ଏହି ଦୁଇଟି ରାଶି ଠାରୁ କେହି ନାହାଁନ୍ତି ଶକ୍ତିଶାଳୀ, ଏମାନଙ୍କ ସହିତ ସର୍ବଦା ରହିଥାନ୍ତି ସ୍ଵୟଂ ଭୋଳାନାଥ

ଭଗବାନ ଶିବ ଯଦି ତାଙ୍କର କୌଣସି ଭକ୍ତ ଉପରେ ପ୍ରସନ୍ନ ହୋଇଥାନ୍ତି ତାହେଲେ ତାର ଭାଗ୍ୟ ସମ୍ପୂର୍ଣ ଭାବେ ବଦଳି ଯାଇଥାଏ ।ଜୋତିଷ ଶାସ୍ତ୍ରରେ ୧୨ଟି ରାଶି ବିଷୟରେ ଲେଖା ଯାଇଛି ଯାହା ଗ୍ରହମାନଙ୍କ ଚଳନ ଉପରେ ନିର୍ଧାରିତ ହୋଇଥାଏ । ଏଥିପାଇଁ ଗ୍ରହ ମାନଙ୍କର ଚଳନରେ ପରିବର୍ତ୍ତନ ଆସିଲେ ଆମ ଜୀବନରେ ବି ପରିବର୍ତ୍ତନ ଆସିଥାଏ । ଆମ ଜୀବନରେ ଭଲ ବା ଖରାପ ଯାହା ବି ହେଉଥାଏ ତା ପଛରେ ଗ୍ରହଙ୍କର ବହୁତ ବଡ ହାତ ଥାଏ । ରାଶି ଦ୍ଵାରା ବ୍ୟକ୍ତିର ଭବିଷ୍ୟତ ସହିତ ତାର ସ୍ଵଭାବ ବି ଜଣା ପଡିଥାଏ ।

ରାଶି ମାନଙ୍କର ସମ୍ବନ୍ଧ ଗ୍ରହମାନଙ୍କ ସହିତ ଥିବା କାରଣରୁ ଜଣାଯାଇ ପାରିବ କି କେତେବେଳେ ମଣିଷ ଜୀବନରେ ଦୁଃଖ ଏବଂ ସୁଖ ଆସିବ । କିନ୍ତୁ ସବୁ ରାଶି ମଧ୍ୟରୁ ଏହି ଦୁଇଟି ରାଶି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏବଂ ଭଗବାନ ସେମାନଙ୍କର ରକ୍ଷା କରିଥାନ୍ତି । ଏହି ଦୁଇଟି ରାଶି ଦୁନିଆର ସବୁଠାରୁ ଶକ୍ତିଶାଳୀ ରାଶି ମଧ୍ୟ ଅଟନ୍ତି । ତାହେଲେ ଆସନ୍ତୁ ଜାଣିବା କଣ ପାଇଁ ଏହି ରାଶି ଦୁଇଟିକୁ ସବୁଠାରୁ ଭାଗ୍ୟଶାଳୀ ଏବଂ ଶକ୍ତିଶାଳୀ ବୋଲି କୁହାଯାଇ ଥାଏ ଏବଂ ଏହି ରାଶି ଦୁଇଟିଙ୍କର ନାମ କଣ ।

ଧନୁ

ଏହି ତାଲିକାରେ ସର୍ବ ପ୍ରଥମେ ଧନୁ ରାଶିର ନାମ ଥାଏ । ଏହି ରାଶିର ସ୍ଵାମୀ ସୂର୍ଯ୍ୟଦେବ ହୋଇଥିବା କାରଣରୁ ଏହି ରାଶି ଉପରେ କୌଣସି ଅନ୍ୟ ଗ୍ରହର ଖରାପ ପ୍ରଭାବ ପଡି ନଥାଏ । ଏଥିପାଇଁ ଏହି ରାଶିକୁ ଦୁନିଆର ସବୁଠାରୁ ଶକ୍ତିଶାଳି ବୋଲି କୁହାଯାଇ ଥାଏ । ଏହି ରାଶି ଉପରେ ସର୍ବଦା ଭଗବାନ କୃପା କରିବା ସହିତ ସାହାଯ୍ୟ ମଧ୍ୟ କରିଥାନ୍ତି ।

 

ମେଷ

ଏହି ରାଶି ଉପରେ ସବୁବେଳେ ଭଗବାନ ଶିବଙ୍କ କୃପା ଦୃଷ୍ଟି ରହିଥିବା କାରଣରୁ ଏହି ରାଶି ଜୀବନରେ କେବେ ହେଲେ ବି କୌଣସି ପ୍ରକାରର ସମସ୍ୟା ଆସିନଥାଏ ଏବଂ ଏମାନଙ୍କୁ ବହୁତ ଖୁସି ମିଳିଥାଏ । ଦୁନିଆରେ ମେଷ ରାଶିକୁ ବହୁତ ଶକ୍ତିଶାଳୀ ବୋଲି କୁହାଯାଇ ଥାଏ । ଆପଣ ଭାବିବେ ନାହିଁ କି ଏହି ଦୁଇଟି ରାଶିକୁ ଛାଡି ଦେଲେ ଆଉ କୌଣସି ରାଶି ଉପରେ ଭଗବାନ ଙ୍କର କୃପା ନାହିଁ ବୋଲି । ଶାସ୍ତ୍ର ଅନୁସାରେ ଏହି ଦୁଇଟି ରାଶିରେ ଭଗବାନ ସବୁବେଳ ପାଇଁ ବିରାଜମାନ ହୋଇଥାନ୍ତି । ଏଥିପାଇଁ ସବୁ ରାଶି ଠାରୁ ଏହି ଦୁଇଟି ରାଶିକୁ ବହୁତ ସାହସୀ ବୋଲି କୁହାଯାଇ ଥାଏ ।

Leave a Reply

Your email address will not be published. Required fields are marked *