଖିଆ ନିହାତି ଆବଶ୍ୟକ ହୋଇଥାଏ । ଜଳଖିଆରେ ଉଚ୍ଚ ପ୍ରୋଟିନ ଯୁକ୍ତ କ୍ଷୀର ପିଇବା ଦ୍ଵାରା ମଧୁମେହ ରୋଗୀଙ୍କ ରକ୍ତରେ ସୁଗାର କୁ ନିୟନ୍ତ୍ରଣରେ ରଖାଯାଇ ପାରେ । ଏହା ସହିତ କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ ।

ଜୀବନକୁ ସୁଖ ଏବଂ ଶାନ୍ତିରେ କାଟିବା ପାଇଁ ହେଲେ ସର୍ବ ପ୍ରଥମେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ । କାରଣ ସ୍ୱାସ୍ଥ୍ୟ ହିଁ ଜୀବନରେ ଅମୂଲ୍ୟ ସଂପଦ ଅଟେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯେ କୌଣସି ସମସ୍ୟା ରୁ ରକ୍ଷା ପାଇବା ପାଇଁ ହେଲେ ଖାଦ୍ୟରେ ନିୟମିତତା ରକ୍ଷା କରିବା ନିହାତି ଆବଶ୍ୟକ ହୋଇଥାଏ । ଆଜିକାଲିର ବ୍ୟସ୍ଥତା ଜୀବନ ଭିତରେ ଖାଦ୍ୟ ପ୍ରତି ଠିକ ଭାବେ ଧ୍ୟାନ ନଦେବାରୁ ପ୍ରାୟତଃ ଅଧିକାଂଶ ଲୋକମାନେ ମଧୁମେହ ରୋଗର ଶିକାର ହୋଇ ଥିବାର ଦେଖା ଯାଇଛି । ଏହି ରୋଗ ହେବା ଦ୍ଵାରା ରୋଗୀର ରକ୍ତରେ ଶର୍କରା ର ପରମାଣ ଅଧିକ ସମୟ ଧରି ବଢି ରହିଥାଏ ।

ପରୀକ୍ଷଣ ରୁ ମିଳିଲା କିଛି ତଥ୍ୟ

ଅନୁସନ୍ଧାନକାରୀ ଙ୍କ କହିବା ଅନୁସାରେ ପ୍ରତିଦିନ ଜଳଖିଆରେ ଗାଈ କ୍ଷୀର ଖାଇବା ଦ୍ଵାରା ରକ୍ତ ରେ ଗ୍ଳୁକୋଜ ର ପରିମାଣ କମି ଯାଇଥାଏ । ଏହା ସହିତ କୁହାଯାଇଛି କି ଉଚ ପ୍ରୋଟିନ ଯୁକ୍ତ କ୍ଷୀର ସାମାନ୍ୟ ପ୍ରୋଟିନ କ୍ଷୀର ତୁଳନାରେ ଖୁବ ଶୀଘ୍ର ରକ୍ତ ରୁ ଗ୍ଳୁକୋଜ ର ପରିମାଣ କମାଇବାରେ ସହାୟକ ହୋଇଥାଏ ।

ଆମ୍ବ ଖାଇବା ଦ୍ଵାରା

ଆମେରିକାର ଓକଲାହୋମ ଷ୍ଟେଟ ୟୁନିଭର୍ସିଟି କଲେଜ ଅଫ ହ୍ୟୁମାନ ସାଇନ୍ସ ରେ ପୋଷଣ ବିଜ୍ଞାନର ସହାୟକ ପ୍ରଫେସର ଏଡ୍ରାଲିନ ଲୁକାସ କହିଛନ୍ତି କି ପରୀକ୍ଷଣ ଦ୍ଵାରା ଏହା ସାମନା କୁ ଆସିଛି କି ମୋଟା ଲୋକ ପ୍ରତିଦିନ ୧୦୦ ଗ୍ରାମ ଆମ୍ବ ଖାଇବା ଉଚିତ, ଏହା ଦ୍ଵାରା ତାଙ୍କର ରକ୍ତ ଶର୍କରା ସ୍ତର କମ ହୋଇଥାଏ । ଆଶା କରୁଛୁ ଆପଣଙ୍କୁ ଏହା ନିଶ୍ଚୟ ପସନ୍ଦ ଆସିଥିବ । ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରି ଏହିପରି ଅନେକ ହେଲ୍ଥ ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *